ଅର୍ଗସ ବ୍ୟୁରୋ : ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଖିଥିବା ଏହି ତଥ୍ୟ ଉପରେ ନଜର ପକାନ୍ତୁ । ବିଧାୟକ ମାନସ ଦତ୍ତ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତର ରଖି ଯୋଗାଣ ମନ୍ତ୍ରୀ ତଥ୍ୟ ରଖିଛନ୍ତି ଯେ ଚାଲିଥିବା ଇକେୱାଇସି ପ୍ରକ୍ରିୟାରୁ ବର୍ତ୍ତମାନ ସୁଦ୍ଧା ଲକ୍ଷେ 77 ହଜାର 68 ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ସେହିପରି ଆହୁରି କହିଛନ୍ତି ରାଜ୍ୟର 3 କୋଟି 36 ଲକ୍ଷ 35 ହଜାର 918 ହିତାଧିକାରୀଙ୍କ ମଧ୍ୟରୁ ବର୍ତ୍ତମାନ 2 କୋଟି 69 ଲକ୍ଷ 23 ହଜାର 830 ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସାରିଲାଣି । ଏବେ ବି 6 ଲକ୍ଷ 19 ହଜାର 836 ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ତେବେ ଗୃହ ବାହାରେ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ସଂଖ୍ୟା ଆହୁରି ବଢ଼ିପାରେ । 20 ଲକ୍ଷ ପାର କରିପାରେ ଭୂତ ଏବଂ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସମ୍ପୂର୍ଣ୍ଣ କେୱାଇସି ସରିବା ପରେ ସ୍ପଷ୍ଟ ହେବ ।
ଅଧିକ ପଢନ୍ତୁ : E-KYC ପ୍ରକ୍ରିୟାରୁ୧ ଲକ୍ଷ 77 ହଜାର 68 ମୃତ ହିତାଧିକାରୀ ଚିହ୍ନଟ
ସେପଟେ ଏହି ତଥ୍ୟ ଆସିବା ପରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛି ଶାସକ ଦଳ ବିଜେପି । ରାସନ ଚାଉଳ ଆବଣ୍ଟନରେ ବଡ଼ ଦୁର୍ନୀତି ର ଗନ୍ଧ ବାରିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । କଂଗ୍ରେସ ମଧ୍ୟ ପ୍ରଶ୍ନ ଉଠାଇଥିବା ବେଳେ ଜବାବ ରଖିଛି ବିଜେଡି । ବିଜେଡି ସରକାର ସମୟ ରେ କେବଳ ରାସନ କାର୍ଡ ରେ ନୁହେଁ ପ୍ରତି ଯୋଜନାରେ ପୁଳା ପୁଳା ଅଯୋଗ୍ୟ ସାମିଲ ହୋଇଥିଲେ । ନୂଆ ସରକାର ଆସିବା ପରେ ତାର ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି ।