ଟଙ୍କା, ନିଶା, ମଦ ଦେଇ ଭୋଟ କିଣୁଛି ବିଜେଡି
by Argus News
Mon, May 27 | 2:54 p.m.

ଅର୍ଗସ ବ୍ୟୁରୋ: ଏ ଗାଡିକୁ ଟିକିଏ ଭଲରେ ଦେଖନ୍ତୁ । ଧୋବ ଧୋବଲିଆ ଗାଡି ଦେଖିଲେ ଭାବୁଥିବେ କେଉଁ ନେତା କି ଅଫିସର ଗସ୍ତ କରୁଥିବେ । ହେଲେ ଅଧା ବାଟରେ ୟାକୁ ଅଟକାଇବାକୁ ସାହସ କଲା କିଏ ? କଥାରେ ଅଛି ମହାକାଳଫଳ ବଡ ସୁନ୍ଦର, ଭିତରେ ପୂରା ପୋଡା ଅଙ୍ଗାର । ଠିକ୍‌ ସେମିତି ଏ ଗାଡିର ଅବସ୍ଥା । ଅର୍ଥାତ୍‌ ବିଜେଡି ଲୋଗୋ ଲଗାଇ ଭାଇ ଆମର ଭାବୁଥିଲେ ଖସିଯିବେ ବୋଲି । ସେଇଥି ଲାଗି ତ ଗଂଜେଇ ଲଦି ଗାଡିକୁ ପିଇଁ ପିଇଁ କରି ଉଡାଉଥିଲେ । କିନ୍ତୁ ମାଡି ବସିଲା ସ୍ଵ୍କାର୍ଡ । ଆଉ ସେଥିରୁ କେତେ ମାତ୍ରାରେ ଗଂଜେଇ ବାହାରିଲା ସେ ଦୃଶ୍ୟ ଆପଣ ବି ଦେଖନ୍ତୁ ।

ବୁଥ୍ ରିଗିଂ, ମାରପିଟ୍, ହିଂସା ପରେ ଗଞ୍ଜେଇ ବାଣ୍ଟିକି ନିର୍ବାଚନ ଜିତିବାକୁ ଚାଁହୁଛି କି ବିଜେଡି ? ବ୍ରହ୍ମପୁରରୁ 84 କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବିଜୁ ଜନତା ଦଳର ଲୋଗୋ ଲାଗିଥିବା ଗାଡିଟି ଜବତ ହୋଇଛି ।  ଏହା ଦେଖିକି ଲାଗୁଛି ବିଜୁ ଜନତା ଦଳର ନେତାଙ୍କ ଗାଡ଼ିରେ ରାଜ୍ୟରେ ଗଞ୍ଜେଇ ଚାଲାଣ ହେଉଛି । ଦଳୀୟ ଚିହ୍ନ ଲାଗିଥିବା ଏହି ଗାଡିକୁ ନେଇ ବିଜେଡିର କୌଣସି ନେତା ମୁହଁ ଖୋଲୁନାହାନ୍ତି । ଅର୍ଥାତ ଏଥିରୁ ସ୍ପଷ୍ଟ ହେଉଛି ଯେ ଗଞ୍ଜେଇ ବାଣ୍ଟି ନିର୍ବାଚନ ଜିତିବାକୁ ଚାହୁଁଛି ବିଜେଡି । 

ପୂର୍ବରୁ ବିଜୁ ଜନତା ଦଳର ଅନେକ ନେତା ବିଭିନ୍ନ ନିଶା କରବାରରେ ଲିପ୍ତ ଅଛନ୍ତି । କିଛି ଦିନ ତଳେ ତାଙ୍କ ଦଳର ନେତା ଅନୁଭବ ପଟ୍ଟନାୟକ ଯେତେବେଳେ ଦଳ ଛାଡିଥିଲେ ଇସ୍ତଫା ପତ୍ରରେ ଖଣ୍ଡପଡାରେ ଦଳ ଯାହାକୁ ଟିକେଟ ଦେଇଛନ୍ତି ତାଙ୍କ ସ୍ୱାମୀ ଜଣେ ଗଞ୍ଜେଇ ବେପାରୀ ବୋଲି ଲେଖିଥିଲେ । 

କେବଳ ଏତିକି ନୁହେଁ ବିଧାନସଭା ଗୃହରେ ପଚରା ଯାଇଥିବା ପ୍ରଶ୍ନରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ତାଙ୍କ ନାମରେ ଅଭିଯୋଗ ଥିବା ମଧ୍ୟ ଉତ୍ତରରେ କୁହାଯାଇଛି । ତେବେ କେଉଁ ଆଧାରରେ ତାଙ୍କ ପତ୍ନୀଙ୍କୁ ଟିକେଟ ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ଏହି ଗୋଟିଏ ଉଦାହରଣ ନୁହଁ ଅନେକ ଏମିତି ଉଦାହରଣ ରହିଛି ଯେଉଁଥିରେ ସେମାନଙ୍କ ସମ୍ପୃକ୍ତି ଦର୍ଶାଉଛି । 

ଅନ୍ୟପଟେ ଏକ ମାସରୁ କମ ଅବଧି ମଧ୍ୟରେ ରାଜ୍ୟରୁ 2 ଲକ୍ଷ 49 ହଜାର 510 ଲିଟର ଚୋରାମଦ ଏବଂ 2951 କେଜି ଗଞ୍ଜେଇ ଜବତ ହୋଇଛି । ଯାହାକୁ ଦେଖିଲେ ସ୍ପଷ୍ଟ ହେଉଛି କି, ରାଜ୍ୟରେ ନିଶା ଦ୍ରବ୍ୟ ବିକ୍ରି କରି ଭୋଟ ନେବାକୁ ଚକ୍ରାନ୍ତ କରିଛି ବିଜେଡି ।

ଆହୁରି ପଢ୍ନତୁ ଓଡିଶା ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ