ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସିଦ୍ଧାନ୍ତ
by Argus News
Wed, Apr 03 | 1:39 p.m.

ଭୁବନେଶ୍ୱର: ପ୍ରେସ୍ ମିଟ୍ କରି ରାଜ୍ୟ ସରକାରଙ୍କ ମିଛ ଭାଷା ପ୍ରୀତିକୁ ନେଇ ଟାର୍ଗେଟ୍ କଲେ ବିଜେପି ନେତା ସିଦ୍ଧାନ୍ତ ମହାପାତ୍ର  । ମା, ମାଟି, ମାତୃଭାଷାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ସିଦ୍ଧାନ୍ତ । 25 ବର୍ଷ ହେଲା ଓଡିଆ କହିବାରେ ଅସମର୍ଥ ମୁଖ୍ୟମନ୍ତ୍ରୀ । ଛାମୁଙ୍କୁ ନିର୍ବାଚିତ କରି ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲେ । କିନ୍ତୁ ସେ ଏବେବି କିଛି କହିବାକୁ ଇଂରାଜୀର ସହାୟତା ନେଉଛନ୍ତି । ଯାହା ପ୍ରତି ଓଡ଼ିଆଙ୍କୁ କଷ୍ଟ ଦେଉଛି । 

ସେପଟେ ପାଣ୍ଡିଆନଙ୍କୁ ନୀଳବର୍ଣ୍ଣ ଶୃଗାଳ କହି ଟାର୍ଗେଟ୍ କଲେ ସିଦ୍ଧାନ୍ତ । ଉତ୍କଳ ଦିବସରେ ଉତ୍କଳ ମଣିଙ୍କ ପୀଠକୁ ଯିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସମୟ ହେଲାନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସିଦ୍ଧାନ୍ତ । ଓଡ଼ିଆ ବିଶ୍ୱ ଭାଷା ସମ୍ମିଳନୀ ହେଲା । ବଡ଼ବଡ଼ ହୋର୍ଡ଼ିଂ ଲାଗିଲା ।  ଅତୀତର ଅସ୍ତିତ୍ୱ ତ ଠିକ ଅଛି ହେଲେ ବର୍ତ୍ତମାନ ଭାଷାର ସ୍ଥିତି କେଉଁଠି । କାନ୍ତ କବିଙ୍କୁ କଣ୍ଠ କବି କୁହାଯାଉଛି ।  ଏହାଠୁ କଷ୍ଟକର ସ୍ଥିତି ଆଉ କ'ଣ ।  

ଖାଲି ଶାସ୍ତ୍ରୀୟ ଭାଷା ମାନ୍ୟତା ଦେଲେ ହେବନି । ଓଡ଼ିଆ ଭାଷା ପ୍ରଚାର, ପ୍ରସାର, ସୁରକ୍ଷା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ।  କିନ୍ତୁ ଛାମୁ ଏ ସବୁ କରିବା ଲକ୍ଷ୍ୟରେ ନାହାନ୍ତି ବୋଲି କହିଛନ୍ତି ସିଦ୍ଧାନ୍ତ।

କିଛି ଦିନ ପୂର୍ବରୁ ବିଜେଡି ଛାଡି ପଦ୍ମ ଧରିଛନ୍ତି ସିଦ୍ଧାନ୍ତ ମହାପାତ୍ର । ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଦାନ୍ତ ମହାପାତ୍ର ଦିଗପହଣ୍ଡିରୁ ପ୍ରାର୍ଥୀ ହୋଇଛନ୍ତି । 

ଆହୁରି ପଢନ୍ତୁ ରାଜନୀତି ଖବର... 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ