ଥାନା ଭଙ୍ଗାରୁଜାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ରାଜ୍ୟସରକାର: ଇରାଶିଷ
by Argus News
Tue, Dec 05 | 1:58 p.m.

ଅର୍ଗସ ବ୍ୟୁରୋ:  ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ଦଳ । ଭଟଲି ବିଧାନସଭା କ୍ଷେତ୍ରରେ ମାସେ ତଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ଅମ୍ବାଭୋନା ଥାନା ଉପରେ ଆକ୍ରମଣ ହେଲା । ଥାନା ଭଙ୍ଗାରେ ସଂପୃକ୍ତ 102 ଜଣଙ୍କ ନାଁରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଥିଲା । 22 ଜଣଙ୍କୁ ଗିରଫ କରିଥିଲା ପୋଲିସ । 9 ଜଣ ଜେଲରେ ଅଛନ୍ତି । 13 ଜଣ ବେଲ୍‌ ପାଇଛନ୍ତି ।

ଅପରାଧୀଙ୍କୁ ଜାମିନ ଦେବା ପାଇଁ ପୋଲିସ ସହାୟତା ଦେଇଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସଂପାଦକ ଇରାଶିଷ ଆଚାର୍ଯ୍ୟ । ମୋ ପୋଲିସ କଣ ବିଜେଡି ପୋଲିସ କି ବୋଲି ପ୍ରଶ୍ନ କରିଛନ୍ତି ଇରାଶିଷ । ଶାନ୍ତି ପ୍ରିୟ ଓଡ଼ିଶାରେ ଦିନକୁ ଦିନ ଅପରାଧ ପ୍ରବଣତା ବଢୁଛି । ଅପରାଧିକ ଭିତ୍ତିଭୂମି ବୃଦ୍ଧି ପାଇଛି । ଏହା ଚିନ୍ତାର ବିଷୟ । ଏହି ଘଟଣା ସହ ଏନସିଆରବି ରିପୋର୍ଟ ପ୍ରକାଶ ପାଇଥିବା ଓଡ଼ିଶାରେ ବଢୁଥିବା ଅପରାଧ ସମ୍ପର୍କିତ ତଥ୍ୟ ଦେଇଛି ବିଜେପି । ପୋଲିସ ଯଦି ଅକ୍ଷମ ତେବେ ସିବିଆଇକୁ କେସ ହସ୍ତାନ୍ତର କରୁ ବୋଲି ଦାବି କଲା ବିଜେପି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ