ବାଡ୍‌ ଫ୍ଲୁ' : ଅଣ୍ଡା ଚିକେନ୍‌ ଦେଖିଲେ ଡର ଲାଗୁଛି
by Argus News
Sun, Sep 01 | 6:47 p.m.

ଅର୍ଗସ ବ୍ୟୁରୋ : ପିପିଲିରେ ବାର୍ଡ ଫ୍ଲୁ ପରେ ରାଜଧାନୀରେ ପଶିଲାଣି ଛନକା । କାରଣ କୁକୁଡା କି ଅଣ୍ଡା ଖାଇବେ ଏବେ ଡର ଲାଗୁଛି । ସ୍ଥିତି ଏବେ ଯାହା କୁକୁଡା ପାଖରୁ ମଣିଷକୁ ବାର୍ଡ ଫ୍ଲୁ ହେଲେ ସ୍ଥିତି ଅଣାୟତ ହେବ । ଖାସ୍‌ କରି ରାଜଧାନୀରେ ଚିକେନ୍ ଖାଇବାକୁ ବାରଣ ସହ ପ୍ରଭାବିତ ଅଞ୍ଚଳରୁ କୁକୁଡ଼ା ଆଣିଲେ ବ୍ୟବସାୟୀଙ୍କ ବିରୋଧରେ ଆକ୍ସନ ଚେତାବନୀ ବି ଦେଲାଣି ପ୍ରଶାସନ ।

ବାର୍ଡ ଫ୍ଲୁର ଏବେ ହଟସ୍ପଟ୍ ସାଜିଛି ପୁରୀ । ଯେହେତୁ ପୁରୀରୁ ଭୁବନେଶ୍ଵରର ଦୂରତା ବହୁତ କମ୍ ତେଣୁ ରାଜଧାନୀରେ ବି କୁକୁଡା ଓ ଅଣ୍ଡାକୁ ନେଇ ପ୍ରବଳ ଟେନସନ । ସେଇଥି ଲାଗି ତ ଚିକେନ୍‌ ଖାଇବାକୁ ଲୋକେ ଡରିଲେଣି, ବ୍ୟବସାୟୀ କହିଲେଣି ଚିକେନ୍ ବେପାର ପୁରା ଡାଉନ୍ । ମାଡ଼ି ଚାଲିଥିବା ବାର୍ଡ ଫ୍ଲୁର ସିଧା ପ୍ରଭାବ ପଡ଼ିଛି ରାଜଧାନୀର ଆମିଷ ମାର୍କେଟ ଉପରେ । ଯେହେତୁ ଆଜି ରବିବାର ତେଣୁ ସାଧାରଣ ଦିନ ଅପେକ୍ଷା ଆଜି ଆମିଷ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କଥା ହେଲା, ପୂର୍ବରୁ ଯେଉଁଠି ଚିକେନ୍‌ ଦର ୨୫୦ ଶହ ଥିଲା ସେଇଠି ଏବେ ୨୦୦ରେ ବି କେହି ନେବାକୁ ରାଜି ହେଉନାହାନ୍ତି ।   

କଥା ହେଲା କୁକୁଡାକୁ ବାର୍ଡ ଫ୍ଲୁ ହେବା ପରେ ଚିକେନ୍‌ର ଚାହିଦା କମିଛି । ହେଲେ ମାଛ ଓ ମଟନ୍‌ର ଭାଉ ପୁରା ବଢିଛି । ଏଣେ ପଡ଼ୋଶୀ ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ ପରେ ରାଜଧାନୀରେ ଆକ୍ସନ ମୋଡକୁ ଆସିଛନ୍ତି BMC କର୍ତ୍ତୃପକ୍ଷ । ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳରୁ ଚିକେନ ଆଣି ବିକିଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଶୁଣାଇଛନ୍ତି BMC କମିଶନର ।  କେବଳ ଏତିକି ନୁହେଁ, ଚିକେନ ଖାଉଥିବା ଓ ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ ବାର୍ଡ ଫ୍ଲୁ ସଂପର୍କରେ ସଚେତନତା ପାଇଁ ବିଜ୍ଞପ୍ତି ବି ଜାରି କରାଯାଇଛି ।
 

ଡିଭୋର୍ସ
now
ସ୍ବାମୀ ନ ଗାଧୋଇବାରୁ ସ୍ତ୍ରୀଙ୍କ ଡିଭୋର୍ସ ଆବେଦନ
ଅର୍ଗସ ବ୍ୟୁରୋ : କଥାରେ ଅଛି ସଂସାର ଭିତର ଘର କରିଥିଲେ ପଥର ପଡ଼ିଲେ ସହି । ଅର୍ଥାତ୍‌ ସଂସାର କରିଥିଲେ କଳିଝଗଡ଼ା ଭିତରେ ହିଁ ଆଗେଇବାକୁ ପଡେ । ହେଲେ ସେହି କଳହ ଯେ ଗାଧୁଆକୁ ନେ
ପେଜର ବିସ୍ଫୋରଣ
9m ago
ଲେବାନନରେ ଭୟଙ୍କର "ପେଜର ବିସ୍ଫୋରଣ", ଗଲା ୧୧ ଜଣଙ୍କ ଜୀବନ
ଅର୍ଗସ ବ୍ୟୁରୋ : ଲେବାନନରେ ଭୟଙ୍କର ପେଜର ବିସ୍ଫୋରଣ । ନିମିଷକେ ଚାଲିଗଲା ୧୧ ଜଣଙ୍କ ପ୍ରାଣ । ଏହାସହିତ ୪ ହଜାରରୁ ଅଧିକ ଆହତ ବି ହୋଇଛନ୍ତି । ଲେବନାନରେ ଥିବା ହିଜବୁଲ୍ଲାରର ସଦସ୍ୟ ଉପର
ପ୍ରଧାନମନ୍ତ୍ରୀ
16m ago
ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନକୁ କ୍ୟାବିନେଟ୍ ମଞ୍ଜୁରୀ
ଅର୍ଗସ ବ୍ୟୁରୋ : ଆଦିବାସୀଙ୍କ ଉନ୍ନତି ଉପରେ ମୋଦି ସରକାରଙ୍କ ଫୋକସ୍ । ଆଦିବାସୀ ବହୁଳ ଅଞ୍ଚଳରେ ବିକାଶ ମୂଳକ କାମକୁ ଗତି ଦେବାକୁ ଆରମ୍ଭ ହେଉଛି ବଡ଼ ଯୋଜନା । ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନ