ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବିଞ୍ଝାରପୁର ପୋଲିସର ପଛ ଘୁଞ୍ଚା
by Argus News
Thu, Nov 30 | 3:10 p.m.

ଅର୍ଗସ ବ୍ୟୁରୋ : ପୁଣି ପଦାରେ ପଡିଛି ରାଜ୍ୟ ସରକାରଙ୍କ "ମା କୁ ସମ୍ମାନ"ର ନାରା ।  ଦିନ ଦି ପ୍ରହରରେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଗଣ ଦୁଷ୍କର୍ମ । ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବିଞ୍ଝାରପୁର ପୋଲିସର ପଛ ଘୁଞ୍ଚା ଓ ରାଜ୍ୟ ପୋଲିସ ପ୍ରଶାସନର ଅସହାୟତାକୁ ପ୍ରମାଣିତ କରିଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବାଙ୍ଗରା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୀଡିତାଙ୍କ ପରିବାରଙ୍କ ଅଭିଯୋଗ ମୁତାବକ ଗତ ୨୪ ତାରିଖ ସକାଳେ ଜଣେ ମାନସିକ ଭିନ୍ନକ୍ଷମ ମହିଳା କାଠମରା ଗାଁକୁ ଏକୁଟିଆ ଯାଉଥିଲେ । ରାସ୍ତାର ବିପରୀତ ପାର୍ଶ୍ୱରୁ ଆସୁଥିବା କବିନ୍ଦ୍ର ଜେନା ଓ ଗୋବିନ୍ଦ ଜେନା ମହିଳାଙ୍କୁ ଏକୁଟିଆ ଦେଖି ଗଣ ଦୁଷ୍କର୍ମ କରିଥିଲେ । ଏହି  ସମୟରେ କିଛି ଲୋକ ଦେଖି ମହିଳାଙ୍କୁ ଉଦ୍ଧାର କରିଥିଲେ । ଅନ୍ୟତମ ଅଭିଯୁକ୍ତ ଗୋବିନ୍ଦ ଜେନାକୁ ଉଲଗ୍ନ ଅବସ୍ଥାରେ ଲୋକମାନେ କାବୁ କରିନେଇଥିଲେ । ଅନ୍ୟମାନେ ଫେରାର ହୋଇ ଯାଇଥିଲେ । 

ଏ ନେଇ ପରିବାର ପକ୍ଷରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ପରିବାର ଲୋକେ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସପିଙ୍କ ହସ୍ତକ୍ଷେପ ପରେ ବିଂଝାରପୁର ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ