କ୍ୟାମେରା ଆଗରେ କିଛି କହିବିନି କହି ଚାଲିଗଲେ ବିଧାୟକ
by Argus News
Thu, Jul 04 | 1:40 p.m.

ଅର୍ଗସ ବ୍ୟୁରୋ: ମହିଳାଙ୍କ ପ୍ରଶ୍ନ ବାଣରେ ଘାଇଲା ବିଜେଡି ବିଧାୟକ। ଉତ୍ତର ଦେବା ବଦଳରେ  କ୍ୟାମେରା ଆଗରେ କିଛି କହିବିନି କହି ଚାଲିଗଲେ ।  ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁ ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ମାଣ ହେବାକୁ ଥିବା ମେଗା ପାନୀୟ ଜଳର ବୋରୱେଲ ଶୁଭଦେବାକୁ ଆସିଥିବା ବେଳେ ଏଭଳି ହଟହଟା ହୋଇଛନ୍ତି । ନିର୍ବାଚନ ସମୟରେ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ  ପୂର୍ବତନ ନବୀନ ସରକାରଙ୍କ ଦ୍ୱାରା ତିନି ହଜାର ଟଙ୍କା ଦିଆଯାଇଥିଲା, ହେଲେ ବାଲିସାହିପାଟଣା ପଞ୍ଚାୟତର ମହିଳା ଗୋଷ୍ଠୀକୁ କାହିଁକି ଟଙ୍କା ମିଳିନଥିଲା ବୋଲି ପ୍ରଶ୍ନ କରିଥିଲେ ।

ଜବାବରେ ବିଧାୟକ ଧ୍ରୁବ ସାହୁ  ଯେଉଁ ଟଙ୍କା ସରକାର ଦେଇଛନ୍ତି ସେହି ଟଙ୍କା  ବିଷୟରେ କହିପାରିବି ଅନ୍ୟ କୌଣସି ଟଙ୍କା ବିଷୟରେ କହିପାରିବିନାହିଁ  ଆମେ ଏ ବିଷୟରେ ପରେ କଥା ହେବା କହି ଚାଲିଗଲେ । ଏଠି ପ୍ରଶ୍ନ, ନିର୍ବାଚନ ସମୟରେ ମହିଳା ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ମିଳୁଥିବା ଟଙ୍କା କିଏ ଦେଉଥିଲା ?  ତାହା କ'ଣ ସରକାରୀ ଟଙ୍କା ନଥିଲା କି ? ଯଦି ସରକାରୀ ଟଙ୍କା ନଥିଲା ତାହା କେଉଁ ଟଙ୍କା ଥିଲା ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

FIRE MISHAP
ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶ
ଜିଲ୍ଲାପ୍ରଶାସନ
ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡା: ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲ
ପିଏମ୍‌ କିଷାନ
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବା