ନିର୍ବାଚନ ସମୟରେ ଭତ୍ତା ବାଣ୍ଟୁଛନ୍ତି ବିଜେଡି କର୍ମୀ
by Argus News
Mon, May 20 | 1:25 p.m.

ଅର୍ଗସ ବ୍ୟୁରୋ: ବାଙ୍କୀ ବ୍ଲକ୍ କଳାପଥର ଗ୍ରାମ ପଞ୍ଚାୟତରେ ମାସିକ ଭତ୍ତା ଗତ ୧୫ତାରିଖରେ ଭତ୍ତା ବଣ୍ଟନ କରିବା ପାଇଁ ବ୍ଲକ୍ ପକ୍ଷରୁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଭତ୍ତା ବଣ୍ଟନ କରିବା ପାଇଁ କଳାପଥର ଗ୍ରାମ ପଞ୍ଚାୟତକୁ ଆସିଥିଲେ ମାତ୍ର ଶାସକ ଦଳର କର୍ମୀ ମାନେ ନିର୍ବାଚନରେ ବ୍ୟସ୍ତ ରହିବାରୁ ଭତ୍ତା ବଣ୍ଟନ ନ କରିବା ପାଇଁ କୁଆଡେ କହି ଫେରାଇ ଦେଇଥିଲେ। 

ଭତ୍ତା ବଣ୍ଟନ କରିବା ପାଇଁ ଯାଇଥିବା ଯନ୍ତ୍ରୀ ଫେରି ଆସିଥିଲେ। ଆଜି ପୁଣି ଭତ୍ତା ବଣ୍ଟନ ହେବ କହି ପର୍ଶୁରାମପୁର ଗ୍ରାମର ବିଜେଡି କର୍ମୀ ସିଦ୍ଧେଶ୍ୱର ଭୋଇ ଭତ୍ତା ଟଙ୍କା ଓ ରେଜିଷ୍ଟର ଧରି ବସି ହିତାଧିକାରୀଙ୍କ ନାମ ଡାକି ଭତ୍ତା ଟଙ୍କା ଦେବା ସହିତ ବିଜେଡିକୁ ଭୋଟ ଦେବା ପାଇଁ ବାଧ୍ୟ କରି ଲୋକଙ୍କୁ ପ୍ରଭାବିତ କରିବାର ଦେଖିବା ମିଳିଥିଲା। ଯାହାକୁ ନେଇ ଘଟଣା ସ୍ଥଳରେ ଗ୍ରାମର ଯୁବକ ମାନେ ବିରୋଧ କରିବା ସହିତ ବାଙ୍କୀ ଉପ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। 

ଜଣେ ବିଜେଡି କର୍ମୀ କିଭଳି ଭାବରେ ଭତ୍ତା ବଣ୍ଟନ ବେଳେ ବିଜେଡିକୁ ଭୋଟ ଦେବାକୁ ପ୍ରଭାବିତ କରିଛନ୍ତି ପୁଣି ସରକାରୀ କାର୍ଯ୍ୟ ରେ ବିଜେଡି କର୍ମୀଙ୍କ ଭୋଟ ପ୍ରଚାର କରୁଥିବା ବେଳେ ହିତାଧିକାରୀ ଅଭିଯୋଗ କରିଛନ୍ତି। ଲକ୍ଷାଧିକ ଟଙ୍କା ବଣ୍ଟନ ଜଣେ ବିଜେଡି କର୍ମୀଙ୍କୁ ଦିଆ ଯିବା ଘଟଣାରେ ଅସନ୍ତୋଷ ପ୍ରକାଶ ପାଇଛି।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ