ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ହଲ୍ଲାବୋଲ
by Argus News
Tue, Apr 23 | 5:59 p.m.

ଅର୍ଗସ ବ୍ୟୁରୋ : କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ପ୍ରତିବାଦ । ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ହଲ୍ଲାବୋଲ । ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଉଠିଲା ଦାବି । କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ଗୋଲାପ ମାହାରଙ୍କ ମୃତ୍ୟୁକୁ ନେଇ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇଛନ୍ତି ଭୁବନେଶ୍ଵର ମୁନିସିପାଲଟି ସଫେଇ ମଜଦୂର ସଂଘର ଶହ ଶହ ସଫେଇ କର୍ମଚାରୀ । ଗତ ଶୁକ୍ରବାର ସଫେଇ କର୍ମଚାରୀ ଗୋଲାପ ମାହାର ସଫେଇ କାମରେ ନିୟୋଜିତ ଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ । ପାଣି ମାଗିବା ସହିତ କାମରୁ ବିରତି ନେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଶୁଣିନଥିଲେ ସାନିଟାରୀ ଇନ୍ସପେକ୍ଟର, ପରେ ସେ ଅଚେତ ହୋଇପଡିବା ପରେ ସାଥି ସଫେଇ କର୍ମଚାରୀ ମେଡିକାଲ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଏହି ଘଟଣାରେ ପ୍ରଶାସନ ଗୋଲାପ ମାହାରଙ୍କ ପରିବାରକୁ କ୍ଷତିପୂରଣ ଦେବା ସହିତ ଭରଣପୋଷଣର ଦାୟିତ୍ଵ ନେଉ ବୋଲି ଦାବି କରିଛି ସଫେଇ ମଜଦୂର ସଂଘ । ପ୍ରଚଣ୍ଡ ରୌଦ୍ରତାପକୁ ନଜରରେ ରଖି ରାଜ୍ୟ ଶ୍ରମ ବିଭାଗ ଶ୍ରମିକ ମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ କଲେଜ ଗୁଡିକୁ ମଧ୍ୟ ଛୁଟି ଘୋଷଣା କଲେଣି । ଏଭଳି ସ୍ଥିତିରେ ଭୁବନେଶ୍ଵର ମହାନଗର ନିଗମ କାହିଁକି ସଫେଇ କର୍ମଚାରୀଙ୍କ ପାଇଁ କୈାଣସି ଗାଇଡ ଲାଇନ ଆଣୁନାହିଁ, ଏମିତି କି ସଫେଇ କର୍ମଚାରୀଙ୍କୁ ସୁରକ୍ଷା କିଟ୍ ମଧ୍ୟ ଦିଆଯାଉନାହିଁ ବୋଲି ଅଭିଯୋଗ କରାଯାଇଛି । 

ଅଧିକ ପଢନ୍ତୁ ଓଡିଶା ଖବର

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଝାଡ଼ୁଦାର ଏବଂ ଟ୍ରଲି ଚାଳକ ମାନଙ୍କ ପାଇଁ ସମସ୍ତ ସୁବ୍ୟବସ୍ଥା କରାଯାଉ, ଏଥି ସହିତ ସଫେଇ ସମୟସୀମା ସକାଳ ୮ଟା ପର୍ଯ୍ୟନ୍ତ ରହୁ ବୋଲି ଦାବି କରାଯାଇଛି । ଗୋଲାପଙ୍କ ଭଳି ଅନ୍ୟ ସଫେଇ କର୍ମଚାରୀ ମାନେ ମଧ୍ୟ ଅନେକ ସମୟରେ ଅସୁସ୍ଥ ହୋଇପଡୁଥିବା ଦେଖିବାକୁ ମିଳିଛି । ବର୍ଷକ ବାରମାସ ସଫେଇ କର୍ମଚାରୀ ମାନେ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ଏଥିପ୍ରତି ବିଏମସି ଏବଂ ଠିକା ସଂସ୍ଥା ଦୃଷ୍ଟି ଦେଉନଥିବା ଦେଉନି। ଏହାର ସମାଧାନ ପାଇଁ ବାରମ୍ବାର ଦାବି ହେଉଥିବା ବେଳେ ମିଳିଛିତ ଖାଲି ପ୍ରତିଶ୍ରୁତି । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ