୫୮ ବର୍ଷରେ ପାଦ ଥାପିଲେ ଶାହାରୁଖ ଖାନ
by Argus News
Thu, Nov 02 | 12:26 p.m.

ଅର୍ଗସ ବ୍ୟୁରୋ: ବଲିଉଡର ରୋମାନ୍ସ କିଙ୍ଗ ତଥା କିଙ୍ଗ ଖାନଙ୍କର ଆଜି ହେଉଛି ଜନ୍ମଦିନ। ଶାହାରୁଖ ଆଜି ୫୮ ବର୍ଷରେ ପାଦ ଥାପିଛନ୍ତି। ସେଥିପାଇଁ ସୁବଆଡୁ ଛୁଟୁଛି ତାଙ୍କୁ ପ୍ରଶଂସାର ସୁଅ। ସେଥିପାଇଁ ବୁଧବାର ରାତି ୧୨ଟାରେ ଶାହାରୁଖଙ୍କ ଫ୍ୟାନମାନେ ତାଙ୍କୁ ଓ୍ବିଶ କରିବାକୁ ତାଙ୍କ ମନ୍ନତ ଆଗରେ ଭିଡ଼ ଜମାଇଥିଲେ। ତା' ପରେ ଶାହାରୁଖ ଛାତ ଉପରକୁ ଆସି ଫ୍ୟାନମାନଙ୍କ ଶୁଭେଚ୍ଛା ଗ୍ରହଣ କରିଥିଲେ।

କଙ୍ଗନା ରାଣାୱତଙ୍କ ସହ 'ତେଜସ୍' ଫିଲ୍ମ ଦେଖିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

୨୦୨୩ ବର୍ଷ ତାଙ୍କ କ୍ୟାରିୟର ପାଇଁ ବହୁତ ଭଲ ସାବ୍ୟସ୍ତ ହୋଇଛି। ୨୦୨୩ରେ ରିଲିଜ ହୋଇଥିବା ଫିଲ୍ମ ପଠାନ ବକ୍ସ ଅଫିସରେ ୨୦୦୦ କୋଟି ଟଙ୍କାର କଲେକ୍ସନ କରିଛି। ଆଗକୁ ତାଙ୍କର ଆଉ ଏକ ମୁଭି ଆସୁଛି। ମୁଭିର ନାଁ ହେଲା ଡଙ୍କି। ଶାହାରୁଖଙ୍କ ସୁନ୍ଦର ପର୍ସନାଲଟି ଯୋଗୁ ତାଙ୍କୁ ବି-ଟାଉନରେ ସମସ୍ତେ ଭଲ ପାଆନ୍ତି। ସବୁଠାରୁ ଧନୀ ଅଭିନେତା କହିଲେ ଭୂଲ ହେବନି। ପ୍ରାୟ ୬,୨୦୦ କୋଟି ଟଙ୍କାର ମାଲିକ ହେଉଛନ୍ତି ଶାହାରୁଖ। ବହୁ ଆଡର ବ୍ରାଣ୍ଡ ଆମ୍ବାସାଡର। ଆଡରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି। 

ଦୀପିକା ଓ ରଣବୀରଙ୍କ ମ୍ୟାରେଜ୍ ଭିଡିଓ

ଶାହାରୁଖ ଖାନ ୧୯୬୫ ମସିହା ନଭେମ୍ବର ୨ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଶାହାରୁଖ ଏକ ଟିଭି ସିରିଏଲ ମାଧ୍ୟମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଫିଲ୍ମ ଲାଇନରେ ପାଦ ଥାପିଥିଲେ। ଫିଲ୍ମ `ଦିଓ୍ବାନା' ସହିତ ଶାହାରୁଖ ବଲିଉଡ ଡେବ୍ୟୁ କରିଥିଲେ। ଆରମ୍ଭରୁ ଶାହାରୁଖ ନେଗେଟିଭ କ୍ୟାରେକ୍ଟର ପ୍ଲେ କରିଥିଲେ। କ୍ୟାରିୟର ଆରମ୍ଭରେ `ଡର', `ଅଞ୍ଜାମ' ଓ ବାଜିଗର ଭଳି ଫିଲ୍ମରେ ତାଙ୍କର ଅଭିନୟ ଥିଲା କାବଲେ ତାରିଖ। ତା'ପରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଚାଲିଥିଲେ। ଆଜି ସେ ସଫଳତାର ଶୀର୍ଷରେ। ଶାହାରୁଖ ସବୁବେଳେ କୁହନ୍ତି ମୋର କେହି ଗଡ ଫାଦର ନାହାନ୍ତି। ମୁଁ ନିଜେ ପରିଶ୍ରମ କରିଛି ଆଉ ଏଠି ପହଞ୍ଚିଛି। ଆଉ ଏହାର ଶ୍ରେୟ ସବୁବେଳେ ସେ ଫ୍ୟାନମାନଙ୍କୁ ଦିଅନ୍ତି। କାରଣ ଫ୍ୟାନମାନଙ୍କ ଯୋଗୁ ହଁ ଶାହାରୁଖ ଆଜି ବଲିଉଡର କିଙ୍ଗ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ