ମମିତା ମେହେର ମୃତ୍ୟୁ ମାମଲା, ମମିତାଙ୍କ ପରିବାରକୁ ଭେଟିଲେ ଲକ୍ଷ୍ମଣ ବାଗ୍‌
by Argus News
Sun, Jun 16 | 3:03 p.m.

ଅର୍ଗସ ବ୍ୟୁରୋ:  ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ମାମଲା। ପୁଣି ଥରେ ଉଠିଲା ମମିତା ମେହେର ହତ୍ୟାକାଣ୍ଡ ଘଟଣା। ପୁଣି ଉଠିଲା CBI ତଦନ୍ତ ଦାବି। ମମିତାଙ୍କ ପରିବାରକୁ ଭେଟିଲେ ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ୍‌। କଣ୍ଟାବାଂଜୀ ଝରନୀ ସ୍ଥିତ ମମିତାଙ୍କ ଘରକୁ ଯାଇ ପରିବାରକୁ ଭେଟିଲେ ବିଜେପି ବିଧାୟକ ଲକ୍ଷ୍ମଣ ବାଗ୍‌।ଏହି ସମୟରେ ଝିଅର ମୃତ୍ୟୁ ଘଟଣାରେ ଏଯାବତ ନ୍ୟାୟ ମିଳିନି ଅଭିଯୋଗ ଆଣିଛନ୍ତି ମମିତାଙ୍କ ବାପା। ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲ୍‌ରେ ମୃତ୍ୟୁ ପରେ ତଦନ୍ତ ଆଗଉନି। ମମିତାଙ୍କ ପରିବାରର ଅଭିଯୋଗ ଶୁଣିବା ପରେ ଓଡ଼ିଶା ସରକାରଙ୍କୁ CBI ତଦନ୍ତ ପ୍ରସ୍ତାବ ଦେବି କହିଲେ ବିଧାୟକ ଲକ୍ଷ୍ମଣ।

ମମିତା ମୃତ୍ୟୁର ମୁଖ୍ୟ ଆସାମୀ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଝି ଜେଲରେ ଥିବାବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା। ପରେ ଡାକ୍ତର ଗୋବିନ୍ଦକୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପରିବାର ଲୋକଙ୍କ ଅଭିଯୋଗ ଯେ, ମୁଖ୍ୟ ଆସାମୀ ଏଯାଏଁ ଧରାହୋଇନାହିଁ। ତେଣୁ ସିବିଆଇ ତଦନ୍ତ ଦାବି ହୋଇଛି। ୨୦୨୧ ଅକ୍ଟୋବର ୮ରେ ମମିତାଙ୍କୁ ଏକ କାରରେ ନେଇ ଯାଇଥିଲା ଗୋବିନ୍ଦ। କାର୍‌ ଭିତରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ଉତ୍ତ୍ୟକ୍ତ ଗୋବିନ୍ଦ କାର ଭିତରେ ହିଁ ମିମିତାଙ୍କୁ ହତ୍ୟା କରିଥିଲା ବୋଲି ସେ ନିଜେ କହିଥିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ବାଚସ୍ପତି !
13m ago
ଓମ୍‌ ବିର୍ଲା ପୁଣି ଥରେ ବାଚସ୍ପତି !
ନୂଆଦିଲ୍ଲୀ: କିଏ ହେବ ବାଚସ୍ପତି? ତାକୁ ନେଇ ଚାଲିଛି ଅଙ୍କକଷା। ଏହାରି ଭିତରେ ଓମ୍‌ ବିର୍ଲା ପୁଣି ଥରେ ବାଚସ୍ପତି ହୋପାରନ୍ତି। ଲୋକସଭା ବାଚସ୍ପତି ପଦକୁ ନେଇ ଚାଲିଥିବା ସସପେନ
ବିଧବା ବେଶ
17m ago
ବିବାହ ପରେ ବିଧବା ବେଶରେ ଶାଶୂଘର ଯାଏ ଝିଅ
ଅର୍ଗସ ବ୍ୟୁରୋ : ବାହାଘର ସରିଲେ ଝିଅ ସଜବାଜ ହୋଇ ଶାଶୂଘର ଯାଏ । କାନ୍ଦବୋବାଳି ପଡ଼େ, ବରକନ୍ୟା ବିଦା ହୁଅନ୍ତି । ହେଲେ କେବେ ଭାବିଛନ୍ତି କି ? ବାହାଘର ପରେ ଝିଅକୁ ବିଧବା କର
ବିପଦ
27m ago
ପୃଥିବୀକୁ ମାଡ଼ିଆସୁଛି ବଡ଼ ବିପଦ ?
ନୂଆଦିଲ୍ଲୀ: ପୃଥିବୀକୁ ମାଡି ଆସୁଛି କି ବିପଦ ? ନାସାର ସତର୍କକୁ ନେଇ ପୁରା ବିଶ୍ଵରେ ଏବେ ଚର୍ଚ୍ଚା । କାରଣ ରିପୋର୍ଟ କହୁଛି, ପୃଥିବୀକୁ ଧକ୍କା ଦେବାକୁ ଯାଉଛି ବିପଦଜନ