ଲଲିପପ୍ ଧରାଇବାକୁ ବିଜେଡି ସରକାରଙ୍କ ଯୋଜନା
by Argus News
Tue, Feb 20 | 7:45 a.m.

ଅର୍ଗସ ବ୍ୟୁରୋ: ବରଗଡ଼ବାସୀଙ୍କ ଅସନ୍ତୋଷ ଚାପିବା ଲାଗି ପୁଣି ଏକ ଲଲିପପ୍ ଧରାଇବାକୁ ବିଜେଡି ସରକାରଙ୍କ ଯୋଜନା। ବରଗଡ଼ ଗସ୍ତ ବେଳେ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ନେଇ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅର୍ଗସ ହାତରେ ଲାଗିଥିବା ଏହି ଏକ୍ସକ୍ଲୁସିଭ୍ ଚିଠି ହେଉଛି ତାର ପ୍ରମାଣ। ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତର ଠିକ୍ ଦିନକ ପୂର୍ବରୁ ତରବରିଆ ଭାବେ ମେଡିକାଲ କଲେଜ ପାଇଁ 5 ଏକର ଜମି ଅଧିଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ବରଗଡ଼ ଉପ ଜିଲ୍ଲାପାଳ ଭଟଲି ତହସିଲଦାରଙ୍କୁ ଲେଖିଥିବା ଏହି ଚିଠିରେ ଟୁକୁର୍ଲା ମୌଜାରେ ମୋଡିକାଲ କଲେଜ ପାଇଁ 5 ଏକର ଜମି ମଞ୍ଜୁର କରିଥିବା କଥା ଉଲ୍ଲେଖ କରିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି 2024 ନିର୍ବାଚନରେ ବରଗଡ଼ର ଜନଅସନ୍ତୋଷକୁ ଚାପିବା ପାଇଁ ରାଜ୍ୟ ସରକାରଙ୍କର ଇଏ ଆଉ ଏକ ଚାଲ ନୁହେଁ ତ। କାରଣ 2018 ବିଜେପୁର ଉପନିର୍ବାଚନ ପୂର୍ବରୁ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। 6 ବର୍ଷ ପରେ ବି ଏହା ସଂପୂର୍ଣ୍ଣ ହୋଇ ପାରିଲା ନାହିଁ। 2024 ନିର୍ବାଚନକୁ ଆଖିରେ ରଖି ମଙ୍ଗଳବାର ଆଂଶିକ ରୂପେ ପ୍ରସ୍ତୁତ ଏହି ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ସେହିପରି ଏହି ମେଡିକାଲ କଲେଜ ବି କେବଳ ନିର୍ବାଚନ ପାର ହେବା ଲାଗି ଏକ ଲଲିପପ୍ ନୁହେଁ ତ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ