ଦଇତାପତି ନିଯୋଗ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
by Argus News
Mon, Sep 30 | 3:44 p.m.

ପୁରୀ: ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଦଇତାପତି ନିଯୋଗ ପକ୍ଷରୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ନିଯୋଗ ପକ୍ଷରୁ ପ୍ରଥମ ଥର ପାଇଁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୁରୀ ସିଡିଏମଓ ରୁପଭାନୁ ମିଶ୍ର, ଦଇତାପତି ନିଯୋଗ ସଭାପତି ଜଗନ୍ନାଥ ଦାସ ମହାପାତ୍ର, ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଯୁବ, ବରିଷ୍ଠ ଦଇତାପତି ମାନେ ସାମିଲ୍ ହୋଇଥିବାବେଳେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। 

ସେହିପରି ଆଜି ସନ୍ଧ୍ୟାରେ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଦଇତାପତି ସମ୍ପ୍ରଦାୟର ବୈଜ୍ୟଷ୍ଠ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯିବ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର ପ୍ରମୁଖ ଯୋଗଦେବେ । ଆଗାମୀ ଦିନରେ ଦଇତାପତି ସମ୍ପ୍ରଦାୟର ମହିଳାମାନଙ୍କୁ ନେଇ ମଧ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି କହିଛନ୍ତି ନିଯୋଗର ସମ୍ପାଦକ ତଥା ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ।

ଆହୁରି ପଢନ୍ତୁ ଓଡିଶା ଖବର...

ବସ୍
8m ago
ଭାରସାମ୍ୟ ହରାଇଲା ବସ୍ , ଅଳ୍ପକେ ବର୍ତ୍ତିଲେ
ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତ
ସଞ୍ଜୟ ନାୟକ
31m ago
ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପାର
ରାୟଗଡା: ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପାର। ସନ୍ଦେହରେ ଥିବା ଡିଏଫଓ ଦେବେନ୍ଦ୍ର ବେହେରା ଏଯାଏଁ ଫେରାର। ଛୁଟି ସରିବାର ୮ ଦିନ ପରେ ବ
ସୁପ୍ରିମକୋର୍ଟ
58m ago
ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ତିରୁପତି ମନ୍ଦିର ଲଡ଼ୁ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବାକୁ କହିଲେ ସୁପ୍ରିମକୋର୍ଟ । ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦି