ଝୁଲନ୍ତା ଅବସ୍ଥାରେ ମିଳିଲା ଜେଲ ଫେରନ୍ତା ମହିଳାଙ୍କ ମୃତଦେହ
by Argus News
Mon, Oct 07 | 5:47 p.m.

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଦୈତାରୀ ଥାନା ଅର୍ନ୍ତଗତ ଅର୍ଜୁନ ଚୂଆ,ଖଡିଖମଣ ସାହିରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମହିଳା ମାୟାବତୀ ମାର୍ଣ୍ଡି। ସୂଚନା ମୁତାବକ ମହିଳା ଜଣକ ପୂର୍ବରୁ ସ୍ୱାମୀ ହତ୍ୟା ଅଭିଯୋଗରେ ସାତ ବର୍ଷ ଜେଲଦଣ୍ଡ ଭୋଗି ଗତ ଜୁନ୍ ମାସରେ ଫେରିଥିଲା ଏବଂ ଫେରିଲା ପରେ ନିଜ ବାପଘର ଖଡିଖମଣ ବଡଭାଇ ରାମରାୟ ଟୁଡୁ ପାଖରେ ରହୁଥିଲା। 

ଜେଲରୁ ଫେରିବା ପରେ ମାନସିକ ଚାପ ଗ୍ରସ୍ତ ହୋଇ ରହୁଥିବାବେଳେ ଗତ ୫ତାରିଖ ସନ୍ଧ୍ୟା ସମୟରୁ ସେ ଘରୁ, ଗାଧୋଇବା ପାଇଁ ଯାଇଥିଲା, ତେବେ ରାତି ନ ଫେରିବାରୁ ତାପର ଦିନ ପରିବାର ଲୋକ ବହୁତ ଖୋଜାଖୋଜି କରି ପାଇନଥିଲେ। ତେବେ ଗତକାଲି ସନ୍ଧ୍ୟାରେ ତା ଭାଇ ଜଙ୍ଗଲ ନିକଟ ପଡିଆରୁ ଗୋରୁ ଆଣିବାପାଇଁ ଯାଇଥିବାବେଳେ ଭଉଣୀର ମୃତଦେହ ଏକ ବରଗଛରେ ଝୁଲୁଥିବା ଦେଖିଥିଲେ। 

ତେବେ ଆଜି ସକାଳୁ ଘଟଣା ସମ୍ପର୍କରେ ରାମରାୟ ଟୁଡୁ ଦୈତାରୀ ଥାନାରେ ଲିଖିତ ଅଭିଯୋଗ ପରେ ଦୈତାରୀ ଥାନା ଅଧିକାରୀ ହୃଷିକେଶ ବେହେରା ସଦଳବଳେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହିତ ପହଞ୍ଚି ମୃତଦେହ ଜବତ କରିବା ସହିତ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଅଧିକ ତଦନ୍ତ ଚଳାଇଥିବା ସହିତ ଶବକୁ ପୋଷ୍ଟମର୍ଟମ ପାଇଁ ଆନନ୍ଦପୁର ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଆକାଉଣ୍ଟକୁ ଆସିଲା
39m ago
ଆକାଉଣ୍ଟକୁ ଆସିଲା ୧ଟଙ୍କା, ବଢିଲା ସୁଭଦ୍ରା ଉତ୍କଣ୍ଠା
ଅର୍ଗସ ବ୍ୟୁରୋ: ୯ ତାରିଖରେ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦେବେ ସରକାର । ତା ପୂର୍ବରୁ ଯୋଗ୍ୟ ବିବେଚିତ ମହିଳାଙ୍କ ଆକାଉଣ୍ଟକୁ ଆଜି ପରୀକ୍ଷାମୂଳକ ଭାବେ ୧ ଟଙ୍କ
BJD
42m ago
ବିଜେଡି ରାଜ୍ୟସଭା ସାଂସଦଙ୍କ ବୟାନ ଖୋଲିଲା ଗୁମର
ଅର୍ଗସ ବ୍ୟୁରୋ: କ୍ଷମତା ଯିବା ପରେ ଦୋହଲୁଛି ବିଜେଡିର ମୁଳୁଦୁଆ । ସମଦୂରତା ସିଦ୍ଦାନ୍ତ କହୁଥିବା ବିଜେଡି ଏବେ ବିଜେପିର ଚକ୍ରବ୍ୟୁହରେ ଫସିଛି । ରାଜ୍ୟରେ ଶାସନ ଗାଦିରୁ ହଟିବ
MAOISM
52m ago
ମାଓବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ହେଲା ରଣନୀତି
ଅର୍ଗସ ବ୍ୟୁରୋ: ଦେଶରେ ମାଓବାଦ ନେଉଛି ଶେଷ ନିଶ୍ବାସ । ଛତିଶଗଡ଼ରେ ୩୧ ନକ୍ସଲ ନିପାତ ପରେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀ