୨୧ ଲୋକସଭା ପରେ ବିଜେପି ଘୋଷଣା କଲା ୧୧୨ ବିଧାନସଭା ଯୋଦ୍ଧା
by Argus News
Tue, Apr 02 | 7:11 p.m.

ଅର୍ଗସ ବ୍ୟୁରୋ : ଯୋଦ୍ଧା ପ୍ରସ୍ତୁତ, ଅସ୍ତ୍ର ବି ପ୍ରସ୍ତୁତ ଏବେ ଲଢେଇକୁ ଅପେକ୍ଷା । ୧୧୨ ବିଧାନସଭା ପ୍ରାର୍ଥୀ ଘୋଷଣା କରି ଆଗରେ ବିଜେପି । ୧୭ ବିଧାୟକଙ୍କୁ ପୁଣି ଥରେ ମଇଦାନକୁ ଛାଡିଛି ଦଳ । ୨୦୨୯ରେ ଲଢିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୬୩ ଜଣଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛି ବିଜେପି । ୪୯ ନୂଆ ମୁହଁକୁ ଓହ୍ଲାଇଛି ପଦ୍ମ । ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଦଳ ନେତା ପୁଣି ଥରେ ସମ୍ବଲପୁରରୁ ଲଢିବେ । ସେହପିରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ଦଳ କେନ୍ଦୁଝରରୁ ଆଉ ଥରେ ମଇଦାନକୁ ଛାଡିଛି । ବରଗଡ ସାଂସଦ ସୁରେଶ ପୂଜାରୀ ବ୍ରଜରାଜନଗରରୁ ପ୍ରାର୍ଥୀ ହୋଇଛନ୍ତି ।

୧୧୨ ପ୍ରାର୍ଥୀ ମଧ୍ୟରେ ୮ ଜଣ ମହିଳା ଯୋଦ୍ଦାଙ୍କୁ ମିଳିଛି ଟିକେଟ । ଏମାନଙ୍କ ମଧ୍ୟରେ ସୁନ୍ଦରଗଡ ଆସନରେ ବିଧାୟକ କୁସୁମ ଟେଟେ ପୁଣି ଥରେ ପ୍ରାର୍ଥୀ ହୋଇଥିବା ବେଳେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ବିଞ୍ଜାର ପୁରରେ ଟକ୍କର ଦେବେ ବବିତା ମଲ୍ଲିକ । ବାଲିଗୁଡାରୁ କଳ୍ପନା କୁମାରୀ କଅଁର, ଧର୍ମଶାଳାରୁ ସୃତିରେଖା ପହି, ନୟାଗଡରୁ ପ୍ରତ୍ୟୁଷା ରାଜେଶ୍ବରୀ ସିଂ, ବଣେଇରୁ ସେବତୀ ନାୟକଙ୍କୁ ଦଳ କରିଛି ପ୍ରାର୍ଥୀ । ନିମାପଡାରୁ ପ୍ରଭାତୀ ପରିଡା ଓ ବ୍ରହ୍ମଗିରିରୁ ଉପସନା ମହପାତ୍ର ମହିଳା ଯୋଦ୍ଦା ଭାବେ ଓହ୍ଲାଇଛନ୍ତି ମଇଦାନକୁ ।

ସେପଟେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ପାଟକୁରାରୁ ଟକ୍କର ଦେବେ ତେଜେଶ୍ବର ପରିଡା । ଭଟଲିରେ ସୁଶାନ୍ତ ସିଂଙ୍କ ସହ ଲଢିବେ ଇରାଶିଷ ଆଚାର୍ଯ୍ୟ । ଆଇ. ଆର. ଏସ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିବା ସମ୍ବିତ ତ୍ରୀପାଠୀ ବଡମ୍ବାରେ ମୁକାବିଲା କରିବେ ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କୁ । ଆଠଗଡରେ ରାଜା ସ୍ବାଇଁ ଟକ୍କର ଦେବେ ଅଭୟ ବାରିକ । ନବୀନଙ୍କ ବିରୋଧରେ ହିଞ୍ଜିଳିରୁ ଲଢିବେ ଶିଶିର ମିଶ୍ର ।

ଅଧିକ ପଢନ୍ତୁ ଓଡ଼ିଶା ଖବର

କିଛି ଦିନ ପୂର୍ବରୁ ବିଜେଡି ଛାଡି ପଦ୍ମଧରିଥିବା ୮ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି । ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଦାନ୍ତ ମହାପାତ୍ର ଦିଗପହଣ୍ଡିରୁ ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ କୋରେଇ, ବିଧାୟକ ଅରବିନ୍ଦ ଢାଲି ଜୟଦେବ, ରାଜେନ୍ଦ୍ର ଦାସ ସୋର, ପ୍ରୟିଦର୍ଶୀ ମିଶ୍ରଙ୍କ ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ କରିଛି ଦଳ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ