ଗଣେଶ ପୂଜା ବିସର୍ଜନ ପାଇଁ BMC ଜାରି କଲା ଗାଇଡଲାଇନ
by Argus News
Sat, Sep 07 | 2:11 p.m.

ଭୁବନେଶ୍ୱର: ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ BMC ଜାରି କଲା ଗାଇଡଲାଇନ । ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି । ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ଜାଗା ଚି଼ହ୍ନଟ ହୋଇଛି ।  ଟଙ୍କ ପାଣି ବ୍ରିଜ ଓ ଦୟା ନଦୀ କୁଳରେ ବିସର୍ଜନ ପାଇଁ BMC ତରଫରୁ ଆୟୋଜନ ହୋଇଛି । 

ଅନ୍ୟପଟେ BMC ମଧ୍ୟ କରିବ ମୂର୍ତ୍ତି ବିସର୍ଜନ । ଯେଉଁମାନେ ଚାହିଁବେ ବିସର୍ଜନ ପାଇଁ ନିକଟସ୍ଥ BMC କଲ୍ୟାଣ ମଣ୍ଡପରେ ମୂର୍ତ୍ତି ଦେଇପାରିବେ । ସେହି ମୂର୍ତ୍ତିକୁ BMC କରିବ ବିସର୍ଜନ ଏନେଇ ମଧ୍ୟ ଗାଇଡଲାଇନ ଜାରି ହୋଇଛି । ମୂର୍ତ୍ତିକୁ ଆଣି ସମ୍ମାନର ସହ ଧାର୍ମିକ ଭାବନାକୁ ସମ୍ମାନ ଦେଇ ଗଣେଶ ମୂର୍ତ୍ତିକୁ ସଠିକ ଭାବେ ଯଥା ସ୍ଥାନରେ ରଖିବେ । 

ଏହାର ତଦାରଖ କରିବେ ଡେପୁଟି କମିଶନର । ଗାଡି ମାଧ୍ୟମରେ ବିସର୍ଜନ ସ୍ଥଳରେ ମୂର୍ତ୍ତି ପଂହଁଚାଇବା ପାଇଁ ,ଗାଡିର ବ୍ୟବସ୍ଥା କରାଯିବ । ଯଦି ଏହି କାର୍ଯ୍ୟରେ  ଆବଶ୍ୟକ ସ୍ଥଳେ ଶ୍ରମିକ ଦରକାର  NGO ମାଧମରେ ବ୍ୟବସ୍ଥା କରାଯିବ । ରାଜଧାନୀରେ 8 ଟି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ହସ୍ତାନ୍ତର ପାଇଁ କଲ୍ୟାଣ ମଣ୍ଡପ ଲିଷ୍ଟ ଜାରି ହୋଇଛି । 
 

ଆହୁରି ପଢନ୍ତୁ ଓଡିଶା ଖବର...

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ