ଅର୍ଗସ ବ୍ୟୁରୋ: ଶୂନ୍ୟକାଳରେ ବିଧାନସଭାରେ ଉଠିଲା ଗନ୍ଧମାର୍ଦ୍ଦନ ଝଡ । ଗନ୍ଧମାର୍ଦ୍ଦନ ବିବାଦକୁ ନେଇ ଗୃହରେ ବିଜେଡିକୁ କଠାଗଡାକୁ ଟାଣିଲା ବିଜେପି । ପୂର୍ବ ବିଜେଡ଼ି ସରକାର କିପରି ଓଡ଼ିଶାର ଜମିକୁ କମ୍ପାନୀ ହାତକୁ ଟେକି ଦେଉଥିଲେ, ତାହାର ଖୁଲାସା କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ମନ୍ତ୍ରୀ କହିଛନ୍ତି, 1991ରେ ବିଜୁ ବାବୁ ଚୁକ୍ତି କରିଥିଲେ । ପରେ ବିଜେଡ଼ି ସରକାର ମଧ୍ୟ ଖପ୍ରାଖୋଲରେ ବେଦାନ୍ତ କମ୍ପାନୀକୁ ଜମି ଟେକି ଦେବାକୁ ମସୁଧା କରିଥିଲା । କାହାର କଣ ଚରିତ୍ର ଓଡ଼ିଶା ବାସୀ ଜାଣିବାର ଆବଶ୍ୟକ ରହିଛି । ବିଜେପି ସହ ବିଜେଡ଼ି ମେଣ୍ଟ କରି ଆଜି ପଶ୍ଚ୍ୟାତାପ କରୁଛି । ବିଜେଡ଼ି ସହ ମିତ୍ରତା ଦୂରରେ ଥାଉ ଶତ୍ରୁତା ପାଇଁ ବି ଯୋଗ୍ୟ ନୁହେଁ ବୋଲି କଟାକ୍ଷ କରିଛନ୍ତି ରାଜସ୍ୱ ମନ୍ତ୍ରୀ ।
ସେପଟେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଗନ୍ଧମାର୍ଦ୍ଦନ ପାହାଡ଼କୁ କୌଣସି ମତେ ବିଜେପି ସରକାର କାହା ହାତକୁ ଟେକି ଦେବନାହିଁ । ସେ କମ୍ପାନୀକୁ ପୂର୍ବ ବିଜେଡି ସରକାର ଜମି ଟେକି ଦେଇଛି । ତେଣୁ ନିଜ ଭୁଲ ବିଜେଡ଼ି ପ୍ରଥମେ ସ୍ବୀକାର କରୁ ବୋଲି କହିଛନ୍ତି କେଭି । ସେପଟେ ବିଜେଡ଼ି ପ୍ରଶ୍ନ କରିଛି, ପୂର୍ବ ସରକାର ବକ୍ସାଇଟ ଖନନ ପାଇଁ ଯେତେବେଳେ କମ୍ପାନୀକୁ ଟେକି ଦେବାକୁ ଯାଉଥିଲେ ସେତେବେଳେ ଜନ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଇଁ ଥିଲେ । ଦିନେ ବିଜୁ ପଟ୍ଟନାୟକଙ୍କ ସରକାର ସେ ନିର୍ଦ୍ଦେଶକୁ ବାତିଲ କରିଥିଲେ ।
କିନ୍ତୁ ପୁଣି ବର୍ତ୍ତମାନର ସରକାର କମ୍ପାନୀକୁ ଟେକି ଦେବାକୁ ଯାଉଛନ୍ତି । ଅନ୍ୟପଟେ କଂଗ୍ରେସ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ପାଇଁ ଦେଇଛି ଆନ୍ଦୋଳନର ଚେତାବନୀ ।ପୂର୍ବ ବିଜେଡ଼ି ସରକାର ବେଳେ ଗନ୍ଧମାର୍ଦ୍ଦନକୁ କମ୍ପାନୀ ହାତକୁ ଟେକି ଦେବା ପାଇଁ ହୋଇଥିଲା ମସୁଧା । ଯାହାକୁ ନେଇ ହୋଇଛି ଅନେକ ଜନ ଆନ୍ଦୋଳନ । ଏବେ ପୁଣି ବିବାଦ ଉଠିଛି ବିବାଦ ।