ବିଜେଡିରେ ଚରମ ସୀମାରେ ଗୋଷ୍ଠୀକନ୍ଦଳ
by Argus News
Fri, Mar 01 | 7:50 p.m.

ଅର୍ଗସ ବ୍ୟୁରୋ : ସବୁଠି ଫାଳ ଫାଳ ଶାସକ ଦଳ । ନିର୍ବାଚନ ପୂର୍ବରୁ ବିଜେଡି ଡଙ୍ଗା ଟଳମଳ । ଶାସକ ଦଳର ଅନ୍ତଃକନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ଉଛି । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ଅନନ୍ତ ନାରାୟଣ ଜେନାଙ୍କ ବିରୁଦ୍ଧରେ ଆଜି ମେଳି ବାନ୍ଧି ନବୀନ ନିବାସରେ ପହଞ୍ଚିଛନ୍ତି ସ୍ଥାନୀୟ କର୍ପରେଟର ଅମେରଶ ଜେନା । ସେହିପରି କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ବିରୁଦ୍ଧରେ ସୁରେନ୍ଦ୍ର ସେଠି ନବୀନ ନିବାସରେ ଫେରାଦ ହୋଇଛନ୍ତି । ସେହିପରି ବେଗୁନିଆରୁ ବି ଆଶାୟୀ ଭାବେ ପ୍ରଦୀପ ସାହୁ ଆଜି ନବୀନ ନିବାସ ଆସି ଟିକେଟ ପାଇଁ ଦାବି ଜଣାଇଛନ୍ତି । 

ସେପଟେ ଭଦ୍ରକ ଓ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡିର ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ଧାରଣ କରିଛି । ଭଦ୍ରକରେ ବିଧାୟକ ସଞ୍ଜୀବ ମଲିକ ବନାମ ଅସିତ ପଟ୍ଟନାୟକ, ସିମୁଳିଆରେ ବିଧାୟକ ଜ୍ୟୋତି ପାଣିଗ୍ରାହୀ ବନାମ ଗଣେଷ ମହାପାତ୍ର, ପାଟଣାଗଡ଼ ରେ ବିଧାୟକ ସରୋଜ ମେହେର ବନାମ ଶିବାନନ୍ଦ ପରିଛାଙ୍କୁ ନେଇ ଦଳ ଏବେ ଦୁଇ ଭାଗରେ ବିଭକ୍ତ ହୋଇଛି । ସବୁଠି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଓ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଜେଡି ନେତାଙ୍କ ମଧ୍ୟରେ ଏବେ ନୁହେଁ ତ କେବେ ନୁହେଁ ଧାରଣା ଯୋର ଧରିବାରେ ଲାଗିଛି । କେହି କାହାରିକୁ ବାଟ ଛାଡ଼ିବାକୁ ନାରାଜ୍ । ଜଣେ ରାଜୁ ଦାସଙ୍କୁ ମ୍ୟାନେଜ କରିପାରିଲାନି ବୋଲି ଧାମନଗର ଉପନିର୍ବାଚନରେ ଧୂଳି ଚାଟିଲା ବିଜେଡି । ଏବେ ମାଳ ମାଳ ରାଜୁଙ୍କୁ କେମିତି ମ୍ୟାନେଜ କରିବେ ବିଜେଡି ସୁପ୍ରିମୋ ? ସାରା ରାଜ୍ୟରେ ଯୋର ଧରୁଥିବା ରାଜୁ ସିଣ୍ଡ୍ରୋମ୍ ନିର୍ବାଚନରେ ଡୁବାଇବନି ତ ବିଜେଡି ଡଙ୍ଗା ?
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ