ପ୍ରତିଶୃତି ଦେଇ ଠକିଦେଲେ ବିଜେଡି ସରକାର
by Argus News
Tue, Nov 05 | 6:30 p.m.

ଅର୍ଗସ ବ୍ୟୁରୋ: ସମୁଦ୍ର ଆଁରୁ ଜୀବନ ବଞ୍ଚିଲା କିନ୍ତୁ ହଜିଗଲା ଜୀବୀକା।  ଇଏ ହେଉଛି ସେହି ସାତଭାୟା , ଯେଉଁଠି ଥଇଥାନ ହୋଇଛନ୍ତି ସାତଭାୟାର  ୪ ଗାଁର ୫୭୧ ପରିବାର। ଜଳବାୟୁ ପରିବର୍ତ୍ତନରୁ ସମୁଦ୍ର ଆଁରେ ଥିବା ସାତଭାୟାବାସୀଙ୍କୁ  ୨୦୧୬ରେ ବଗପାଟିଆ ଆଣି ଥଇଥାନ କରିଥିଲେ ରାଜ୍ୟ ସରକାର। ହେଲେ ସାତଭାୟାବାସୀଙ୍କୁ ପୂର୍ବ ସରକାର ଦେଖାଇଥିବା ସ୍ବପ୍ନ ମରୀଚିକା ପାଲଟିଛି। ଏବେ ବି ୨୦୦ ପରିବାର ଥଇଥାନ ଯୋଜନାରୁ ବଞ୍ଚିତ। ଯେଉଁ ୫୭୧ ପରିବାରକୁ  ପରିବାରକୁ ଥଇଥାନ ଯୋଜନାରେ ସରକାର ୧୦ ଡେସିମିଲ୍ ଜାଗା ଦେଇଥିଲେ ସେଥିଲେ ୫୦ ପ୍ରତିଶତ ଘର ଅଧାପନ୍ତରିଆ। ଆଜିଵି ଗାଁକୁ ଯିବାକୁ ନାହିଁ ରାସ୍ତା।  ପାଣି କାଦୁଅ ସରସର ରାସ୍ତାରେ ଚଲାଵୁଲା କରୁଛନ୍ତି ଅଞ୍ଚଳଵାସୀ । ବର୍ଷତମାମ ଏହି ରାସ୍ତା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ବେଳେ ବର୍ଷ ଦିନେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

 ଜୀବନ ସିନା ବଞ୍ଚିଗଲା କିନ୍ତୁ ଜୀବିକା ଉଚ୍ଛନ୍ନ। ସମୁଦ୍ର ଆଁକୁ ଚାଲିଗଲା ଚାଷ ଜମି ।  ମୁଖ୍ୟ ଜୀବିକା ଉଜୁଡିଗଲା ପରେ ଆହୁରି ସଂଘର୍ଷପୂର୍ଣ୍ଣ ହୋଇଯାଇଛି ଜୀବନ। କର୍ମ ସଂସ୍ଥାନ ଅଭାବରୁ ସାତଭାୟାର ଶତାଧିକ ଯୁବକଯୁବତୀ ଦାଦନ ଖଟିବାକୁ ସୁଦୂର କେରଳ, ତାମିଲନାଡୁ, ବେଙ୍ଗଳୁରୁ ଯାଉଛନ୍ତି।

ଘରଡିହ, ଚାଷ ଜମି ଏମିତି ଅନେକ ପ୍ରତିଶ୍ରୁତି କେବଳ ଘୋଷଣା ସର୍ବସ୍ବ ହୋଇ ରହିଯାଇଛି। ଏବେ ସାତଭାୟାବାସୀଙ୍କ ପ୍ରଶ୍ନ  ପୂରଣ ହେବ ତ ସାତଭାୟାବାସୀଙ୍କ ସ୍ବପ୍ନ ? ୨୪ ବର୍ଷର ସରକାର ଠକି ଥିବା ବେଳେ ନୂଆ ସରକାରଙ୍କ ଉପରେ ବିଶ୍ବାସ ବାନ୍ଧିଛନ୍ତି ସାତଭାୟାବାସୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

ଉଇକିପିଡିଆ
7m ago
ଉଇକିପିଡିଆରେ ଭୁଲ ତଥ୍ୟ ସ୍ଥାନିତକୁ ନେଇ ନୋଟିସ ଜାରି କରିଛି କେନ୍ଦ୍ର ସରକାର
ଅର୍ଗସ ବ୍ୟୁରୋ: ଉଇକିପିଡିଆକୁ ନୋଟିସ । ଅନ୍‌ଲାଇନ୍ ଏନସାଇକ୍ଲୋପିଡ଼ିଆ ଭାବରେ ଜଣାଶୁଣା ୱବସାଇଟରେ ଭୁଲ ତଥ୍ୟ ସ୍ଥାନିତ ହେବାକୁ ନେଇ ନୋଟିସ ଜାରି କରିଛନ୍ତି କେନ୍ଦ୍ର ସରକାର
ଇସ୍କନ ରଥଯାତ୍ରା
42m ago
ଆମେରିକା ହ୍ୟୁଷ୍ଟନରେ ହେବନି ରଥଯାତ୍ରା,ରଥଯାତ୍ରା ବଦଳରେ ହେବ ନିତାଇ ଗୌର ସଂକୀର୍ତ୍ତନ
ଅର୍ଗସ ବ୍ୟୁରୋ: ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କନ ରଥଯାତ୍ରା ବାତିଲ। ରଥଯାତ୍ରା ବଦଳରେ ହେବ ନିତାଇ ଗୌର ସଂକୀର୍ତ୍ତନ। ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଜଣା
KOLKATA SCANDAL
45m ago
ଦିଦିଙ୍କ ବିରୋଧରେ ବର୍ଷିଲା ଅଭିଯୁକ୍ତ ସଂଜୟ : କହିଲା, ମତେ ଫସାଇଦିଆଗଲା
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ କଲିକତା ଡାକ୍ତର ଦୁଷ୍କର୍ମ ମାମଲା । କାରଣ ମୁଖ୍ୟ ଅଭିଯୁକ୍ତ ସଂଜୟ ଦିଦିଙ୍କ ବିରୋଧରେ ବିଷୋଦଗାର କରିଛି । କହିଛି, ମୁଁ କୌଣସି ଦୋଷ କରିନି ବରଂ ସରକାର ମତ