ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ବିଜେଡି ନେତାଙ୍କ ମୁଖା,ଚାପିଥିଲେ ନବୀନ,ଖୋଲିବେ ମୋହନ
by Argus News
Sat, Oct 05 | 3:29 p.m.

ଅର୍ଗସ ବ୍ୟୁରୋ:ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ଅସଲ ମୁଖା,ଟେନସନରେ ବିଜେଡି ନେତା।ଡିସେମ୍ବର ୨୧, ୨୦୨୩ କେବଳ ରାୟଗଡା ନୁହେଁ, ସାରା ରାଜ୍ୟରେ ଖେଳିଗଲା ଚାଞ୍ଚଲ୍ୟ । ରାୟଗଡା ଚନ୍ଦ୍ରପୁର ହସପିଟାଲ ପରିସରରୁ ଉଦ୍ଧାର ହେଲା ଦିବ୍ୟାଙ୍ଗ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ମୃତ ଦେହ। ଅତି ଜଘନ୍ୟ ଭାବେ ହତ୍ୟା କରି ଲକ୍ଷ୍ମୀଙ୍କୁ ପୋଡି ଦେଇଥିଲେ ଦୃବୁର୍ତ୍ତ। ଏତେ ଭୟଙ୍କର ଥିଲା ସେ ଦୃଶ୍ୟ ଯାହା ଦେଖାଇବା ବି ସମ୍ଭବ ନୁହେଁ । ଚନ୍ଦ୍ରପୁରର ମା ଘରେ କାମ କରୁଥିଲେ ଲକ୍ଷ୍ମୀ। ସନ୍ଦେହ ଘେରକୁ ଆସିଥିଲେ ସ୍ବେଚ୍ଛାସେବୀ ସଂସ୍ଥା ଆଲିସାର ପରିଚାଳକ ନରସିଂହ ମହାପାତ୍ର । ସେତେବଳେର ଆଇନମନ୍ତ୍ରୀ ତଥା ସେହି ରାୟଗଡା ଜିଲ୍ଲାର ଜଗନ୍ନାଥ ସାରକାଙ୍କ ନୀରବତା ବି ତାଙ୍କୁ ବିବାଦ ଘେରକୁ ଟାଣିଥିଲା। ଏବେ ଏହି ଘଟଣାରେ ଜାତୀୟ ଏସଟି କମିଶନଙ୍କ ହସ୍ତକ୍ଷେପ ବିଜେଡିର ଟେନସନକୁ ବଢ଼ାଇଛି ।ରାୟଗଡ଼ା ଜିଲ୍ଲାପାଳ ଓ ଏସପିଙ୍କୁ ଏସଟି କମିଶନ ନୋଟିସ ଜାରି କରିଛନ୍ତି । ଦିଲ୍ଲୀରେ ବ୍ୟକ୍ତିଗତ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୧୭ ତାରିଖରେ ଏସଟି କମିଶନଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଶୁଣାଣି ବେଳେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସଟି କମିଶନ। 

କେବଳ ଲକ୍ଷ୍ମୀ ମାଝୀ ନୁହନ୍ତି, ଟିକିରି, କୁନ୍ଦୁଲି, ପିପିଲି, ସ୍ମିତାରାଣୀ ଠାରୁ ଆରମ୍ଭ କରି ପରୀ, ମମିତା ପର୍ଯ୍ୟନ୍ତ ସବୁ ମାମଲାକୁ ଚାପି ଦେଇଥିଲେ ପୂର୍ବ ନବୀନ ସରକାର। ମମିତା ମର୍ଡର କେସରେ ବିବାଦ ଘେରକୁ ଆସିଥିଲେ ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ପରୀ କେସରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ,ସ୍ମିତାରାଣୀ ବିଶ୍ବାଳ ମର୍ଡର କେସରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ ଆସିଥିଲେ ସନ୍ଦେହ ଘେରକୁ। କିଛି ଦିନ ତଳେ ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟା ମାମଲାର ଫାଇଲ୍ ଖୋଲିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଇନମନ୍ତ୍ରୀ ବି କହିଥିଲେ ଫାଇଲ୍ ଖୋଲିବ। ଲକ୍ଷ୍ମୀମାଝୀ ମର୍ଡର କେସରେ ତଦନ୍ତକୁ କିଏ କରିଛି ବାଟବଣା? ଆଦିବାସୀ ଦିବ୍ୟାଙ୍ଗ ଝିଅର ନ୍ୟାୟରେ କିଏ ସାଜିଥିଲା ବାଧକ, ଜଘନ୍ୟ କାଣ୍ଡ ଘଟାଇଥିବା ଅପରାଧୀଙ୍କୁ କାହିଁକି ସୁରକ୍ଷା ଦେଉଥିଲା ପୋଲିସ, ଫାଇଲ ଖୋଲିବ ଏ ସବୁ ପ୍ରଶ୍ନର ଉତ୍ତର ବି ଆସିବ,ସାମ୍ନାକୁ ଆସିବ ଅସଲ ସତ
 

ଯୋଗୀ
43m ago
ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଶ୍ବସନା ଦେଲେ ଯୋଗୀ
ଅର୍ଗସ ବ୍ୟୁରୋ : ଉତ୍ତରପ୍ରେଦଶର ଆମେଠି ହତ୍ୟା ମାମଲାରେ ପୀଡିତ ପରିବାରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଛନ୍ତ
ରାଜଭବନ ରାଜନୀତି
ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ । ଯେତେବେଳେ କିଛି ଲୋକଙ୍
NIA RAID
ଟେରର୍ ଫଣ୍ଡିଂ ମାମଲାରେ ୫ ରାଜ୍ୟରେ ତଲାସି ଜାରି
ଅର୍ଗସ ବ୍ୟୁରୋ: ଏନ୍ଆଇଏର ବଡ଼ ଆକ୍ସନ୍ । ଟେରର୍ ଫଣ୍ଡିଂ ମାମଲାରେ ଦିଲ୍ଲୀ, ୟୁପି, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର ସମେତ ୫ ରାଜ୍ୟରେ ତଲାସି ଜାରି । ଏହି ସମସ୍ତ ରାଜ୍ୟର ୨୨ଟି ଲୋକେସନରେ ରେଡ