ରାଜଧାନୀର ଛାତିରେ ଅଳିଆ ପାହାଡ଼
by Argus News
Tue, Nov 28 | 5:35 p.m.

ଅର୍ଗସ ବ୍ୟୁରୋ : ରାଜଧାନୀର ଛାତିରେ ଅଳିଆ ପାହାଡ଼ । ନା ରହି ହେଉଛି ନା ସହି ହେଉଛି । ଭୁବନେଶ୍ବର ଗାଢକଣ ଡମ୍ପିୟାର୍ଡକୁ ନେଇ ଲୋକଙ୍କ ମନରେ ଦୀର୍ଘ ଦିନରୁ କୁହୁଳୁଥିବା ନିଆଁ ଆଜି ଉଗ୍ର ହୋଇଛି । ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସତ୍ୟାଗ୍ରହ ଆରମ୍ଭ କରିଛି ବିଜେପି । ଅଳିଆ ଓ ଆବର୍ଜନାର ପାହାଡ଼କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ବିଜେପିର ଏହି ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବାରମ୍ବାର ଅଭିଯୋଗ ପରେ ବି ବିଏମସି ଚୁପ ବସିଥିବାରୁ ଏବେ ଚରମ ପଦକ୍ଷେପ ନେବାକୁ ଚେତାବନୀ ଦେଇଛି ବିଜେପି । ଭୁବନେଶ୍ବର ଗାଢକଣ ଡମ୍ପିୟାର୍ଡର ଦୁର୍ଗନ୍ଧରେ ଅତିଷ୍ଠ ସ୍ଥାନୀୟ ଜନସାଧାରଣ । ଆବର୍ଜନାର ଦୁର୍ଗନ୍ଧ କାରଣରୁ ପ୍ରଭାବିତ ହୋଇଛି ଜନଜୀବନ । ଛୋଟଛୁଆଠାରୁ ଆରମ୍ଭ କରି ଗର୍ଭବତୀ, ବୟସ୍କ ବ୍ୟକ୍ତିମାନେ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି । 

ଏହାର ପ୍ରତିବାଦରେ ପୂର୍ବରୁ ଇଛାମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ ଅଞ୍ଚଳବାସୀ । ବଜେପି ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ସ୍ଥାୟୀ ସମାଧାନ ଦାବିରେ ଆଜିଠୁ ସତ୍ୟାଗ୍ରହ ଆରମ୍ଭ କରିଛି ବିଜେପି । ଗାଢକଣର ଅଳିଆକୁ ନେଇ ଲୋକେ ଅତିଷ୍ଟ ହୋଇପଡ଼ିଥିବା ବେଳେ ବିଏମସିର ମଧ୍ୟ ବଢ଼ିଛି ମୁଣ୍ଡବିନ୍ଧା । କେବେ ଏହାର ସ୍ଥାୟୀ ସମାଧାନ ହେଉଛି ଦେଖିବାକୁ ଅପେକ୍ଷା ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ