ତାମିଲ ବେପାରୀ ହେଉଛନ୍ତି ମାଲେମାଲ୍
by Argus News
Mon, May 27 | 7:09 p.m.

ଅର୍ଗସ ବ୍ୟୁରୋ:  ପୁଣି ଚର୍ଚ୍ଚାରେ ବାଗୁଡି କଳାପଥର ଖାଦାନ । ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀରେ ଥିବା କଳାପଥର ଖାଦାନ ବାଗୁଡିରେ ମାତିଛନ୍ତି ମାଫିଆ । ଖୋଦ୍ ଶାସକ ବିଜୁ ଜନତା ଦଳର ନେତାଙ୍କ ଛତ୍ରଛାୟା ତଳେ ଚାଲିଛି ବେଆଇନ୍ କଳାପଥର ବ୍ୟବସାୟ । ପିସି ନେଉଛନ୍ତି ତାମିଲ ବାବୁ । ରାଜ୍ୟ ରାଜସ୍ୱରେ ଚୂନ ଲଗାଇ ବିଜେଡି ପାଇଁ ସଂଗ୍ରହ ହେଉଛି ନିର୍ବାଚନ ପାଣ୍ଠି । ଆଉ ଦେଖାଣାହାରୀ ସାଜିଛି ପୋଲିସ ଓ ଜିଲ୍ଲା ପ୍ରଶାସନ ।  ସୋର ପୋଲିସ ହାତରେ ବିଜେଡି ନେତାଙ୍କ ଠାରୁ ପଥର ଚୋରିରେ ବ୍ୟବହାର ହେଉଥିବା ନିଷିଦ୍ଧ ବିସ୍ପୋରକ  ସାମଗ୍ରୀ ଜିଲୋଟିନ  ଜବତ । ହେଲେ ପୋଲିସର ଆକ୍ସନ ଶୂନ । ଅଭିଯୋଗ ଅନୁସାରେ ବିଜେଡି ନେତା ତଥା ସୋର ବିଧାୟକ ପ୍ରାର୍ଥୀ ମାଧବ ଧଡା ,  ସୋର ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ନାୟକ , ଜୟରାମ ଦାସ, ଅଖିଳରାମ ଜେନାଙ୍କ ଚାପରେ ପୋଲିସ ଅଭିଯୁକ୍ତ ବିଜେଡି ନେତା ରାଜେନ୍ଦ୍ର ପ୍ରଧାନଙ୍କୁ ଗିରଫ କରୁନାହିଁ । ତାଙ୍କ ଗାଡି ରୁ 6000 କିଲୋ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି । ଆଉ ବିଜେପି ଅଭିଯୋଗ କରିଛି ବାଗୁଡିର ଏହି ବେଆଇନ୍ ଖାଦାନର ଟଙ୍କା ନିର୍ବାଚନ ପାଣ୍ଠିରେ ବ୍ୟବହାର ହେଉଥିବା ହେତୁ ବିଜେଡି ନେତା ଓ ଜିଲ୍ଲାପ୍ରଶାସନ ଚାପରେ ପୋଲିସ ଚୁପ୍ ।

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଳାପାହଡ ଖାଦାନ ଡଙ୍କାରୀ ଓ ବିଛାଖଣ୍ଡିର । ଆଉ ଏଠି ବି ଚାଲିଛି ତାମିଲ ବେପାରୀଙ୍କ ରାଜ । ବେଆଇନ୍ ଭାବେ ଖଣି ଉତ୍ତୋଳନ ହୋଇ ହଜାର ହଜାର କୋଟି ହେଉଛି ଲୁଟ୍ । ମାଫିଆ ଲୁଟ୍ କରୁଥିବା ଏହି ଟଙ୍କା ବନିଛି ବିଜେଡିର ନିର୍ବାଚନ ପାଣ୍ଠି । ଯାଜପୁର ଜିଲ୍ଲାର 3 ପରିବାରର ଛତ୍ରଛାୟା ଚାଲିଛି ଲୁଟ । ଏଠି ଲୋକଙ୍କ ସ୍ୱପ୍ନକୁ କରାଯାଉଛି ଚୋରି  । ଆଉ ପ୍ରାଚ୍ୟୁର୍ଯ୍ୟ ଭରା ଅଞ୍ଚଳକୁ ରାତି ରାତି ବନାଯାଉଛି ନଗଡା । ଓଡିଶାକୁ ଲୁଟୁଛନ୍ତି ତାମିଲ୍ ବାବୁ । ଓଡିଶାର ଖଣି ଖାଦାନ ଲୁଟରେ ତାମିଲ ଏଣ୍ଡ କୋ । ଆଉ ତାଙ୍କୁ ସହଯୋଗ କରୁଛନ୍ତି କ୍ରୀତଦାସ ଓ ଟ୍ରାଫିକ୍ ପୋଲିସ ସାଜିଥିବା ବାବୁମାନେ । ବାଲେଶ୍ୱର ଓ ଯାଜପୁରର ପ୍ରାକୃତିକ ସମ୍ପଦ ଲୁଟି ଏବେ ଚର୍ଚ୍ଚାରେ ଉଭୟ ଜିଲ୍ଲାର ବିଜେଡି ନେତା ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ