ହାଟ୍ରିକ୍ ସରକାର ଗଠନ କଲା ବିଜେପି
by Argus News
Thu, Oct 17 | 7:15 p.m.

ଅର୍ଗସ ବ୍ୟୁରୋ:  ଐତିହାସିକ ଭାବେ ବାଜିମାତ୍ କରି ହରିୟାଣାରେ ନୂଆ ସରକାର ଗଠନ କରିଛି ବିଜେପି ...୩ୟ ଥର ପାଇଁ କ୍ଷମତାରେ ବିଜେପି ଏବଂ ୨ୟ ଥର ପାଇଁ ମୁଖ୍ୟ ମନ୍ତ୍ରୀ ହେଲେ ନାଏବ ସିଂ ସାଇନି...ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତି ରେ .ହରିୟାଣା ରାଜ୍ୟପାଳ, ବନ୍ଦରୁ ଦତ୍ତାତ୍ରେୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସିଏମ୍ ସାଇନି ଙ୍କ ସମେତ ୧୩ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ପ୍ରଥମ ଥର ପାଇଁ ହରିଆଣାରେ କୈାଣସି ଦଳ ୩ୟ ଥର ପାଇଁ ସରକାର ଗଠନ କରିଛି...ହରିଆଣାର ଲଗାତାର ୨ ଥର ର ସରକାରକୁ ୩ୟ ଥରକୁ ଭଙ୍ଗ କରିବାର  ପରମ୍ପରା କୁ ବଦଳାଇ ଦେଇଛି ବିଜେପି..ଏହା ପଛରେ ରହିଛି ଦଳର ସାଙ୍ଗଠନିକ ଏକତା ସହିତ ଇଲେକସନ୍ ଷ୍ଟ୍ରାଟେଜି... ଓଡିଆ ନେତା ତଥା ମୋଦିଙ୍କର ବିଶ୍ବସ୍ଥ ସିପାହୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ରଣନୀତି ଓ କୌଶଳ ବଳରେ ସମସ୍ତ ଆକଳନ କୁ ଭୁଲ ପ୍ରମାଣିତ କରି  ହରିଆନା ରେ ଦଳକୁ ମିଳିଛି ହାଟ୍ରିକ୍ ବିଜୟ.. ଏଥିସହ ମୋଦିଙ୍କ ଗରିବ କଲ୍ୟାଣ ମିଶନ କୁ ହରିଆଣାର ଭୋଟର ଲଗାଇଛନ୍ତି ମୋହର ।

ଚଣ୍ଡିଗଡର ପଞ୍ଚକୁଳାସ୍ଥିତ ସେକ୍ଟର ୫ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ଉତ୍ସବର ଭବ୍ୟ ଆୟୋଜନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ। ଏଥିସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଏନଡିଏ ମେଣ୍ଟର ସହଜୋଗୀ ଦଳ ମୁଖିଆମାନେ ମଧ୍ୟ ଯୋଗ ଦେଇଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ସୈନିଙ୍କ ଶପଥ ଉତ୍ସବରେ ଯୋଗ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଉଚ୍ଚ ଜୁଆର
3m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
6m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ