ବାହା ବେଦୀରୁ ବରକୁ ଉଠାଇ ନେଲା ଭୁବନେଶ୍ୱର କମିଶନ୍‌ରେଟ୍‌ ପୋଲିସ
by Argus News
Sat, Mar 02 | 8:41 a.m.

ଅର୍ଗସ ବ୍ୟୁରୋ : ବାହା ବେଦୀରୁ ବରକୁ ଉଠାଇନେଲା ପୋଲିସ । ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ସ୍ୱାମୀକୁ ଉଠାଇନେଲା ପୋଲିସ । ହାତଗଣ୍ଠି ପଡ଼ିବା ବଦଳରେ ପଡ଼ିଲା ହାତକଡି ! ଅଧା ରହିଲା ବାହାଘର । ବାହା ବେଦୀରୁ ବରକୁ ଉଠାଇ ନେଲା ଭୁବନେଶ୍ୱର କମିଶନ୍‌ରେଟ୍‌ ପୋଲିସ । ପ୍ରଥମ ପତ୍ନୀଙ୍କ ଅଭିଯୋଗ କ୍ରମେ ପୋଲିସ୍‌ ବରକୁ ଉଠାଇ ନେଇଥିଲା । ଜିତେନ୍ଦ୍ର ସ୍ୱାଇଁ ପେସାରେ ଜଣେ ଡ୍ରାଇଭର । ଅଭିଯୋଗ ଅନୁସାରେ, ୨୦୦୯ ମସିହାରେ ସେ କୋଲକାତା ଯାଇଥିଲେ । ସେଠାରେ ରମା ନାମକ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା । ଉଭୟ କୋର୍ଟ ମ୍ୟାରେଜ କରିଥିଲେ । 

ବାହାଘର ପରେ ସେଠାରେ କୁଆଡ଼େ ୪ ବର୍ଷ ଧରି ରମାଙ୍କ ସହିତ ଜିତେନ୍ଦ୍ର ରହିଥିଲେ । କିନ୍ତୁ ମଝିରେ ମଝିରେ ବାହାନା କରି ଭୁବନେଶ୍ୱର ଆସୁଥିଲେ।  ଆଉ ପରିବାର ଲୋକଙ୍କୁ ଭେଟୁଥିଲେ । ହେଲେ ରମାଙ୍କୁ ଭୁବନେଶ୍ୱର ଆଣୁନଥିଲେ । ତେଣୁ ରମାଙ୍କ ମନରେ ସନ୍ଦେହ ହୋଇଥିଲା । କିଛି ଦିନ ତଳେ ରମା ଜାଣିବାକୁ ପାଇଲେ ଜିତେନ୍ଦ୍ର ଭୁବନେଶ୍ୱରରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ତା’ପରେ ସେ କିଛି ସମାଜସେବୀଙ୍କ ସହାୟତାରେ ଭୁବନେଶ୍ୱର ଆସିଥିଲେ। ଆଜି ଜିତେନ୍ଦ୍ରଙ୍କ ବାହାଘର ହେଉଥିଲା । ରାଜଭବନ ପଛ ପାର୍ଶ୍ୱ ରାଧାକୃଷ୍ଣ ମନ୍ଦିର ପରିସରରେ ବାହାଘର ହେଉଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ହଠାତ୍‌ ବେଦୀରେ ପହଞ୍ଚିଥିଲେ ରମା । ଆଉ କହିଥିଲେ, ଜିତେନ୍ଦ୍ର ମୋର ପ୍ରଥମ ସ୍ୱାମୀ । ସ୍ତବ୍ଧ ହୋଇଯାଇଥିଲେ ସମସ୍ତେ । ଆରୋପ ଓ ପ୍ରତ୍ୟାରୋପ ଚାଲିଲା । କହିବାକୁ ଗଲେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା । ଅଟକିଲା ବାହାଘର । ଖବର ପାଇ ଭୁବନେଶ୍ୱର ମହିଳା ଥାନା ପୁଲିସ୍‌ ବାହା ମଣ୍ଡପରେ ପହଞ୍ଚିଲା । ବେଦୀରୁ ଜିତେନ୍ଦ୍ର, ତାଙ୍କ ପରିବାର ଲୋକ ଓ ପ୍ରଥମ ସ୍ତ୍ରୀ ବୋଲି ଦାବି କରୁଥିବା ମହିଳା ରମାଙ୍କୁ ଥାନାକୁ ନେଇଯାଇଥିଲା । ସେପଟେ ଜିତେନ୍ଦ୍ରଙ୍କ ପ୍ରଥମ ବିବାହକୁ ଖଣ୍ଡନ କରିଛନ୍ତି ପରିବାର ଲୋକେ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ