ଘର ମୁହଁରୁ ଗୋଲ କରୁଥିଲେ ରୟାଲ ଏନଫିଲଡ୍ ବୁଲେଟ, ଗିରଫ ହେଲା ୩ ଜଣିଆ ଗ୍ୟାଙ୍ଗ
by Argus News
Mon, Dec 04 | 5:17 p.m.

ଅର୍ଗସ ବ୍ୟୁରୋ : ଜବତ ୨୩ଟି ଦାମୀ ଗାଡି । ଗିରଫ ହୋଇଥିବା ୩ ଜଣିଆ ଗ୍ୟାଙ୍ଗ । ଏମାନେ ହେଲେ ରାଜଧାନୀ ଛାତିରେ ବାଇକ୍ ଲୁଟୁଥିବା କୁଖ୍ୟାତ ଲୁଟେରା ।   ରାଜଧାନୀର ରାତିରେ କରୁଥିଲେ ରାଜୁତି | ଘର ବାହାରେ ଥୁଆ ହୋଇଥିବା ଗାଡି କିମ୍ବା ସୁନ୍ ସାନ ଜାଗାରେ ଥିବା ଗାଡିକୁ ଏମାନେ ଆଖି ପିଛୁଳାକେ କରୁଥିଲେ ଗାୟବ । ଆଉ ପ୍ରତି ମୁହୂର୍ତ୍ତରେ ପୋଲିସକୁ ଦେଉଥିଲେ ଚକମା । ଖାସ କରି ଏମାନଙ୍କ ଟାର୍ଗେଟରେ ଥିଲା ରୟାଲ ଏନଫିଲଡ୍ ବୁଲେଟ । ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ଲୁଟେରାଙ୍କ ନାଁରେ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରହିଛି ମାଳମାଳ ଅଭିଯୋଗ । ଭୁବନେଶ୍ବର କମିଶନରେଟ ପୋଲିସର ବିଭିନ୍ନ ଥାନାରେ ୮ଟି ମାମଲା ରହିଛି । ସମସ୍ତ ଅଭିଯୁକ୍ତ ନୟାଗଡ ଅଞ୍ଚଳର ବୋଲି ଜଣାପଡିଛି । ଏମାନଙ୍କ ଠାରୁ ୧୪ଟା ରୟଲ ଇଂଫିଲ୍ଡ , ୪ଟି R15, ୩ଟି ପଲସର ଭଳି ମୋଟ ୨୩ଟି ବାଇକ ଜବତ କରିଛି ପୋଲିସ । ଇଏ ତ କେବଳ ଗୋଟିଏ ଗ୍ୟାଙ୍କ୍ ରାଜଧାନୀରେ ସକ୍ରିୟ ଅଛନ୍ତି ଏଭଳି ଅନେକ ବାଇକ ଲୁଟେରା ଗ୍ୟାଙ୍ଗ୍ । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ