ଝାରସୁଗୁଡା, ରାୟଗଡାରେ ବିଜେପିର ମିଶ୍ରଣ ପର୍ବ
by Argus News
Fri, Mar 01 | 1:23 p.m.

ଝାରସୁଗୁଡା:  ଆଗକୁ ଅଛି ସାଧରଣ ନିର୍ବାଚନ । ନିର୍ବାଚନ ପୂର୍ବରୁ ଶହ ଶହ ଲୋକେ ଭାରତୀୟ ଜନତା ପାର୍ଟିରେ ମୋଦି ଗ୍ୟାରେଣ୍ଟି ଉପରେ ଭରଷା କରି ବିଜେପିରେ ମିଶିଛନ୍ତି । ଦିନ ପରେ ଦିନ ଶତାଧିକ ଲୋକେ ବିଜେଡି ଓ କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟିରେ ମିଶିବାରେ ଲାଗିଲେଣି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁଶାସନ ଓ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହେଉଛନ୍ତି ଶତାଧିକ ଲୋକେ । ସେହିଭଳି ଆଜି ଝାରସୁଗୁଡ଼ା ଜିଲ୍ଲା ବିଟି ଟିମ୍ ସ୍ଥିତ ବିଜେପି କାର୍ଯ୍ୟଳୟରେ ମିଶ୍ରଣ ପର୍ବ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ଝାରସୁଗୁଡ଼ା କିର୍ମିରା ବ୍ଲକ୍ ବିଭିନ୍ନ ପଞ୍ଚାୟତ ବିଜେଡି ଏବଂ କଂଗ୍ରେସର କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।

ଏହି ମିଶ୍ରଣ ପର୍ବରେ ଝାରସୁଗୁଡା ବିଧାନସଭା ବିଜେପି ବିଧାୟକ ପ୍ରାର୍ଥୀ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବଟି ଅନୁଷ୍ଠିତ ହୋଇଥିଲା ।

ସେହିପରି ରାୟଗଡା ଜିଲ୍ଲାର 4 ଜଣ ପୂର୍ବତନ ସରପଞ୍ଚ ଏବଂ ସମିତି ସଭ୍ୟ ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ରାୟଗଡା ଜିଲ୍ଲା ବିଜେଡ଼ି ଉପସଭାପତି ଜଗନ୍ନାଥ ନୁଦୃକା, ବେଣୁଧର ଗାଡକା ପୂର୍ବତନ ସରପଞ୍ଚ ତେଲେଙ୍ଗାପଦର ପଂଚାୟତ, ରବି ନୁଦୃକା, ସରଦାପୁର ସମିତି ସଭ୍ୟ , ଶୁକ ବେହେରା ବିଜେଡ଼ି କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ।

ଅନ୍ୟପଟେ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିବା ସହ ଆଗକୁ ବିଜେପିକୁ ଆହୁରି ଅନ୍ୟ ଦଳରୁ ନେତାମାନେ ଆସିବେ ବୋଲି କହିଛନ୍ତି ନିର୍ବାଚନ ପ୍ରଭାରୀ । 

ଆହୁରି ପଢନ୍ତୁ ଓଡିଶା ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ