ଶୁଖିଗଲାଣି ଚିଲିକା : ଚିନ୍ତାରେ ମତ୍ସଜୀବୀ
by Argus News
Tue, Oct 01 | 6:51 p.m.

ଅର୍ଗସ ବ୍ୟୁରୋ: ଚିଲିକା । ନାଁ ଶୁଣିବା ମାତ୍ରେ ମନରେ ଛନକା ପଶେ । ପିଲାବେଳୁ ଆମେ ସମସ୍ତେ ପଢିଛନ୍ତି କି ଅକାତ ପାଣି ସେ ଗଣ୍ଡରେ କାଳିଯାଈ ତା ନାଁ । ହେଲେ ସମୟକ୍ରମେ ବଦଳିଯାଇଛି ଚିଲିକାର ସ୍ଥିତି । ଯେଉଁ ଚିଲିକା କୂଳରେ ଶହଶହ ପରିବାର ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲେ ଆଜି ସେଇଠି ଡଙ୍ଗା ଚାଲିବା ବି ସମ୍ଭବ ହେଉନାହିଁ । କାରଣ ପୋତି ହେବାକୁ ବସିଲାଣି ଚିଲିକା ।  ଆଉ ଏମିତି ସ୍ଥିତିରେ କେମିତି ମାଛ ମାରିବେ ? କେମିତି ପରିବାର ପୋଷିବେ ସେଇ ଚିନ୍ତାରେ ମତ୍ସଜୀବୀ ।

ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ଗ୍ରାମପଞ୍ଚାୟତ ଓ ବାଲିପାଟପୁର ଗ୍ରାମପଞ୍ଚାୟତ ଅଂଚଳ । ଚିଳିକା କୂଳରେ ଅବସ୍ଥିତ ଏଇ ଦୁଇଟି ଗ୍ରାମପଞ୍ଚାୟତର ଅଧିକାଂଶ ଲୋକ ମତ୍ସଜୀବୀ । ସକାଳେ ଚିଲିକାରୁ ମାଛ ମାରିଲେ ସଂଧ୍ୟାରେ ଘରେ ଚୁଲି ଜଳେ । ହେଲେ ଏବେ କିନ୍ତୁ ସେକାଳ ପଖାଳ ନାହିଁ । ପୂର୍ବରୁ ଚିଲିକାରେ ଅଧିକ ପାଣି ରହୁଥିଲା, ତେଣୁ ମାଛ ମାରିବାରେ ସୁବିଧା ହେଉଥିଲା । ହେଲେ ଏବେ ଚିଲିକା ଶୁଖିଯିବାରୁ ମାଛ ମାରିପାରୁନାହାନ୍ତି ଲୋକେ । ତେଣୁ ପେଟର ଭୋକ ପାଇଁ ଇଚ୍ଛା ନଥିଲେ ବି ଦାଦନ ଯିବାକୁ ସେମାନେ ବାଧ୍ୟ ହେଉଛନ୍ତି । 

ଅନେକ ଦିନ ହେଲାଣି ଚିଲିକାରୁ ବାହାରିଥିବା ନାଳ ଠିକ୍‌ରେ ଖୋଳାନଯିବାରୁ ପାଣି ବି ଶୁଖିଗଲାଣି । ତେଣୁ ନାଳରେ ରାଜଦଳ, ନଳଘାସ ଓ ପଟୁମାଟି ଯୋଗୁଁ ଡଙ୍ଗା ଯାତାୟତ କରିପାରୁନାହିଁ । ଫଳରେ ଯେଉଁଠି ୧ କିଲୋମିଟର ଯିବାକୁ ଡଙ୍ଗାକୁ ଗୋଟିଏ ଲିଟର ତେଲ ଦରକାର ପଡୁଥିଲା ସେଇଠି ଏବେ ୧୦ ଲିଟର ପୋଡୁଛି । ଅସୁବିଧାକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ତତ୍କାଳୀନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରାଇଥିଲେ । ହେଲେ ପୂର୍ବ ସରକାର କର୍ଣ୍ଣପାତ କରିନଥିଲା କିନ୍ତୁ ସାଂସଦଙ୍କ ପ୍ରଚେଷ୍ଟାରେ ଅନୁଦାନ ଆସି ପଟୁମାଟି ସଫା ହୋଇଥିଲା । କିନ୍ତୁ ସଂପୂର୍ଣ୍ଣ କାମ ହୋଇପାରିନଥିଲା । 

ରାଜ୍ୟରେ ସରକାର ବଦଲିବା ପରେ ଏବେ ମତ୍ସଜୀବୀଙ୍କ ଦାବି ପୂରଣ ହେବ ବୋଲି ସେମାନେ ଆଶା ରଖିଛନ୍ତି । ଏପଟେ, ବ୍ଲକ ଉପାଧ୍ୟକ୍ଷ କହିଛନ୍ତି, ଚିଲିକା ହେଉଛି ମତ୍ସଜୀବୀଙ୍କ ଲାଇଫ ଲାଇନ । ତେଣୁ ସେମାନଙ୍କ ଦାବି ସରକାରଙ୍କ ପାଖକୁ ପଠାଯିବ । 

 

ମୁଖ୍ୟମନ୍ତ୍ରୀ କହିଲେ
ମୁଖ୍ୟମନ୍ତ୍ରୀ କହିଲେ ଯାଜପୁରକୁ ଲୁଟିଛନ୍ତି ବିଜେଡିର ୩ ପରିବାର
ଅର୍ଗସ ବ୍ୟୁରୋ: ଯାଜପୁର ବଡଚଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କଲେ 3 ପରିବାରକୁ। କହିଲେ ଯାଜପୁରର ବିକାଶ ନୁହେଁ ବିନାଶ କରିଛନ୍ତି ଏଇ ପରିବାର। ଏଇ ପ୍ରସଙ୍ଗରେ ସିଧାସଳଖ ନା
ବିଜେପି
ସତ ରୂପାନ୍ତରଣ କରିବାକୁ ବିଜେପି ସରକାରର ଦାବି
ଭୁବନେଶ୍ୱର: ବଦଳିବ ସ୍କୁଲ ଭାଗ୍ୟ । ରୂପାନ୍ତରଣ ନାଁରେ ଆଉ ରଙ୍ଗ ବୋଳା ନୁହେଁ । ସତ ରୂପାନ୍ତରଣ କରିବାକୁ ବିଜେପି ସରକାରର ଦାବି । ପ୍ରତ୍ୟେକ ସ୍କୁଲରେ ରହିବ ବିଜୁଳି, ପାନୀୟ ଜଳ
ବିଜେଡିର ଷଡ଼ଯନ୍ତ୍ର
ବିଜେପିର ଅଭିଯୋଗ, ଅଶାନ୍ତ କରିବାକୁ ବିଜେଡିର ଷଡ଼ଯନ୍ତ୍ର
ଭଦ୍ରକ: ବିଜେପି ଶାସନରେ ସାମ୍ପ୍ରଦାୟିକ ଅଶାନ୍ତି ଓଡିଶାର ଛବିକୁ ମଳିନ କରିଛି ବୋଲି ବିଜେଡିର ଅଭିଯୋଗ ପରେ ବିଜେପି କହିଲା ଭଦ୍ରକରେ ଅଶାନ୍ତି ପାଇଁ ବିଜେଡି କରିଥିଲା ଷଡ଼ଯନ୍ତ୍ର