ଯେଉଁଠି ସେଇଠି ଅଟକିଛି ବିକାଶ
by Argus News
Sat, Jun 29 | 6:29 p.m.

ଅର୍ଗସ ବ୍ୟୁରୋ: 25 ବର୍ଷ ବିଜେଡି ଶାସନରେ ବଦଳିନି ଗାଁର ଚିତ୍ର । ଲାଗୁଛି ଯେଉଁଠି ସେଇଠି ଅଟକିଛି ବିକାଶ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଠାରୁ ଆରମ୍ଭ କରି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଭଟାଙ୍ଗପଦର ପଞ୍ଚାୟତର ମକାଗୁଡା ଗାଁ। କାହିଁ କେତେ ଯୁଗର ପିଢି ଏଠି ବସତି ସ୍ଥାପନ କରିଛନ୍ତି । କିନ୍ତୁ ଆଜି ବି ସମସ୍ତ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳବାସୀ । ଗାଁରେ ୧୬ଟି ପରିବାର ବସବାସ କରନ୍ତି । ଚାରିଆଡେ ଖାଲି ମାଟିଘର । ଗୋଟେ କି  ଦୁଇଟା ପ୍ରଧାନମନ୍ତ୍ରୀ ଆବାସରେ ଘର ମିଳିଛି । ପିଇବା ପାଣି ବ୍ୟବସ୍ଥା କଥା ନକହିଲେ ଭଲ । ଗୋଟିଏ ମାତ୍ର ନଳକୂପରୁ ବାହାରୁଛି ଦୁର୍ଗନ୍ଧ ଲୌହ ଯୁକ୍ତ ପାଣି । ତେଣୁ ନାଳରେ ଛୋଟ ବାଲିଚୁଆଁ କରି ଶୋଷମେଣ୍ଟାଉଛନ୍ତି ଲୋକେ । ସେହି ଦୂଷିତ ପାଣିକୁ ମଣିଷ ଆଉ ପଶୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।

ବିଜୁଳି ମିଟର ଲାଗି ପୁରୁଣା ହୋଇଗଲାଣି । ତା ପୁଣି କେନ୍ଦ୍ର ସୌଭାଗ୍ୟ ଯୋଜନାରେ ମାଗଣା ମିଟର ସଂଯୋଗ ହେଲା ।  ହେଲେ ଆଜି ପର୍ଯ୍ୟନ୍ତ ବିଜୁଳି ପହଞ୍ଚିପାରିଲା ନାହିଁ। ଅନ୍ଧାରରେ ଜୀବନ ବିତାଉଛନ୍ତି ଲୋକେ । ସେପଟେ ରାସ୍ତା ସମସ୍ୟା ଚରମ ସୀମାରେ ପହଁଚିଛି । ସେହି ପୁରୁଣା ମାଟି ରାସ୍ତା ଲୋକଙ୍କ ସାହା ଭରସା ପାଲଟିଛି । ରାସ୍ତା ଥିବାରୁ ଦେହ ଖରାପ ହେଲେ ଖଟିଆରେ ରୋଗୀକୁ ବୋହି ନେବାକୁ ବାଧ୍ୟ ହେଉଛନ୍ତି ଲୋକେ । 25 ବର୍ଷର ବିଜେଡି ସରକାର କେବେ ବି ଲୋକଙ୍କ ଦୁଃଖ ଶୁଣିଲା ନାହିଁ। ମକାଗୁଡା ଗାଁରେ ମୌଳିକ ସମସ୍ୟାର ସମାଧାନ ପାଇଁ ବିଜେଡି ବିଧାୟକ କି ବ୍ଳକ ପ୍ରଶାସନ କେବେ ଧ୍ୟାନ ସୁଦ୍ଧା ଦେଇନାହିଁ । ଏବେ ନୂଆ ସରକାରରେ ଲୋକଙ୍କ ଦୁଃଖ ଦୂର ହେବବୋଲି ଆଶା ରଖିଛନ୍ତି ଦୁର୍ଗମ ଅଞ୍ଚଳବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ହାତୀ
16m ago
ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ
ଭୁବନେଶ୍ୱର: ହାତୀ ମଣିଷ ଲଢ଼େଇ ରୋକିବାକୁ ବନବିଭାର ବଡ଼ ପ୍ଲାନ୍। ସ୍କାନରରେ ରହିବେ ଲୋନଲି ଟସ୍କର। ଅମାନିଆ ଦନ୍ତାଙ୍କ ଆଚରଣ ସୁଧାରିବ ବନ ବିଭାଗ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଲେ
RAIL LINE
ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ନିର୍ମାଣ ଆଗେଇବାର ହେଲା ସମୀକ୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟରେ ଦ୍ରୁତଗତିରେ ଆଗେଇ ଚାଲିବ ରେଳ ପ୍ରକଳ୍ପ । ରେଳ ସଦନରେ ରେଳ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛ
ଫୌଜଦାରୀ ଆଇନ
ବ୍ରିଟିଶ ଆଇନର ହେଲା ଭାରତୀୟକରଣ
ଅର୍ଗସ ବ୍ୟୁରୋ: ଭାରତରେ ଆଉ ଚଳିବନି ୧୬୦ ବର୍ଷ ପୂର୍ବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ । ଅପରାଧିକ ନ୍ୟାୟ ପ୍ରଣାଳୀରେ ଆଜିଠୁ ହୋଇଛି ଆମୂଳଚୂଳ ପରିବର୍ତ୍ତନ । ଭାରତୀୟ ଦଣ୍ଡବିଧି ଆଇନରେ ବ୍ୟାପ