ଷ୍ଟାର କ୍ୟାମ୍ପେନରକୁ ନେଇ ଚିନ୍ତାରେ ବିଜେଡି
by Argus News
Fri, Apr 12 | 9:12 p.m.

ଭୁବନେଶ୍ୱର: ଷ୍ଟାର କ୍ୟାମ୍ପେନରଙ୍କୁ ନେଇ ଚିନ୍ତାରେ ବିଜେଡି । ସର୍ଭେ କହୁଛି, କମୁଛି ନବୀନଙ୍କ ଲୋକପ୍ରିୟତା । ବିଜେଡିରେ ସୁପ୍ରିମୋଙ୍କ ଛଡ଼ା ପ୍ରଚାର ମଙ୍ଗ ଧରିବାକୁ କେହି ବିକଳ୍ପ ନେତା ନାହାନ୍ତି । ଅନ୍ୟପଟେ ବିଜେପି କ୍ୟାମ୍ପରେ ବିଜେଡିର ପୋଖତ ଷ୍ଟାର କ୍ୟାମ୍ପେନର । କେନ୍ଦ୍ରୀୟ ନେତା ଆସିଲେ ରାଜ୍ୟରେ ବଡ଼ ପ୍ରଭାବ ପଡ଼ିବାର ଆକଳନ କରାଯାଉଛି । ଏପଟେ ଆଜି ଫିଲ୍ମଷ୍ଟାର ଓ ୟୁଟ୍ୟୁବରଙ୍କୁ ଡକାଇ ନବୀନ ନିବାସରେ ଟ୍ରେନିଂ ସେସନ୍ କରିଛି ବିଜେଡି ।

ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ଅନୁଭବ ମହାନ୍ତି । ଓଲିଉଡ ଇଣ୍ଡଷ୍ଟ୍ରିର ଏହି ୪ ବଡ଼ ଷ୍ଟାର କାଷ୍ଟ ଦଳ ଛାଡିବା ପରେ ଚିନ୍ତାରେ ବିଜେଡି । ନିର୍ବାଚନ ମଇଦାନରେ ଷ୍ଟାର କ୍ୟାମ୍ପନର ସାଜି ଲୋକଙ୍କ ଭିଡ଼ ଜମାଉଥିବା ଅରିନ୍ଦମ, ସିଦ୍ଧାନ୍ତ, ଆକାଶ, ଅନୁଭବ ଦଳ ଛାଡିବା ପରେ ବିଜେଡିକୁ ଲାଗିଛି ଶକ୍ତ ଝଟକା । ଶାସକ ଦଳରେ ଦେଖା ଦେଇଛି ଷ୍ଟାର କ୍ୟାମ୍ପେନର ସଙ୍କଟ । ଯେଉଁଥିପାଇଁ ଆଜି ୨୨ ଜଣ ସିନେ କଳାକାର ମାନଙ୍କୁ ନବୀନ ନିବାସ ଡାକି ନିର୍ବାଚନୀ ପ୍ରଚାର ମନ୍ତ୍ର ଦେଇଛନ୍ତି ପାଣ୍ଡିଆନ । ନିର୍ବାଚନ ବେଳେ କେମିତି ସେମାନେ ବିଜେଡି ପାଇଁ ପ୍ରଚାର କରିବେ । କଣ କହି ଲୋକଙ୍କୁ ବିଜେଡି ପାଇଁ ଭୋଟ ମାଗିବେ ସେ ନେଇ ବାବୁସାନ, ଅମ୍ଳାନ, ଅଶ୍ୱିନୀ ତ୍ରିପାଠୀ, ଶଙ୍କର, ପ୍ରଜ୍ଞା, ଗୁଡୁ, ଭୂମିକା, ସନ୍ତୁ ନିଜେ, ସୁପ୍ରିୟା, ବିଷ୍ଣୁ ମୋହନ କବି, ତାରିକ, ସୁରଜ, ଶିବାନୀ, ପପୁ, ପ୍ରକୃତି ମିଶ୍ର ପ୍ରମୁଖଙ୍କୁ ଟ୍ରେନିଂ ଦେଇଛନ୍ତି ପାଣ୍ଡିଆନ । 
 ସେପଟେ ବିଜେଡି କୁ କଟାକ୍ଷ କରିଛି ବିଜେପି।  ଦଳର ମୁଖପାତ୍ର କହିଛନ୍ତି ପ୍ରଚାର ପାଇଁ କଳାକାରଙ୍କ ଭରସାରେ ବିଜେଡ଼ି ।  ନବୀନ ପଟ୍ଟନାୟକଙ୍କ ନିଜ ଉପରେ ଭରସା ନାହିଁ । ନିଜ ସଙ୍ଗଠନ ଓ ନେତା, କର୍ମୀ ମାନଙ୍କ ଉପରେ ଆଉ ନବୀନଙ୍କ ଭରସା ନାହିଁ । 
 

ମୋଦୀ, ଶାହ, ନଡ୍ଡାଙ୍କଠୁ ଅନେକ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅରିନ୍ଦମ, ସିଦ୍ଧାନ୍ତ, ଆକାଶ, ଅନୁଭବ ଭଳି ବଡ଼ ଷ୍ଟାର କ୍ୟାମ୍ପନର ମଇଦାନକୁ ଓହ୍ଲାଇବାକୁ ବିଜେପି କରିଛି ବ୍ଲୁ-ପ୍ରିଣ୍ଟ । ଏପରି ସ୍ଥଳେ ବିଜେଡି ପାଖରେ ନବୀନଙ୍କ ଛଡା ଆଉ କେହି ନାହିଁ । ମାତ୍ର ନବୀନଙ୍କ କମୁଥିବା ଲୋକ ପ୍ରିୟତା ଦଳକୁ ଚିନ୍ତାରେ ପକାଇଛି । ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ୍ ସର୍ଭେରେ ସାରା ଦେଶରେ ନିଜ ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା ଦେଢ ବର୍ଷରେ 25 ପ୍ରତିଶତ ହ୍ରାସ ପାଇଛି । 2022 ଅଗଷ୍ଟରେ ନବୀନଙ୍କ ଲୋକପ୍ରିୟତା 78 ପ୍ରତିଶତ ଥିଲା, ଏବେ ଖସିଆସିଛି 53 ପ୍ରତିଶତକୁ । ତେଣୁ ନବୀନଙ୍କ ଛଡା ଅନ୍ୟ ଷ୍ଟାର କ୍ୟାମ୍ପେନର ଜରିଆରେ ପ୍ରଚାର ବେଳେ ଲୋକ ଭିଡ଼ କରିବାକୁ ଯୋଜନା କରିଛି ବିଜେଡି ।.   
ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ