ବିଜେଡି ରାଜ୍ୟସଭା ସାଂସଦଙ୍କ ବୟାନ ଖୋଲିଲା ଗୁମର
by Argus News
Mon, Oct 07 | 7:16 p.m.

ଅର୍ଗସ ବ୍ୟୁରୋ:  କ୍ଷମତା ଯିବା ପରେ ଦୋହଲୁଛି ବିଜେଡିର ମୁଳୁଦୁଆ । ସମଦୂରତା ସିଦ୍ଦାନ୍ତ କହୁଥିବା ବିଜେଡି ଏବେ ବିଜେପିର ଚକ୍ରବ୍ୟୁହରେ ଫସିଛି । ରାଜ୍ୟରେ ଶାସନ ଗାଦିରୁ ହଟିବା ସହ ଲୋକସଭା ରେ ଗୋଟିଏ ବି ଆସନ ନ ପାରିବା ପରେ ଏବେ କଂଗ୍ରେସ ପ୍ରଶଂସାରେ ଶତମୁଖ ବିଜେଡି ସାଂସଦ। ଇଣ୍ଡିମେଣ୍ଟ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ କିପରି ପ୍ରଶଂସାରେ ପୋତି ପକାଉଛନ୍ତି  ବିଜେଡି ରାଜ୍ୟସଭା ସାଂସଦ ।

ଦେବାଶିଷ ଙ୍କ ବୟାନ ରାଜ୍ୟ ରାଜନୀତି ରେ ନିଆଁ ଲଗାଇଥିବା ବେଳେ ଏଥିରେ ଘିଅ ଢ଼ାଳିଛନ୍ତି ବିଜେପ ବିଧାୟକ ଅଶ୍ବିନୀ ଷଢ଼ଙ୍ଗୀ । ଦିଲ୍ଲୀ କଂଗ୍ରେସ ରୁ ଯେଉଁ ନିର୍ଦେଶ ଆସୁଛି ରାଜ୍ୟରେ ବିଜେଡି ତାହା କରୁଛି ଓ ରାଜ୍ୟରେ ବିଜେଡି ଇସାରା ରେ କଂଗ୍ରେସ କାମ କରୁଥିବା ସେ କହିଛନ୍ତି । ଏପରିକି ବିଜେଡି ନିଜ ସ୍ବାର୍ଥ ପାଇଁ କିଛି ବି କରି ପାରେ କହି ବିଜେଡି କୁ ଟାର୍ଗେଟ କରିଛନ୍ତି । ତେବେ ଦିଲ୍ଲୀରେ ଆମର କେହି ମାଷ୍ଟର ନାହାନ୍ତି କହି ବିଜେଡି ଏହାକୁ ଖଣ୍ଡନ କରିଥିବା ବେଳେ କଂଗ୍ରେସ କହିଛି ବିଜେପି ର ଅଭିଯୋଗ କପୋଳକଳ୍ପିତ ।

ଏହାରି ଭିତରେ ଜନାଦେଶକୁ ନେଇ ମୁହାମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ । ରାଜ୍ୟରେ ବିଜେପି ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରୁନି ବୋଲି ବିରୋଧୀ ଦଳ ଉପନେତା ପ୍ରଶନ୍ନ ଆଚାର୍ଯ୍ୟ ଙ୍କ ବୟାନ କୁ କଡା କାଉଣ୍ଟର କରିଛନ୍ତି ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ।  ପରାଜୟ ପରେ  ବିଜେଡି ହତୋତ୍ସାହିତ ହୋଇ ପଡିଛି ବୋଲି କହିଛନ୍ତି ସମୀର । ସମ ଦୁରତା  କଥା କହୁଥିବା ବିଜେଡି ର ବୟାନ ହଠାତ ବଦଳୁଛି କାହିକି ? ଚର୍ଚ୍ଚା ହେଉଛି ରାଜ୍ୟସଭାରେ ସାଂସଦ ଙ୍କୁ ନେଇ ଆତ୍ମରକ୍ଷା ପାଇଁ ଇଣ୍ଡିମେଣ୍ଟର ସାହାରା ନେବାକୁ ବିଜେଡି ଚାହୁଁଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଉତ୍କଣ୍ଠା
20m ago
ଆକାଉଣ୍ଟକୁ ଆସିଲା ୧ ଟଙ୍କା, ବଢିଲା ସୁଭଦ୍ରା ଉତ୍କଣ୍ଠା
ଭୁବନେଶ୍ୱର: ଫାଇନାଲ୍ ଟ୍ରାନ୍ସଫର ପୂର୍ବରୁ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଆସିଲା 1 ଟଙ୍କା, ବଢ଼ିଲା ଉତ୍କଣ୍ଠା । ସମ୍ପୂର୍ଣ୍ଣ ହେଲାଣି 1 କୋଟିରୁ ଅଧି
ଖୋଲିଲା ଗୁମର
25m ago
ବିଜେଡି ରାଜ୍ୟସଭା ସାଂସଦଙ୍କ ବୟାନ ଖୋଲିଲା ଗୁମର
ଭୁବନେଶ୍ୱର: କ୍ଷମତାରୁ ଯିବା ପରେ ଦୋହଲୁଛି ବିଜେଡିର ମୂଳଦୁଆ । ସମଦୂରତା ଏବେ ସିଦ୍ଧାନ୍ତ ନୁହେଁ । ବିଜେଡି ରାଜ୍ୟସଭା ସାଂସଦଙ୍କ ବକ୍ତବ୍ୟ ଖୋଲିଲା ଗୁମର । ଏବେ ଇଣ୍ଡି ମେଣ୍ଟ ମୁହା
ଭାରତର ଏମିତି
48m ago
ଭାରତର ଏମିତି ଏକ ଗାଁ ଅଛି: ପ୍ରେମପକ୍ଷୀଙ୍କୁ ଆଶ୍ରୟ ଦିଏ ଶାଙ୍ଗଚୁଲ ମନ୍ଦିର
ଅର୍ଗସ ବ୍ୟୁରୋ: ସାରା ଦୁନିଆରେ ପ୍ରେମକୁ ପ୍ରତ୍ୟେକ ପ୍ରତ୍ୟେକ ଭାଷା ଏବଂ ସାହିତ୍ୟରେ ଅନେକ ଲେଖା ରହିଛି। ଲୈଲା-ମଜନୁ ଏବଂ ରୋମିଓ-ଜୁଲିଏଟ ପରି ଅନେକ ନାମ ରହିଛି, ଯେଉଁମାନେ ପ୍ରେମର ନାମକ