ବିଧାନସଭା ନିର୍ବାଚନ ଉପରେ ବିଜେପିର ଆଖି: ଧର୍ମେନ୍ଦ୍ରଙ୍କୁ ମିଳିଲା ବଡ ଦାୟିତ୍ୱ
by Argus News
Mon, Jun 17 | 4:39 p.m.

ଅର୍ଗସ ବ୍ୟୁରୋ: ଲୋକସଭା ନିର୍ବାଚନ ପରେ ପରେ, ଏବେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଫୋକସ୍ କରିଛି ବିଜେପି। ଚଳିତ ବର୍ଷ ମହାରାଷ୍ଟ୍ର ସହ ହରିୟାଣା, ଝାଡଖଣ୍ଡ ଏବଂ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏହାକୁ ଦୃଷ୍ଟିରେ ରଖି ବିଜେପି ଏହି ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛି ।

ମହାରାଷ୍ଟ୍ର ପାଇଁ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଥିବାବେଳେ, ଅଶ୍ୱିନୀ ବୈଷ୍ଣବଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ହରିୟାଣା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଏବଂ ବିପ୍ଲବ କୁମାର ଦେବଙ୍କୁ ସହ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ଶିବରାଜ ସିଂହ ଚୌହାନ ଓ ହିମନ୍ତ ବିଶ୍ୱଶର୍ମାଙ୍କୁ ଝାଡଖଣ୍ଡ ଏବଂ ଜି କିଷାନ ରେଡ୍ଡୀଙ୍କୁ ଜାମ୍ମୁକାଶ୍ମୀର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦେଇଛି ବିଜେପି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମହାରାଷ୍ଟ୍ର, ଝାଡଖଣ୍ଡ, ହରିୟାଣା ଏବଂ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ମହାରାଷ୍ଟ୍ରରେ ବିଧାନସଭାର କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ଆଡକୁ ଶେଷ ହେଉଛି । ତେଣୁ ୨୮୮ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ଅକ୍ଟୋବର ମାସରେ ନିର୍ବାଚନ ହେଇପାରେ । ଅନ୍ୟପଟେ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଜାନୁଆରୀ ମାସରେ ଶେଷ ହେଉଛି । ତେଣୁ ସେଠାରେ ମଧ୍ୟ ନଭେମ୍ବର-ଡିସେମ୍ବର ମାସରେ ନିର୍ବାଚନ ହୋଇପାରେ। ସମାନ ଢଙ୍ଗରେ ହରିୟାଣା ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ମାସରେ ଶେଷ ହେଉଛି । ତେଣୁ ସେଠାରେ ଅକ୍ଟୋବର କିମ୍ବା ତା ପୂର୍ବରୁ ନିର୍ବାଚନ ହୋଇପାରେ । ସେହିପରି ଜାମ୍ମୁକାଶ୍ମୀରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେପ୍ଟେମ୍ବର ମାସରେ ନିର୍ବାଚନ ହେଇପାରେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ