ବିଜେଡି ଛାଡ଼ିବା ସହ ରାସେଶ୍ବରୀଙ୍କ ବିସ୍ଫୋରକ ବୟାନ
by Argus News
Tue, Apr 23 | 8:03 p.m.

ଅର୍ଗସ ବ୍ୟୁରୋ : ସମ୍ବଲପୁର ବିଜେଡିରେ ବଡ଼ ବିଦ୍ରୋହ । ରୋହିତ ପୂଜାରୀଙ୍କୁ ବିଧାନସଭା ଟିକେଟ୍ ବିରୋଧରେ ଡକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ବିସ୍ଫୋରଣ । ବିଜେଡିର ନିଷ୍ପତିକୁ ସମ୍ବଲପୁରର ସ୍ବାଭିମାନ ପ୍ରତି ଅବହେଳା କହିବା ସହ ବିଜେଡିକୁ ଅଲବିଦା କହିଛନ୍ତି ପୂର୍ବତନ ବିଧାୟିକା । ଆଉ ପ୍ରଶ୍ନ କରିଛନ୍ତି ଯାହାକୁ ଦଳ ଅଯୋଗ୍ୟ କହି ମନ୍ତ୍ରୀ ପଦରୁ କରିଥିଲା ବରଖାସ୍ତ ତାଙ୍କୁ ଟିକେଟ୍ ଦେବା ସମ୍ବଲପୁର ପ୍ରତି ନୁହେଁ କି ଅବହେଳାର ନିଦର୍ଶନ ?

ରାସେଶ୍ବରୀଙ୍କର ସମ୍ବଲପୁର ରାଜନୀତିରେ ରହିଛି ବଡ଼ ପ୍ରଭାବ । ତାଙ୍କ ପରିବାର ଗତ ୫ ଦଶକ ଧରି ସମ୍ବଲପୁର ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଆସିଛନ୍ତି । ରାସେଶ୍ବରୀଙ୍କ ବଡ଼ଭାଇ ଶ୍ରୀବଲ୍ଲଭ ପାଣିଗ୍ରାହୀ ୩ ଥର ସାଂସଦ ଏବଂ ୨ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ରାଜ୍ୟ ସରକାରଙ୍କର ମନ୍ତ୍ରୀ ବି ଥିଲେ । ଏହାଛଡ଼ା ଖୋଦ୍ ରାସେଶ୍ବରୀଙ୍କର ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ସାରା ପଶ୍ଚିମ ଓଡ଼ିଶାରେ ବଡ଼ ସୁଖ୍ୟାତି ରହିଛି । ସେ ଦୀର୍ଘ ଦିନ ଧରି ସମାଜସେବା କରି ସମ୍ବଲପୁର ଜିଲ୍ଲାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । 

ଯେଉଁଥିପାଇଁ ବିଜେଡି ୨୦୧୪ରେ ତାଙ୍କୁ ସମ୍ବଲପୁର ବିଧାନସଭା ଆସନରୁ ଟିକେଟ୍ ଦେଇଥିଲା । ଆଉ ସେ ୩ ଥର ବିଧାୟକ ତଥା ବିଜେପିର ଟାଣୁଆ ନେତା ଜୟନାରାୟଣ ମିଶ୍ରଙ୍କୁ ପରାସ୍ତ କରିଥିଲେ । ତେବେ ୨୦୧୯ରେ ସେ ଜୟନାରାୟଣଙ୍କଠାରୁ ପରାଜିତ ହୋଇଥିଲେ । ହେଲେ ସମ୍ବଲପୁରର ବିଜେଡି ସଂଗଠନରେ ତାଙ୍କର ପ୍ରଭାବ ସଂପୂର୍ଣ୍ଣ ଭାବେ ଥିଲା । ସେ ବିଜେଡି ଟିକେଟ୍ ପାଇଁ ହକଦାର ଥିଲେ ବି ପାଣ୍ଡିଆନଙ୍କ ନକଟତର ଭାବେ ଜଣାଶୁଣା ରୋହିତ ପୂଜାରୀଙ୍କୁ ଏଠାରୁ ପ୍ରାର୍ଥୀ କରି ବିଜେଡି ନିଜ ଗୋଡ଼ରେ କୁରାଢି ମାରିଛି । 

ଅଧିକ ପଢନ୍ତୁ ଓଡିଶା ଖବର

ରାସେଶ୍ବରୀଙ୍କ ପ୍ରତି ଦଳର ଅଣଦେଖା ତାଙ୍କ ସମର୍ଥକଙ୍କୁ କେତେ ବାଧିଛି ତାହା ଏହି ଦୃଶ୍ୟ ବୟାନ କରୁଛି । ସେମାନେ ରାଗରେ ସମ୍ବଲପରୁ ବିଜେଡି କାର୍ଯ୍ୟାଳୟରେ ଲାଗିଥିବା ଦଳର  ପୋଷ୍ଟର ଓ ହୋର୍ଡିଂକୁ ଚିରି ଦେଇଛନ୍ତି । ଡାକ୍ତର ପାଣିଗ୍ରାହୀଙ୍କର କେବଳ ସମ୍ବଲପରୁ ବିଧାନସଭା କ୍ଷେତ୍ର ନୁହେଁ ସମଗ୍ର ଜିଲ୍ଲାର ବିଜେଡି ସଂଗଠନ ଉପରେ ପ୍ରଭାବ ରହିଛି । ତେଣୁ ତାଙ୍କର ଦଳ ଛାଡ଼ିବା ଯୋଗୁଁ ବିଜେଡିକୁ ସମ୍ବଲପୁରରେ ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ । ଯଦିଓ ରାସେଶ୍ବରୀ ଅନ୍ୟ କୌଣସି ଦଳରେ ଯୋଗଦେବେ ନାହିଁ ତେବେ ସମ୍ବଲପୁରର ସ୍ବାଭିମାନକୁ ଦେଖି ଭୋଟ୍ ଦେବାକୁ ଜନତାଙ୍କ ଆହ୍ବାନ ଦେଇ ପରୋକ୍ଷରେ ବିଜେଡିକୁ ଭେଟ୍ ନଦେବାକୁ କରିଦେଇଛନ୍ତି ଅପିଲ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ