ରାଜ୍ୟରେ ଠିକ୍ ଭାବରେ ଲାଗୁ ହେଉନି ଖାଦ୍ୟ ସୁରକ୍ଷା ଆଇନ
by Argus News
Thu, Feb 08 | 5:47 p.m.

ଅର୍ଗସ ବ୍ୟୁରୋ : ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ ଠିକ୍ ଭାବରେ ଲାଗୁ କରାଯାଉ ନାହିଁ । କେନ୍ଦ୍ରରେ ଥିବା ମୋଦି ସରକାର ସମ୍ପୂର୍ଣ୍ଣ ମାଗଣାରେ ଚାଉଳ ଦେଉଛନ୍ତି । କିନ୍ତୁ ରାଜ୍ୟ ଏହାକୁ ହାଇଜାକ୍‌ କରି ନିଜେ ନାଁ ନେବାକୁ ଚେଷ୍ଟା କରୁଛନ୍ତି । ନବୀନ ବାବୁଙ୍କ ସରକାର ବ୍ରାଣ୍ଡ ଚୋରିର ସରକାର ବୋଲି ବିଜେପି ଅଭିଯୋଗ କରିଛି । 

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ଥିବା ବିଜେଡି ସରକାରକୁ କାଠଗୋଡାକୁ ଟାଣିଛନ୍ତି । ପୃଥ୍ବୀରାଜ ଅଭିଯୋଗ କରିଛନ୍ତି, 5T ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ବ୍ୟାଗ ଦେଇ ମାଗଣା ଚାଉଳ ବଣ୍ଟନ କରିବା ନେଇ ଷଡ଼ଯନ୍ତ୍ର କରାଯାଉଛି। ଜିଲ୍ଲା ଅଧିକାରୀ ମଧ୍ୟ ଏପରି ଲୋଗୋ ଥିବା ବ୍ୟାଗରେ ମାଗଣା ଚାଉଳ ବଣ୍ଟନ କରିବାକୁ ଯୋଜନା କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏ ବ୍ୟାଗରେ ରାଜ୍ୟ ସରକାର ମାଗଣା ଚାଉଳ ଦେଇ ପାରିବେ ନାହିଁ  । ବିଜେପି ପ୍ରତି ଡିଲର ପଏଣ୍ଟରେ ଏହାକୁ ବିରୋଧ କରିବ । 5T, ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ବ୍ୟାଗକୁ ପୋଡ଼ିବ ବୋଲି ପୃଥ୍ବୀରାଜ ଧମକ ଦେଇଛନ୍ତି । ଆସନ୍ତାକାଲିଠାରୁ ରାଜ୍ୟ ସାରା ବିଜେପି ବିରୋଧ କରିବ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।
 

ଉଚ୍ଚ ଜୁଆର
25m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
28m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ