ବାଉଳି ହେଲେଣି ବବି ! କହୁଛନ୍ତି ମୁଁ ଭୁଲ ପରେ ଭୁଲ କରିବି
by Argus News
Thu, Oct 03 | 9:08 p.m.

ଅର୍ଗସ ବ୍ୟୁରୋ: ପଦ ଓ ପାୱାର ଯିବା ପରେ ବିଳିବିଳାଇଲେଣି ବବି ? କାରଣ ସାଧାରଣ ସଭାରେ ଯେଉଁପରି ବୟାନ ଦେଇଛନ୍ତି ତାହାକୁ ନେଇ ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା । କାରଣ ବବି କହୁଛନ୍ତି, ମତେ ନବୀନଙ୍କଠାରୁ କେହି ଦୂରେଇ ପାରିବେ ନାହିଁ । ଖାଲି ଏତିକି ନୁହେଁ ସେ ନିଜେ କାଳେ ମିଡିଆର ଟିଆରପି ବଢାଇ ଦେଉଛନ୍ତି । ତାଙ୍କ ଖବର ନଦେଖାଇଲେ ମିଡିଆର ଟିଆରପି ବଢିବ ନାହିଁ । ଏହାସହ ନବୀନ ତାଙ୍କୁ କିଛି କହିନାହାନ୍ତି, କିନ୍ତୁ ଗଣମାଧ୍ୟମ ତାଙ୍କୁ କୁଆଡେ ବିଜେଡିର ସର୍ବସ୍ଵ କରିଦେଉଛି କେତେବେଳେ ପୁଣି କେତେବେଳେ ଦଳରୁ ବାହାର କରିଦେଉଛି । ହେଲେ ବବି ଏମିତି ବୟାନ ଦେବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି, କ୍ଷମତାରୁ ଯିବା ପରେ ବବି କେଉଁଠି କଣ କୁହାଯିବ ବୋଧହୁଏ ଜାଣିପାରୁନାହାନ୍ତି ।

ରାଜନୈତିକ ଆକ୍ରୋଶରେ ଯାହାର ବାପା ଜେଲ ଯାଇଛି, ମୁଁ ତା'ରି ପୁଅ । ୨୯ ମାସ ବାପା ଯାଇଥିଲେ ହେଲେ ମୁଁ ୪ ବର୍ଷ ଜେଲ ଯିବାକୁ ପ୍ରସ୍ତୁତ । ଯେତେ ଯାହା କଲେ ବି ମତେ ନବୀନ ପଟ୍ଟନାୟକଙ୍କ ପାଖରୁ କେହି ଅଲଗା କରିପାରିବେ ନାହିଁ ବୋଲି ରୋକଠୋକ କହିଛନ୍ତି ବବି । କଥା ହେଲା, ନବୀନଙ୍କ ପାଖରୁ ଦୂରେଇ ହେବାକୁ ଚାହୁଁନାହାନ୍ତି ବବି । କିନ୍ତୁ ନିର୍ବାଚନ ପୂର୍ବରୁ ବବି ଯେଉଁପରି ଦବଦାବ ଦେଖାଇଲେ । ନେତାଙ୍କଠୁ ସୁପ୍ରିମୋଙ୍କୁ ଦୂରେଇ ରଖିଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଖାଲି ଚର୍ଚ୍ଚା ହେଲା ତାହା ନୁହେଁ ବରଂ ପରାଜୟର ସ୍ଵାଦ ଚାଖିଲା ବିଜେଡି । ସେଇଥି ଲାଗି ତ ବବି ଓ ପାଣ୍ଡିଆନଙ୍କୁ ପଦରୁ ହଟାଇବାକୁ ଖୋଲାଖୋଲି ଭାବରେ ବରିଷ୍ଠ ନେତା ନବୀନଙ୍କୁ କହିଥିଲେ । ପରବର୍ତ୍ତୀ ସମୟରେ ଦେଖାଗଲା କି ସବୁ କମିଟିରୁ ବବିଙ୍କୁ ଆଉଟ୍‌ କରିଦେଇଥିଲେ ନବୀନ । ହେଲେ ଏବେ ବବି କେମିତି କହୁଛନ୍ତି କି ତାଙ୍କୁ ନବୀନଙ୍କ ପାଖରୁ କେହି ଅଲଗା କରିପାରିବେନି ? ତାହାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଲୋକେ କହୁଛନ୍ତି ଦଳରେ ନିଜର ଅସ୍ତିତ୍ଵ ଦେଖାଇବାକୁ ଏମିତି ବୟାନବାଜି କରୁଛନ୍ତି ବବି ।

ପାର୍ଟି ପାଇଁ କାଳେ ବବି କେବଳ କାମ କରୁଥିଲେ । ଯଦି ଏତେ କାମ କରୁଥିଲେ, ତାହାଲେ ନିର୍ବାଚନରେ ଦଳ ସହ ନିଜେ ଓ ନିଜ ମାଆ କାହିଁକି ହାରିଲେ ସେନେଇ କିନ୍ତୁ ମୁହଁ ଖୋଲିନଥିଲେ ବବି । ମୋଟ୍‌ ଉପରେ ଏବେ ବିଜେଡିରେ ପ୍ରବଳ ଗୋଷ୍ଠୀ କନ୍ଦଳ । ଖାଲି କନ୍ଦଳ ହେଉଛି ତାହା ନୁହେଁ ବରଂ ଅନେକ ନେତା ଦଳ ଛାଡୁଛନ୍ତି, ବବିଙ୍କ ବିରୋଧରେ ବିଷୋଦଗାର ବି କରିଛନ୍ତି । ହେଲେ ଏହାରି ଭିତରେ ବବି ଯେଉଁପରି ବୟାନ ଦେଇଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ।
 

ରାଜଭବନ ରାଜନୀତି
30m ago
ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ । ଯେତେବେଳେ କିଛି ଲୋକଙ୍
NIA RAID
ଟେରର୍ ଫଣ୍ଡିଂ ମାମଲାରେ ୫ ରାଜ୍ୟରେ ତଲାସି ଜାରି
ଅର୍ଗସ ବ୍ୟୁରୋ: ଏନ୍ଆଇଏର ବଡ଼ ଆକ୍ସନ୍ । ଟେରର୍ ଫଣ୍ଡିଂ ମାମଲାରେ ଦିଲ୍ଲୀ, ୟୁପି, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର ସମେତ ୫ ରାଜ୍ୟରେ ତଲାସି ଜାରି । ଏହି ସମସ୍ତ ରାଜ୍ୟର ୨୨ଟି ଲୋକେସନରେ ରେଡ
ଲକ୍ଷ୍ମୀ ମାଝୀ ଫାଇଲ୍
ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ବିଜେଡି ନେତାଙ୍କ ମୁଖା,ଚାପିଥିଲେ ନବୀନ,ଖୋଲିବେ ମୋହନ
ଅର୍ଗସ ବ୍ୟୁରୋ:ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ଅସଲ ମୁଖା,ଟେନସନରେ ବିଜେଡି ନେତା।ଡିସେମ୍ବର ୨୧, ୨୦୨୩ କେବଳ ରାୟଗଡା ନୁହେଁ, ସାରା ରାଜ୍ୟରେ ଖେଳିଗଲା ଚାଞ୍ଚଲ୍ୟ । ରାୟଗଡା ଚନ୍ଦ୍ରପୁ