ଗଣମାଧ୍ୟମରେ ବିଜ୍ଞାପନ ଦେଇ ମହାନଦୀ ପ୍ରସଙ୍ଗରେ ମିଛ ଡ୍ରାମା କରୁଛି ବିଜେଡି
by Argus News
Thu, May 30 | 11:40 a.m.

ଅର୍ଗସ ବ୍ୟୁରୋ: ନିର୍ବାଚନ ସମୟରେ ବାରମ୍ବାର କେନ୍ଦ୍ରୀୟ ଅବହେଳାକୁ ଦାୟୀ କରୁଛି ବିଜେଡି । ମହାନଦୀକୁ ନେଇ କୁମ୍ଭୀରକାନ୍ଦଣା କରୁଛି ବିଜେଡି । ମହାନଦୀ, ରେଳବାଇ, କୋଇଲା ରୟାଲଟି ଓ ଜାତୀୟ ରାଜପଥ ପ୍ରସଙ୍ଗ ଏବେ ଉଠାଇଛି । ଗଣମାଧ୍ୟମରେ ବିଜ୍ଞାପନ ଦେଇ ମହାନଦୀ ପ୍ରସଙ୍ଗରେ ମିଛ ଡ୍ରାମା କରୁଛି ବିଜେଡି । ଓଡିଶାର ଉପକୂଳବର୍ତ୍ତୀ ଅଂଚଳର ଚାଷୀଙ୍କୁ ପାଣି ମିଳୁନାହିଁ  । ବର୍ଷା ବେଳେ ଉପକୂଳ ଅଂଚଳରେ ବନ୍ୟାର ଦୁଃଖ ଭୋଗୁଛନ୍ତି । ମହାନଦୀ ବିବାଦର  ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ  କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ । ମାତ୍ର ନିଜ ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ରର ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ ବିଜେଡି ସରକାର।

ଟ୍ରିବ୍ୟୁନାଲ ଗଠନ ପାଇଁ ଜିଦ ଧରିଥିଲେ ।  ଟ୍ରିବ୍ୟୁନାଲ ଗଠନ ହେବାର 6 ବର୍ଷ ବିତିଲାଣି। କିନ୍ତୁ ଆଜି ଯାଏ କୌଣସି ସମାଧାନର ରାସ୍ତା ବାହାରି ପାରିଲାନି। ଏପରିକି ମହାନଦୀ ପାଇଁ ବଡ ଧରଣର ଆନ୍ଦୋଳନ କରିଥିଲା ବିଜେଡି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ନ ମିଳିବାରୁ ମହାନଦୀ କୂଳିଆ ଲୋକଙ୍କ ଯନ୍ତ୍ରଣା ଆହୁରି ବଢିଯାଇଛି। ମହାନଦୀ ପ୍ରସଙ୍ଗରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ମାନଙ୍କ ପ୍ରତିକ୍ରିୟା କଣ ଥିଲା ଆସନ୍ତୁ ଶୁଣିବା । ଏଥିସହ ବିଜେଡି ସାଂସଦ ପିନାକି ମଶ୍ର ସଂସଦରେ ମାନିଛନ୍ତି ଓଡିଶା ପ୍ରତି କେନ୍ଦ୍ରୀୟ ଅବହେଳା ହୋଇ ନାହିଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ