ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଲେ ରାଜ୍ୟ ବିଜେପି ସଭାପତି
by Argus News
Fri, Dec 01 | 6:31 p.m.

ଅର୍ଗସ ବ୍ୟୁରୋ : ଗାଡକଣ ସୈନିକ ସ୍କୁଲ ଠାରେ ଥିବା ଡମ୍ପିଂ ୟାର୍ଡକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ଚତୁର୍ଥ ଦିନରେ ପହଞ୍ଚିଛି ବିଜେପିର ସତ୍ୟାଗ୍ରହ । ଦଳର ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଡ଼ମ୍ପିଂ ୟାର୍ଡ ସମସ୍ୟାର ସ୍ଥାୟୀ ସମାଧାନ ନହେବା ଯାଏଁ ବିଜେପି ନିର୍ଣ୍ଣାୟକ ଲଢେଇ କରିବ ବୋଲି ଚେତାବନୀ ଦେଇଛନ୍ତି ମନମୋହନ । ଦଳର ନେତା ଓ କର୍ମୀଙ୍କ ସହ ଡମ୍ପିଂ ୟାର୍ଡ ଭିତରକୁ ଯାଇ ସ୍ଥିତି ଯାଞ୍ଚ କରିବା ସହ ମାସ୍କ ବାଣ୍ଟିଛନ୍ତି ବିଜେପି ରାଜ୍ୟ ସଭାପତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଓଡ଼ିଶା ସରକାର ନିଜେ ଅସୁସ୍ଥ ହୋଇ ଭୁବନେଶ୍ଵର ଲୋକଙ୍କୁ ଅସୁସ୍ଥ କରୁଛନ୍ତି । ଖଣ୍ଡଗିରି ପାହାଡ ଠାରୁ ଉଚ୍ଚ ହେଲାଣି ଅଳିଆ ପାହାଡ । ଡେଙ୍ଗୁରେ ଏତେ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାର ମୁଖ୍ୟ କାରଣ ହେଉଛି ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ବୋଲି କହିଛନ୍ତି ମନମୋହନ ସାମଲ । ଭୁବନେଶ୍ୱର ଲୋକ ଗାଡକଣ ଡମ୍ପିଂୟାର୍ଡ ପାଇଁ ଅସ୍ୱାସ୍ଥ୍ୟକର ବାତାବରଣରେ ତ୍ରାହି ତ୍ରାହି ଡାକୁଛନ୍ତି । ବିଜେପିର ସତ୍ୟାଗ୍ରହ ଚତୁର୍ଥ ଦିନରେ ପହଞ୍ଚିବା ସତ୍ତ୍ୱେ ସରକାରଙ୍କର ନିଦ ଭାଙ୍ଗୁ ନାହିଁ । ନିଦାବିଷ୍ଣୁ ପାଲଟିଛନ୍ତି ସରକାର । 

କେନ୍ଦ୍ର ସରକାର ହାଜର ହାଜର କୋଟି ଟଙ୍କା ଅନୁଦାନ ଦେଉଛନ୍ତି । ସ୍ମାର୍ଟ୍ ସିଟି, ସ୍ଵଚ୍ଛ ଭାରତ ନାଁରେ ଆସୁଛି ପର୍ଯ୍ୟାପ୍ତ ଟଙ୍କା । କିନ୍ତୁ ସେ ଅର୍ଥ ଯାଉଛି କୁଆଡେ ? କାହା ସ୍ଵାର୍ଥରେ ବିଏମସି ମେୟର ଏବଂ କମିଶନର ? କୁଆଡେ ହଜି ଗଲେ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳର ୩ ବିଜେଡି ବିଧାୟକ ? ଦିନକୁ ଦିନ ଡମ୍ପିଂ ୟାର୍ଡରେ ଆବର୍ଜନାର ପରିମାଣ ବଢିବାରେ ଲାଗିଛି । ଊତ୍କଟ ଗନ୍ଧ ସହ, ଅସ୍ଵାସ୍ଥ୍ୟକର ପରିବେଶ ପାଇଁ ଡେଙ୍ଗୁ ଭଳି ନାନା ରୋଗ ବ୍ୟାପୁଛି । ନିକଟରେ ଥିବା ଜନବସତି, ସ୍କୁଲ, ମନ୍ଦିର ସବୁଠି ଅସହ୍ୟ ପରିସ୍ଥିତି । ତେବେ ବିଜେପି ଦାବି ଏବଂ ଜନସାଧାରଣଙ୍କ ଅସୁବିଧା ଉପରେ ସରକାର କେବେ ନଜର ଦେଉଛନ୍ତି ତାହା ଉପରେ ରହିଛି ନଜର ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ