ମୁକୁଳା ଡ୍ରେନ୍ ରେ ଭାସି ଯାଇଥିବା ନାବାଳକ ମୃତ
by Argus News
Tue, Jun 18 | 5:11 p.m.

ଭୁବନେଶ୍ୱର: ମୁକୁଳା ଡ୍ରେନ୍ ରେ ଭାସି ଯାଇଥିବା ନାବାଳକ ମୃତ ।  ୟୁନିଟ୍ 3  ମସଜିଦ କଲୋନୀ ପାଖରେ ଥିବା ମୁକୁଳା ଡ୍ରେନରେ ଭାସିଯାଇଥିଲା 8 ବର୍ଷର ନାବାଳକ । ଲଗାଣ ବର୍ଷାରେ ପିଲାଟି ଖସି ଯାଇ ମୁକୁଳା ଡ୍ରେନରେ ପଡ଼ି ଯାଇଥିଲା । ପରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଶେଷରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଛନ୍ତି ।  

ମୃତ ନାବାଳକ ଜଣଙ୍କ ହେଲା ଏସ୍ କେ ରାଜେଶ୍ । ଭାସି ଯାଉଥିବା ଗୋଟିଏ ବେଲୁନ୍ ଆଣିବାକୁ ଯାଇ ଏସ୍ କେ ରାଜେଶ ଓ ତାଙ୍କ ସାଙ୍ଗସାଥୀ ଯାଇଥିଲେ । ହେଲେ ବେଲୁନ୍ ଆଣୁ ଆଣୁ ଭାସିଯାଇଥିଲା ନାବାଳକ । ତାଙ୍କ ସାଙ୍ଗମାନେ ଅଳ୍ପକେ ବର୍ତ୍ତିଯାଇଥିଲେ । କିଛି ସମୟ ଖୋଜା ଖୋଜି କରିବା ପରେ ନାବାଳକକୁ ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟ ନାଳରୁ ଉଦ୍ଧାର କରାଯାଇଥିଲା । ଶେଷରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି । କୁନି ପୁଅର ମୃତ୍ୟୁ ଖବର ପରେ କାନ୍ଦା ବୋବାଳିରେ ଫାଟି ପଡୁଛି ପୁରା ଅଞ୍ଚଳ ।   

ଆହୁରି ପଢନ୍ତୁ ଓଡିଶା ଖବର...

KHUSHI
7m ago
ଦୁର୍ଗମରେ 'ଖୁସି' ଯୋଜନା ଫେଲ୍
ଅର୍ଗସ ବ୍ୟୁରୋ: ଦୁର୍ଗମର ଯୁବତୀଙ୍କ ନିକଟରେ ଏବେବି ଅପହଞ୍ଚ ସାନିଟାରି ନାପକିନ। ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲାର ଅନେକ ଦୁର୍ଗମ ଇଲାକାରେ ଏଭଳି ସ୍ଥିତି ଦେଖିବାକ
VILLAGE
12m ago
ଯେଉଁଠି ସେଇଠି ଅଟକିଛି ବିକାଶ
ଅର୍ଗସ ବ୍ୟୁରୋ: 25 ବର୍ଷ ବିଜେଡି ଶାସନରେ ବଦଳିନି ଗାଁର ଚିତ୍ର । ଲାଗୁଛି ଯେଉଁଠି ସେଇଠି ଅଟକିଛି ବିକାଶ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଠାରୁ ଆରମ୍ଭ କରି ସମସ୍ତ ମୌଳିକ ସୁବିଧାର
GOVERNMENT SCHEME
20m ago
ଦୁର୍ଗମର ଅପହଞ୍ଚ ଇଲାକା ଗଡ଼ବା
ଅର୍ଗସ ବ୍ୟୁରୋ: ଦୁର୍ଗମର ଅପହଞ୍ଚ ଇଲାକା ଗଡ଼ବା। ନା ପହଞ୍ଚିଛି ବିକାଶ ନା ପହଞ୍ଚିଛି ଯୋଜନା। ଜଙ୍ଗଲ ପାହାଡ଼ ମଧ୍ୟରେ ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି ଅଞ୍ଚଳବାସୀ। ରାୟଗଡା ସଦ