ଆବାସ ଯୋଜନାରେ ସ୍ୱଚ୍ଛତା ଆଣିବା ଲାଗି ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି
by Argus News
Thu, Nov 28 | 12:00 p.m.

ଅର୍ଗସ ବ୍ୟୁରୋ:  ଆବାସ ଯୋଜନାରେ ସ୍ୱଚ୍ଛତା ଆଣିବା ଲାଗି ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି  । ଏଣିକି ଆବାସ ଲାଗି ନିଜ ପାଇଁ ନିଜେ ସର୍ଭେ କରିବେ ଲୋକ । ଅନଲାଇନ୍ ମାଧ୍ୟମରେ ଆବାସ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ଦେଇ ସିଧାସଳଖ ଆବେଦନ କରିପାରିବେ ଲୋକେ । ଏହାକୁ ବିଭାଗ ତଦାରଖ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇ ଦିଆଯିବ । ଏହାଦ୍ବାରା କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି । ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ । ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ। ଆସନ୍ତା ଡ଼ିସେମ୍ବର ମାସରେ ଗାଁ ଗାଁରେ କ୍ୟାମ୍ପ କରାଯିବ ।

ଲୋକ ଏହି କର୍ମଶାଳାରେ ଯୋଗଦେବେ। ଏହା ସହ ଦିବ୍ୟାଙ୍ଗ ଓ ବିଧବା ମାନଙ୍କୁ ଅଗ୍ରାଧିକାର ଦିଆଯିବ । 2 ମାସ ସମୟ ଭିତରେ ରି-ସର୍ଭେ କରାଯିବ । ଏହି ଅବଧି ଭିତରେ ତାଲିମ ସହ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ଚେକ୍ କରିବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।

PRIME MINISTER
36m ago
ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଆସିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ । ଡିଜିପି ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । କାଲି ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ର
ଡିଜି କନଫରେନ୍ସ
50m ago
କାଲି ଡିଜି ବୈଠକ, ଆଜି ଧମକ ଦେଲା ପନୁନ
ଅର୍ଗସ ବ୍ୟୁରୋ : ଡିଜି କନଫରେନ୍ସ ପୂର୍ବରୁ ଧମକ । ଖଲିସ୍ତାନୀ ବିଛିନ୍ନତାବାଦୀ ନେତା ଗୁରପତୱନ୍ତ ସିଂ ପନୁନଙ୍କ ଧମକ । ଡିଜିପି କନଫରେନ୍ସ ପୂର୍ବରୁ ବଡ ଧରଣର ଆକ୍ରମଣ କରାଯି
ବିଷାକ୍ତ ଖାଦ୍ୟ
ରାଜଧାନୀରେ ବିଷାକ୍ତ ଖାଦ୍ୟ ଖାଇ ୧୦ ଅସୁସ୍ଥ
ଅର୍ଗସ ବ୍ୟୁରୋ : ରାଜଧାନୀରେ ବିଷାକ୍ତ ଖାଦ୍ୟ ଖାଇ ୧୦ ଅସୁସ୍ଥ । ଏକ ଘରୋଇ ନର୍ସିଙ୍ଗ କଲେଜ ହଷ୍ଟେଲର ୧୦ଜଣ ଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡିଛନ୍ତି। ସମସ୍ତେ ଗତକାଲି ରାତିର
BJP
ଆବାସ ଯୋଜନାରେ ସ୍ୱଚ୍ଛତା ଆଣିବା ଲାଗି ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି
ଅର୍ଗସ ବ୍ୟୁରୋ: ଆବାସ ଯୋଜନାରେ ସ୍ୱଚ୍ଛତା ଆଣିବା ଲାଗି ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଆବାସ ଲାଗି ନିଜ ପାଇଁ ନିଜେ ସର୍ଭେ କରିବେ ଲୋକ । ଅନଲାଇନ
WAQF
ଓ୍ୱାକଫ୍ ସଂଶୋଧନ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ବଢିବ ଅବଧି
ଅର୍ଗସ ବ୍ୟୁରୋ: ଓ୍ୱାକଫ୍ ସଂଶୋଧନ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ବଢିବ ଅବଧି । ଏନେଇ ଲୋକସଭାରେ ଆଜି ପ୍ରସ୍ତାବ ଆଗତ ହେବ । ବିଜେପି ଏମପି ତଥା ଯୁଗ୍ମ ସଂସଦୀୟ କମିଟି