ଓଡ଼ିଶାର ଶ୍ରମିକମାନଙ୍କୁ ଉପଯୁକ୍ତ ଚିକିତ୍ସା ପରେ ହସ୍ତାନ୍ତର କରିବାକୁ ଚିଠିରେ ଉଲ୍ଲେଖ: ବିଶ୍ୱେଶ୍ୱର
by Argus News
Thu, Nov 30 | 12:42 p.m.

ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଓଡ଼ିଶାର ସମସ୍ତ ଶ୍ରମିକ ମାନଙ୍କୁ ଉପଯୁକ୍ତ ଚିକିତ୍ସା ପରେ ହସ୍ତାନ୍ତର କରିବାକୁ ଚିଠି ଲେଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କର  ଅନ୍ୟ ଏକ କାର୍ଯ୍ୟକ୍ରମ ଥିବାରୁ ସେ ଭୁବନେଶ୍ବର ଯାଉଛନ୍ତି । ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ସେ  ପଠାଇଛନ୍ତି । ସେ ସମସ୍ତ ଶ୍ରମିକ ଭାଇ ମାନଙ୍କୁ ଭେଟିବା ସହ ସେମାନଙ୍କ ଓଡ଼ିଶା ଫେରିବା ପାଇଁ ବ୍ୟବସ୍ଥା କରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି  କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଦୀର୍ଘ ୧୭ ଦିନ ପରେ ସୁରକ୍ଷିତଭାବେ ଉଦ୍ଧାର ହୋଇଛନ୍ତି ଟନେଲ ଫସିଥିବା ଶ୍ରମିକମାନେ। ତା ମଧ୍ୟରେ ଓଡିଶାର ମଧ୍ୟ କିଛି ଶ୍ରମିକ ଥିଲେ। ତେବେ ସେମାନେ କିଭଳି ଭାବରେ ଫେରିବେ ଓଡିଶା ତାକୁ ନେଇ ଆଲୋଚନା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ