ମହୁ ଚାଷ ଦ୍ୱାରା ଜୈବ ବିବିଧତା ସନ୍ତୁଳନ ସମ୍ଭବ: ଡକ୍ଟର ଶସନୀ
by Argus News
Sat, Oct 05 | 6:34 p.m.

ଭୁବନେଶ୍ୱର:  ପୁଷ୍ପ କୃଷି ମିଶନ ଜରିଆରେ ଜୈବ ବିବିଧତାକୁ ସନ୍ତୁଳନ କରିବା ଲକ୍ଷ୍ୟ ନେଇ ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଫୁଲ ଚାଷ ସହ ମହୁ ମାଛି ଚାଷ କୁ ଗୁରୁତ୍ଵ ଦେଉଛି । ଏହା ଦ୍ବାରା ବିଭିନ୍ନ ଫସଲରେ ପରାଗ ସଙ୍ଗମ ହେବା ସହ ଉତ୍ପାଦନ ବୃଦ୍ଧି ପାଇ ପାରୁଛି ବୋଲି ଏନବିଆରଆଇ ର ନିର୍ଦ୍ଦେଶକ ଡକ୍ଟର ଅଜିତ୍ କୁମର ଶାସନୀ ମତବ୍ୟକ୍ତ କରିଛନ୍ତି ।
ଆଜି ପୁରୀ ଜିଲ୍ଲା ସ୍ଥିତ ସାକ୍ଷୀଗୋପାଳ ବ୍ଲକର ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଙ୍ଘ ଠାରେ ଆୟୋଜିତ ମହୁମାଛି ବକ୍ସ ପ୍ରଦାନ ଓ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇ ଡ଼ଃ. ସାସନୀ ଓଡ଼ିଶାର ବିଭିନ୍ନ ଜିଲ୍ଲା ରେ ମହୁମାଛି ଚାଷ ଦ୍ୱାରା ଅନେକ ଲୋକମାନଙ୍କ ଜୀବନ ଜିବୀକା ରେ ଉନ୍ନତି ହୋଇ ପାରିଛି । ଆସନ୍ତା ଦିନରେ ପୁରୀ ଜିଲ୍ଲା ମହୁ ଚାଷ ରେ ଏକ ଅଗ୍ରଣୀ ଜିଲ୍ଲା ହୋଇ ପାରିବ ବୋଲି ସେ କହିଥିଲେ । 

ଲୋକ ସେବକ ମଣ୍ଡଳ ର ଆଜୀବନ ସଦସ୍ୟ ଓ ସମାଜ ଖବର କାଗଜ ର ପୂର୍ବତନ ସମ୍ପାଦକ ଡ଼ଃ. ନିରଞ୍ଜନ ରଥ ଙ୍କ ର ସଭାପତିତ୍ୱ ରେ ଅନୁଷ୍ଟିତ ଏହି ତାଲିମ କାର୍ଯ୍ୟକ୍ରମ ରେ ଖଦି ଓ  ଗ୍ରାମୋଦ୍ୟୋଗ କମିଶନ ର ଓଡ଼ିଶା ମୁଖ୍ୟ ସୁବାଷ ଛେତ୍ରୀ ଯୋଗ ଦେଇ କେଭି ଆଇ ସି ଜରିଆରେ ଗ୍ରାମାଞ୍ଚଳର ମହିଲା ମାନଙ୍କୁ ଆତ୍ମ ନିର୍ଭର କରିବାରେ ମହୁ ଚାଷ ପ୍ରମୁଖ ଭୂମିକା ଗ୍ରହଣ କରିପାରୁଛି ବୋଲି ମତାମତ ଦେଇ ଥିଲେ । ବିଜ୍ଞାନ ସଞ୍ଚାରକ ଲକ୍ଷ୍ମୀ ନାରାୟଣ ବକ୍ସି ପୁଷ୍ପ କୃଷି ମିଶନ ଜରିଆରେ ଓଡିଶାର ବିଭିନ୍ନ ଜିଲ୍ଲାର ସଫଲ ମଡ଼େଲ ସମ୍ପର୍କରେ କହିଥିଲେ ।

ଏନ୍ ବି ଆର୍ ଆଇ ର ବରିଷ୍ଠ ପ୍ରଧାନ ବୈଜ୍ଞାନିକ ଡ଼ଃ ସୌମିତ  କୁମାର ବେହେରା ଯୋଗ ଦେଇ ଗେଣ୍ଡୁ , ମଲ୍ଲି ,ରଜନୀଗନ୍ଧା , ଗୋଲାପ ଫୁଲ ଚାଷ ପାଇଁ ମାଗଣାରେ ଚାରା ପ୍ରଦାନ କରାଯାଉଛି । ଏଥି ସହ ପ୍ରତି କ୍ଲଷ୍ଟର ରେ ୫୦ ଟି ମହୁ ବକ୍ସ ସହ ମହୁମାଛି ପ୍ରଦାନ କରା ଯାଉଛି । ଏହା ଦ୍ଵାରା ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ କୁ ପ୍ରମୋଦ କୁମାର ମହାନ୍ତି ପରିଚାଲନା କରିଥିବା ବେଳେ ଏନ୍ ବି ଆର୍ ଆଇ ର ବରିଷ୍ଠ ବୈଜ୍ଞାନିକ ସନ୍ଦିପ ବେହେରା ଓ କେ ବି ଆଇ ସି ର ଉପନିର୍ଦ୍ଦେଶକ ବୈଦ୍ୟନାଥ ପଣ୍ଡା ମହୁ ଚାଷ ତାଲିମ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଙ୍ଘ ର କର୍ମକର୍ତ୍ତା ଓ ମହିଳା ମାନେ ଉପସ୍ଥିତ ଥିଲେ।

ହରିୟାଣା ନିର୍ବାଚନ
20m ago
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ
ଏନ୍‌କାଉଣ୍ଟର
30m ago
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ
ଅର୍ଗସ ବ୍ୟୁରୋ : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍‌ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳ
ପିଏମ୍‌ କିଷାନ ଯୋଜନା
59m ago
ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର ୧୮ ତମ କିସ୍ତି
ଅର୍ଗସ ବ୍ୟୁରୋ : ବଦଳିଛି ସରକାର, ବଦଳିଛି ଯୁଗ | ଏବେ ଚାଲିଛି ଡବଲ ଇଞ୍ଜିନ ସରକାରର ଶାସନ, ଅନ୍ତ ହୋଇଛି ଚାଷୀ ଶୋଷଣ | ଆଜି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାସୀମରୁ 9.4 କୋଟ