ଆଗେ ଆଗେ ଗଞ୍ଜେଇ ଗାଡ଼ି, ପଛେ ପଛେ ପୋଲିସ
by Argus News
Mon, Feb 12 | 7:04 p.m.

ଅର୍ଗସ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଜାତୀୟ ରାଜପଥରେ ଆକ୍ସନ । ଆଗେ ଆଗେ ଗଞ୍ଜେଇ ଗାଡ଼ି, ପଛେ ପଛେ ପୋଲିସ । ମାଲକାନଗିରିରୁ କୋଲକାତା ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ସ୍ପେଶାଲ କ୍ରାଇମ ୟୁନିଟ । ଦାମି ଗାଡ଼ିରେ ପ୍ରେସ ଷ୍ଟିକର ଲଗାଇ କରୁଥିଲେ ଗଞ୍ଜେଇ ଚାଲାଣ  । ୨୦ କି ୫୦ ନୁହଁ, ପୁରା ୩୦୦ କେଜିର ଗଞ୍ଜେଇ ଜବତ । ଦାମିକିଆ ଗାଡ଼ି-ପ୍ରେସ ଷ୍ଟିକର-ଆଉ ଗାଡି ଭିତରେ ପୁଳା ପୁଳା ଗଞ୍ଜେଇ ।

ପ୍ରାୟ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଗାଡ଼ିଟି ଜାତୀୟ ରାଜପଥରେ ଗଡୁଥିବା ବେଳେ ଖବର ପାଇ ସ୍ପେଶାଲ କ୍ରାଇମ ୟୁନିଟ କରିଥିଲା ଚଢ଼ାଉ । ଫିଲ୍ମ ଷ୍ଟାଇଲରେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଅପରାଧୀ । ପିତାପଲ୍ଲୀରୁ ପାହାଳ ଯାଏଁ ଚାଲିଲା ପୋଲିସ ଓ ମାଫିଆଙ୍କ ଛକାପଞ୍ଝା । ଶେଷରେ ପୋଲିସ ଫାଶରେ ପଡ଼ିଥିଲେ ଗଞ୍ଜେଇ ବେପାରୀ । ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତେ ଝାଡ଼ଖଣ୍ଡର । ମୁଖ୍ୟ ଅଭିଯୁକ୍ତ ରବି ଶଙ୍କର ଦାସ ନାଁରେ ପୂର୍ବରୁ ଡ୍ରଗସ ଓ ଅନ୍ୟ ଅପରାଧିକ ମାମଲା ରହିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ଏତେ ମାତ୍ରାରେ ଗଞ୍ଜେଇ ଚାଲାଣ ପାଇଁ ୨ଟି ଦାମି କାର୍ ବ୍ୟବହାର କରୁଥିଲେ । ସେଥିରେ ପ୍ରେସ ଲୋଗୋ ମଧ୍ୟ ବ୍ୟବହାର କରାଯାଇଥିଲା । ଯାହା ଦ୍ଵାରା କି କେହି ସନ୍ଦେହ କରିବେ ନାହିଁ l ସବୁଠାରୁ ବଡ଼ କଥା ହେଲା, କାର୍‌ର ସିଟ୍‌ ତଳେ ସ୍ବତନ୍ତ୍ର ଚାମ୍ବର କରି ଚାଲାଣ କରୁଥିଲେ ଗଞ୍ଜେଇ | କାର୍‌ର ଭିନ୍ନ ଭିନ୍ନ ଜାଗାରେ କମ୍ପାର୍ଟମେଣ୍ଟ ବି କରିଥିଲେ । ଗିରଫ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ପୋଲିସ । ଏଭଳି ଗଞ୍ଜେଇ ଚାଲାଣ ପଛରେ ଆଉ କଣ ନୂଆ ଗୁମର ରହିଛି, ଅଧିକ ତଦନ୍ତ ପରେ ହିଁ ଜଣାପଡ଼ିବ ।

RAM
1m ago
ଆଜି ପ୍ରଚାର ପାଇଁ ଆସୁଛନ୍ତି ରାମାୟଣର ରାମ
ଅର୍ଗସ ବ୍ୟୁରୋ: ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ପ୍ରଥମ ଥର ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବ ଏବ
REPOLLING
56m ago
କଣ୍ଟାମାଳ: ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ
ଅର୍ଗସ ବ୍ୟୁରୋ: କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ । ଆସନ୍ତାକାଲି ପୁନର୍ବାର ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର
DEAD BODY
ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ
ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସାମ୍ନାକୁ ଆସିଲା ବିଜେଡିର ହୀନ ରାଜନୀତି । ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ। ମୃତକଙ୍କ ନାଁରେ ମିଛ ପ୍ରଚାର କରି ବିରୋଧୀ ଦଳକୁ ବଦନା