ଇସ୍ରାଏଲକୁ ସାହାଯ୍ୟ କରିବ ଆମେରିକା ! ଚିନ୍ତାରେ ବିଶ୍ଵ ସମୂହ
by Argus News
Tue, Oct 01 | 6:55 p.m.

ଅର୍ଗସ ବ୍ୟୁରୋ: ମଧ୍ୟ ପ୍ରାଚ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ହିଜବୁଲ୍ଲା ଉପରେ ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ । ଏହାରି ଭିତରେ ଆମେରିକା ମଧ୍ୟ ଇସ୍ରାଏଲକୁ ଖୋଲା ସମର୍ଥନ ଦେବା ସହିତ ମଧ୍ୟପ୍ରାଚ୍ୟରେ ସାମରିକ ଶକ୍ତି ବଢାଇଛି । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । ଚର୍ଚ୍ଚା ଏଇଥି ଲାଗି ହେଉଛି କାରଣ ବିଶ୍ଵର ସବୁଠୁ ବଡ଼ ସାମରିକ ଶକ୍ତି ଆମେରିକା ପାଖରେ ରହିଛି । ଇସ୍ରାଏଲକୁ ଆମେରିକା ସହାୟତା ଯୋଗାଇ ଦେବା ନେଇ ଘୋଷଣା କରିବା ପରେ ଯୁଦ୍ଧ ଆହୁରି ଭୟଙ୍କର ହେବା ସହିତ ଖୁବଶୀଘ୍ର ସରିବ ବୋଲି ଚର୍ଚ୍ଚା ହେଉଛି ।

ଏପ୍ରିଲରେ ଇସ୍ରାଏଲ ବିରୋଧରେ ଶହଶହ କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ଼ କରିବା ପରଠାରୁ ଯୁଦ୍ଧ ସ୍ଥିତି ସଙ୍ଗୀନ ଅଛି । ଖାଲି ଯୁଦ୍ଧ ଲାଗିଛି ତାହା ନୁହେଁ ବରଂ ନିଜ ଦେଶକୁ ସୁରକ୍ଷିତ ରଖିବାକୁ ଇସ୍ରାଏଲ ପ୍ରସ୍ତୁତ ବୋଲି ପିଏମ ନେତାନ୍ୟାହୁ କହିସାରିଛନ୍ତି । ସେପଟେ, ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ନିଜକୁ ରକ୍ଷା କରିବା ଓ ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ପୂର୍ବରୁ ବହୁତ ଶକ୍ତିଶାଳୀ ସଶସ୍ତ୍ର ସେନା ମୁତୟନ ଅଛନ୍ତି ଏବଂ ସାମ୍ପ୍ରତିକ ଉତ୍ତେଜନା ପରିପ୍ରେକ୍ଷୀରେ ଏହି ସଂଖ୍ୟାରେ ବୃଦ୍ଧି କରାଯାଇଛି । ଏପଟେ,ରବିବାର ଏକ ବିବୃତିରେ କହିଛି ଯେ ପୂର୍ବ ଭୂମଧ୍ୟସାଗରରେ କାର୍ଯ୍ୟ କରିବା ପାଇଁ ଏକ ବିମାନବାହୀ ଯୁଦ୍ଧ ଜାହାଜ ଷ୍ଟ୍ରାଇକ୍ ଗ୍ରୁପ୍ ଏବଂ ଏକ ସାମୁଦ୍ରିକ ଅଭିଯାନ ୟୁନିଟ୍‌କୁ ନିର୍ଦ୍ଦେଶ ଦିଆଯାଇଛି ।

ପେଣ୍ଟାଗନ୍ ମୁଖପାତ୍ର ମେଜର ଜେନେରାଲ୍ ପ୍ୟାଟ୍ ରାଇଡର୍ କହିଛନ୍ତି, ଆଗାମୀ ଦିନରେ ଆମେରିକା ନିଜର ପ୍ରତିରକ୍ଷାତ୍ମକ ବାୟୁ-ସମର୍ଥନ କ୍ଷମତାକୁ ଆହୁରି ସୁଦୃଢ଼ କରିବ । ମଧ୍ୟପ୍ରାଚ୍ୟରେ ସଂଘର୍ଷ ବୃଦ୍ଧିକୁ ନେଇ ଆମେରିକା କିନ୍ତୁ ଚିନ୍ତିତ । ହିଜବୁଲ୍ଲା ପରି ଶତ୍ରୁଠାରୁ ନିଜ ଦେଶ ଓ ନିଜ ଲୋକଙ୍କୁ ରକ୍ଷା କରିବାର ଅଧିକାର ଇସ୍ରାଏଲର ଅଛି । ହେଜବୁଲ୍ଲା ନେତା ହାସନ ନସରଲ୍ଲା ଓ ସଶସ୍ତ୍ର ଗୋଷ୍ଠୀର ଅନ୍ୟ ଶୀର୍ଷ ବ୍ୟକ୍ତିତ୍ୱଙ୍କୁ ହତ୍ୟା କରିବା ପରେ ଇସ୍ରାଏଲ ଆମେରିକା ସମର୍ଥନର ଫାଇଦା ଉଠାଇ ଲେବାନନରେ ସ୍ଥଳ ଅପରେସନ ଆରମ୍ଭ କରିଛି ବୋଲି ସୂଚନା ମିଳିଛି ।

ମୋଟ୍‌ ଉପରେ, ଆକ୍ରମଣାତ୍ମକ ଇସ୍ରାଏଲ । ଆକାଶ ମାର୍ଗରୁ ଘନଘନ ରକେଟ୍‌ ଓ କ୍ଷେପଣାସ୍ତ୍ର ମାଡ଼ କରୁଛି । ଇସ୍ରାଏଲର ଭୟଙ୍କର ଆକ୍ରମଣରେ ଥରହର ଲେବାନନ୍‌ ।  ହିଜବୁଲ୍ଲା ଓ ୟେମେନର ହୁଥି ବିଦ୍ରୋହୀଙ୍କ ଆଶ୍ରୟସ୍ଥଳୀ ଉପରେ ଜୋରଦାର ଆକ୍ରମଣ ଜାରି ରହିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଫୋନ୍‌ କରିଛନ୍ତି । ଯୁଦ୍ଧ ଚାଲିଥିବା ବେଳେ ମୋଦିଙ୍କ ଏହି ଫୋନ୍‌ କଲକୁ ନେଇ ପୁରା ବିଶ୍ଵରେ ଚର୍ଚ୍ଚା ।
 

ମୁଖ୍ୟମନ୍ତ୍ରୀ କହିଲେ
ମୁଖ୍ୟମନ୍ତ୍ରୀ କହିଲେ ଯାଜପୁରକୁ ଲୁଟିଛନ୍ତି ବିଜେଡିର ୩ ପରିବାର
ଅର୍ଗସ ବ୍ୟୁରୋ: ଯାଜପୁର ବଡଚଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କଲେ 3 ପରିବାରକୁ। କହିଲେ ଯାଜପୁରର ବିକାଶ ନୁହେଁ ବିନାଶ କରିଛନ୍ତି ଏଇ ପରିବାର। ଏଇ ପ୍ରସଙ୍ଗରେ ସିଧାସଳଖ ନା
ବିଜେପି
ସତ ରୂପାନ୍ତରଣ କରିବାକୁ ବିଜେପି ସରକାରର ଦାବି
ଭୁବନେଶ୍ୱର: ବଦଳିବ ସ୍କୁଲ ଭାଗ୍ୟ । ରୂପାନ୍ତରଣ ନାଁରେ ଆଉ ରଙ୍ଗ ବୋଳା ନୁହେଁ । ସତ ରୂପାନ୍ତରଣ କରିବାକୁ ବିଜେପି ସରକାରର ଦାବି । ପ୍ରତ୍ୟେକ ସ୍କୁଲରେ ରହିବ ବିଜୁଳି, ପାନୀୟ ଜଳ
ବିଜେଡିର ଷଡ଼ଯନ୍ତ୍ର
ବିଜେପିର ଅଭିଯୋଗ, ଅଶାନ୍ତ କରିବାକୁ ବିଜେଡିର ଷଡ଼ଯନ୍ତ୍ର
ଭଦ୍ରକ: ବିଜେପି ଶାସନରେ ସାମ୍ପ୍ରଦାୟିକ ଅଶାନ୍ତି ଓଡିଶାର ଛବିକୁ ମଳିନ କରିଛି ବୋଲି ବିଜେଡିର ଅଭିଯୋଗ ପରେ ବିଜେପି କହିଲା ଭଦ୍ରକରେ ଅଶାନ୍ତି ପାଇଁ ବିଜେଡି କରିଥିଲା ଷଡ଼ଯନ୍ତ୍ର