ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା , 2 ଗୁରୁତର
by Argus News
Fri, Mar 29 | 3:05 p.m.

କେନ୍ଦ୍ରାପଡା:  ଆଳି ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତା ଶାସନ ଛକ ନିକଟରେ ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଦୁଇ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । 

ସୂଚନା ଅନୁସାରେ କୈଳାଶ ଚନ୍ଦ୍ର ବେହରାଙ୍କ ଘର ମହାକାଳପଡା ବାବରରୁ ବାହାରି ଆଳିକୁ ଆସୁଥିବାବେଳେ ଆରପଟୁ ଚାନ୍ଦବାଲିରୁ ବିକାଶ କୁମାର ଭୂଇଁଆ ନିଜ କାମରେ ପଟ୍ଟାମୁଣ୍ଡାଇ ଅଭିମୁଖେ ଆସୁଥିବାବେଳେ ଦୁଇ ବାଇକ ଶାସନ ଛକ ନିକଟରେ ମୁହାଁମୁହିଁ ହୋଇଥିଲେ । 

ତାଙ୍କୁ ଆଳି ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆଳି ମେଡିକାଲକୁ ଅଣା ଯାଇଥିଲା । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଆଳି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

FIVE FRIENDS
19m ago
ପାଞ୍ଚଜଣ ସାଙ୍ଗ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଯାଇଥିଲେ
ଅର୍ଗସ ବ୍ୟୁରୋ : ଚିତ୍ରୋତ୍ପଳା ନଦୀରେ ଭାସିଗଲେ ୨ ଛାତ୍ର । କଟକ ସାଲେପୁର ଅଧିନସ୍ତ ଜଳହରି ଗାଁରେ ଘଟିଛି ଅଘଟଣ । ଚିତ୍ରୋତ୍ପଳା ନଦୀକୁ ପାଞ୍ଚଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ଏହ
HOARDING COLLAPSE
ହୋର୍ଡିଂ ପଡି ୧୪ ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ମୁମ୍ବାଇର ଧୂଳିଝଡରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତକାଲି ମୁମ୍ବାଇର ଘଟକପୋରା ଅଞ୍ଚଳରେ ପ୍ରବଳ ଧୂଳିଝଡ ହୋଇଥିଲା
BJP
ଭୟରେ ଥରୁଛି ବିଜେଡି ସରକାର : ରାଜ୍ୟ ବିଜେପି ସଭାପତି
ଅର୍ଗସ ବ୍ୟୁରୋ : ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ, ବିଜେଡି ବିଭିନ୍ନ କଥା କହି ଓଡିଶାର ଜନତାଙ୍କୁ ବିଭିନ୍ନ ସମୟର