ଲେବାନନରେ ଭୟଙ୍କର "ପେଜର ବିସ୍ଫୋରଣ", ଗଲା ୧୧ ଜଣଙ୍କ ଜୀବନ
by Argus News
Wed, Sep 18 | 7:47 p.m.

ଅର୍ଗସ ବ୍ୟୁରୋ : ଲେବାନନରେ ଭୟଙ୍କର ପେଜର ବିସ୍ଫୋରଣ । ନିମିଷକେ ଚାଲିଗଲା ୧୧ ଜଣଙ୍କ ପ୍ରାଣ । ଏହାସହିତ ୪ ହଜାରରୁ ଅଧିକ ଆହତ ବି ହୋଇଛନ୍ତି । ଲେବନାନରେ ଥିବା ହିଜବୁଲ୍ଲାରର ସଦସ୍ୟ ଉପରେ ଟାର୍ଗେଟ କରି ଆକ୍ରମଣ କରାଯାଇଛି । ଘଟଣାରେ ଇସ୍ରାଏଲର ହାତ ଥିବା ସୂଚନା ରହିଛି । ତେବେ ହିଜବୁଲ୍ଲାରେ ମୋବାଇଲ ଫୋନ୍ ବଦଳରେ ପେଜର ଦ୍ବାରା କଥାବାର୍ତ୍ତା ହୁଏ । ତେବେ କଣ ଏହି "ପେଜର ବିସ୍ଫୋରଣ" । କେମିତି ହୁଏ ପେଜର ବିସ୍ଫୋରଣ ଆସନ୍ତୁ ଜାଣିବା ।
'ପେଜର' କଣ
ଯେପରି ଆମେ ଅନ୍ୟଜଣଙ୍କ ସହ କଥା ହେବାପାଇଁ ମୋବାଇଲ ଫୋନ ବ୍ୟବହାର କରିଥାନ୍ତି, ସେହିପରି ଲେବାନନରେ ହିଜବୁଲ୍ଲାର ସଦସ୍ୟ ମାନଙ୍କୁ ମୋବାଇଲ ବଦଳରେ ପେଜର ଦିଆଯାଇଥାଏ । ଏହା ଏକପ୍ରକାର ଓୟାରଲେସ ରେଡିଓ ଡିଭାଇସ । ରେଡିଓ ସିଗନାଲ ଦ୍ବାରା ଏହା ମେସେଜ ରିସିଭ୍ କରିଥାଏ ।  ମେସେଜ ପଠାଇବା ଏବଂ ପଢିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ସେଠାକାର ପସନ୍ଦର ଟେଲିକମ୍ୟୁନିକେସନ ବ୍ୟବସ୍ଥା ହେଉଛି ପେଜର ।
କେମିତି ହୁଏ ପେଜର ବିସ୍ଫୋରଣ ଆତଙ୍କ 
ଏକକାଳୀନ ସମୟରେ ଏହି ପେଜର ବିସ୍ଫୋରଣ ହୋଇଥାଏ । ହିଜବୁଲ୍ଲା କିଛିମାସ ପୂର୍ବରୁ ୫ ହଜାର ପେଜର ଅର୍ଡର କରିଥିଲା ।  ପେଜରେ ଭିତରେ ୩ ଗ୍ରାମର ବିସ୍ଫୋରକ ଲୁଚାଇ ରଖାଯାଇଥିଲା ।    ପ୍ରଥମେ ଏଠାକାର ହିଜବୁଲ୍ଲା ଉପରେ ମୋବାଇଲ ଫୋନ ଦ୍ବାରା ଆକ୍ରମଣ କରାଯାଉଥିଲା । ପରେ ଜଣା ପଡିବା ପରେ ହିଜବୁଲ୍ଲାରେ ଗତ ଫେବୃଆରୀରେ ପେଜର ଅର୍ଡର କରାଯାଇଥିଲା । ଏହାକୁ ଏପରି ଡିଜାଇନ କରି ଏଥିରେ ବିଷାକ୍ତ ବିସ୍ଫୋରକ ରଖାଯାଇଥିଲା ଯେ, ଏହାକୁ ଆଣିବା ବେଳେ କିଛି ଆଭାସ ମିଳିନଥିଲା । ଏହାପରେ ଏଥିରେ ରଖାଯାଇଥିବା ବିସ୍ଫୋରକକୁ ରେଡିଓ ସିଗନାଲ ଦ୍ବାରା ଟ୍ରିଗର କରାଯାଇଥାଏ । ଯାହାଦ୍ବାରା ଏକାବେଳେ ସମସ୍ତ ପେଜର ବ୍ଲାଷ୍ଟ କରିଥାଏ । ତେବେ ଏହି ସପ୍ଲାଏ ପଏଜନ ପଦ୍ଧତିରେ ଅନେକ ବଡବଡ କମ୍ପାନୀ ସାମିଲ ଥାଆନ୍ତି ।  
ତେବେ ପ୍ରକୃତରେ ଏହି ଘଟଣା ପଛରେ ଇସ୍ରାଏଲର ହାତ ଥିବା ସନ୍ଦେହ କରାଯାଉଥିବା ବେଳେ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । 

 

ୱାକି ଟକି ବ୍ଲାଷ୍ଟ
17m ago
ଆଜି ମଧ୍ୟପ୍ରାଚ୍ୟରେ ୱାକି ଟକି ବ୍ଲାଷ୍ଟ , ୨୦ରୁ ଅଧିକ ମୃତ
ଅର୍ଗସ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସିରିଜ୍ ଗ୍ୟାଜେଟ୍ ହମଲା । ଲେବାଲନ୍ ପେଜର୍ ବ୍ଲାଷ୍ଟରେ ଥରହର ହେବା ପରେ ଆଜି ୱାକି ଟକି ବ୍ଲାଷ୍ଟରେ ୨୦ରୁ ଅଧିକ ମୃତ ଏବଂ ଅନେକ ଆହତ ହୋଇଛନ୍ତି
ରୋଜଗାର
20m ago
୧୦୦ ମହିଳାଙ୍କୁ ରୋଜଗାର ଯୋଗାଉଛି ଅଳିଆ ଆବର୍ଜନା
କୋରାପୁଟ: ଅଳିଆ ଆବର୍ଜନା ଯୋଗାଇଛି ରୋଜଗାର । ଯାହାକୁ ଅଳିଆ କହି ଲୋକେ ବାହାରେ ଏଣେ ତେଣେ ଫୋପାଡି ଦିଅନ୍ତି, ସେହି ଅଳିଆ ଆଜି ଜୟପୁରର ୧୦୦ ମହିଳାଙ୍କୁ ଯୋଗାଉଛି ରୋଜଗାର। ଅଳିଆ
ଗଣଦୁଷ୍କର୍ମ
35m ago
୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳରେ ଚାଞ୍ଚଲ୍ୟ । ୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ । କୁତ୍ରା ଥାନାରେ ପୀଡିତାଙ୍କ ଅଭିଯୋଗ ପରେ ମାମଲା ରୁଜୁ