ବଲିଉଡର ଚର୍ଚ୍ଚିତ ପ୍ରେମୀଯୁଗଳ
by Argus News
Wed, Jul 03 | 5:44 p.m.

ଅର୍ଗସ ବ୍ୟୁରୋ : ଏବେ ଚର୍ଚ୍ଚାରେ ସୋନାକ୍ଷୀ- ଜାହିରଙ୍କ ଯୋଡି । ଜଣେ ହିନ୍ଦୁ ଧର୍ମର ହୋଇଥିବା ବେଳେ ଆଉଜଣେ ମୁସଲିମ ସଂପ୍ରଦାୟ । ଯେଉଁଠି ଧର୍ମକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ କେବଳ ଯେ ସୋନାକ୍ଷୀ ଏପରି ନିଷ୍ପତ୍ତି ନେଇଛନ୍ତି, ତା ନୁହେଁ , ବଲିଉଡରେ ଆହୁରି ମଧ୍ୟ ଅନେକ ଚର୍ଚ୍ଚିତ ଯୋଡି ଅଛନ୍ତି, ଯେଉଁମାନେ ଦିନେ ନିଜ ପ୍ରେମକୁ ନେଇ ଖୁବ ଚର୍ଚ୍ଚାରେ ରହିଥିଲେ । ସେଥିରୁ କିଛିଜଣ ସଫଳ ହୋଇଥିବା ବେଳେ ଆଉ କିଛିଜଣ ବିଫଳ ମଧ୍ୟ ହୋଇଛନ୍ତି । 

କୁହାଯାଏ , ପ୍ରେମରେ ଜାତି ଧର୍ମ ବର୍ଣ୍ଣ କିଛି ଦେଖାଯାଏନି । କାରଣ ପ୍ରେମ ହେଉଛି ଅନ୍ଧ । କେତେବେଳେ କାହାକୁ କେଉଁ ମୁହୁର୍ତ୍ତରେ ହୁଏ , ତାହା ଜଣାନଥାଏ । ଦୁଇଟି ମନ ଏକାଠି ହେଲେ ସେମାନେ ପରସ୍ପରକୁ ସାଥି କରିବା କଥା ଚିନ୍ତା କରନ୍ତି । ଯେଉଁଠି ଜାତି ଧର୍ମ ସବୁ ମଳିନ ପଡିଯାଏ । ଏକଥା ଆମେ କହୁନୁ, କିଛି ପ୍ରେମ କରି ଚର୍ଚ୍ଚାରେ ରହିଥିବା ପ୍ରେମୀଯୁଗଳ ଏହା ପ୍ରମାଣ କରିଛନ୍ତି । 

୮୦ ଦଶକର ଅଭିନେତ୍ରୀ ରିନା ରାୟ । ସେତେବଳର ଖୁବ ସୁନ୍ଦର ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ସେତେବେଳେ ତାଙ୍କର ଶତ୍ରୁଘ୍ନ ସିହ୍ନା ଙ୍କ ସହ ସମ୍ପର୍କ ଥଇବା ନେଇ ବିବାଦ ଉଠିଥିଲା । କିଛି ଜଣ ଏପରି ମଧ୍ୟ କହିଥିଲେ ଯେ ସୋନାକ୍ଷୀ ରିନା ରାୟଙ୍କ ଝିଅ ଅଛନ୍ତି । କାରଣ କିଛି ଅଂଶରେ ରିନାଙ୍କ ମୁହଁ ସହ ସୋନାକ୍ଷୀଙ୍କ ମୁହଁ ମିଶେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ରିନା ସେତେବେଳେ ପାକିସ୍ତାନୀ କ୍ରିକେଟ ଖେଳାଳୀ  ମୋହସିନ୍ ଖାନଙ୍କ ସହ ପ୍ରେମରେ ପଡି ତାଙ୍କୁ ବିବାହ କରି ମୁମ୍ବାଇ ଚାଲି ଆସିଥିଲେ । ହେଲେ ତାଙ୍କ ଏହି ସମ୍ପର୍କ ସଫଳ ହୋଇ ପାରିନଥିଲା । ଶେଷରେ ସିଏ ପରସ୍ପରଠୁ ଅଲଗା ହୋଇଥିଲା ।

୭୦ ଦଶକର ହିଟ୍ ଯୋଡି ଶର୍ମିଲା ଏବଂ ମନସୁର ଅଲ୍ଲୀ ଖାନ ପଟୌଦି । ଶର୍ମିଲା ନିଜର ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ଥିଲେ, ନିଜ ରୂପକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ଥିଲେ । ଶର୍ମିଲା ଜଣେ ହିନ୍ଦୁ ବଙ୍ଗାଳୀ ପରିବାରର ହୋଇମଧ୍ୟ ପଡିଥିଲେ ଜଣେ ମୁସଲିମଙ୍କ ପ୍ରେମରେ । ସେତେବେଳେ ତାଙ୍କର ବିଶିଷ୍ଟ କ୍ରିକେଟ ଖେଳାଳୀ ତଥା ପଟୌଦିର ନବାବ୍  ମନସୁର ଅଲ୍ଲୀ ଖାନ୍ ପଟୌଦୀଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ପରେ ଉଭୟ ନିଜ ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଇଥିଲେ ।  ସେଥିପାଇଁ ତାଙ୍କ ନାମ ବଦଳାଇ ବେଗମ୍ ଆୟସା ସୁଲତାନା।   

ବଲିଉଡର ଫେମସ ଯୋଡି ଶାହାରୁଖ- ଗୌରୀ ଖାନ । ଗୌରୀ ଖାନ ଜଣେ ହିନ୍ଦୁ ମହିଳା ହୋଇଥିବା ବେଳେ ସେତେବେଳେ ସେ ପଡିଥିଲେ କିଙ୍ଗଖାନଙ୍କ ପ୍ରେମରେ । ହେଲେ ଏତେ ସହଜରେ ସେ ନିଜ ପ୍ରେମକୁ ପାଇ ପାରିନଥିଲେ । ଅନେକ ପ୍ରତିବନ୍ଧକ ପରେ ସେ ନିଜ ପ୍ରେମକୁ ପାଇଥିଲେ । ପ୍ରେମ କରି ସଫଳ ହେବାପରେ ସେ ଅନେକ ଜଣଙ୍କ ଉଦାହରଣ ପାଲଟିଛନ୍ତି ।
ଅମୀର ଖାନ୍ । ବଲିଉଡର ଜଣେ ଫେମସ ହିରୋ । ନିଜର ନିଚ୍ଛକ ଅଭିନୟ ପାଇଁ ସେ ଅନେକ ପ୍ରଶଂସା ସାଉଁଟିଛନ୍ତି । ହେଲେ ସେ ବାଙ୍ଗାଲୋରର ବ୍ରାହ୍ମଣ ପରିବାରର ଝିଅ କିରଣ ରାଓଙ୍କ ପ୍ରେମରେ ପଡିଥିଲେ । ଏବଂ ପରେ ତାଙ୍କୁ ବିବାହ କରିଥିଲେ । ହେଲେ ପରେ ଉଭୟ ପରସ୍ପରଠୁ ଅଲଗା ହୋଇଯାଇଛନ୍ତି । କିନ୍ତୁ ଅନେକ ଫିଲ୍ମରେ ଉଭୟଙ୍କୁ ଏକାଠି କାମ କରିଥିବାର ଦେଖିବାକୁ ମିଳିଛି । 

ବିଶ୍ବ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ।ଆମେରିକାନ ଜଣେ ଖ୍ରୀଷ୍ଟିୟାନ ଅଭିନେତା ତଥା ଗାୟକ ନିକ୍ ଜୋନ୍ସଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ତେବେ ନିକ୍ ପ୍ରିୟଙ୍କାଙ୍କ ଠାରୁ ବୟସରେ ୧୦ ବର୍ଷ ସାନ ଅଟନ୍ତି । ତେବେ ଉଭୟ ନିଜର ପ୍ରେମ ସମ୍ପର୍କୁ ବିବାହର ରୂପ ଦେଇଛନ୍ତି । ଏବଂ ଏବେ ଉଭୟ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନ କରି ବେଶ ଖୁସିରେ ଅଛନ୍ତି ।
କିଛି ଜଣଙ୍କ ପାଇଁ ଏପରି ପ୍ରେମ ସଫଳତା ଦେଇନଥିବା ବେଳେ କିଛିଜଣ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ସେଥିପାଇଁ କୁହାଯାଏ , ପ୍ରେମ ସ୍ବତନ୍ତ୍ର , ପ୍ରେମ ପବିତ୍ର । 

 

ଯୁବକ ଗିରଫ
42m ago
ଯୁବତୀଙ୍କ ଫୋଟୋ ଭାଇରାଲ୍ କରିବା ପଡିଲା ମହଙ୍ଗା, ଯୁବକ ଗିରଫ
ବଲାଙ୍ଗୀର: ଜଣେ ଯୁବତୀଙ୍କ ଫଟୋକୁ ଫେକ୍ ଫେସବୁକ ଆକାଉଣ୍ଟରେ ଭାଇରାଲ୍ କରିବା ପଡିଛି ମହଙ୍ଗା । ଭାଇରାଲ କରିଥିବା ଯୁବକ ଶମ୍ଭୁ ପ୍ରଧାନକୁ ପୁଲିସ ଗିରଫ କରିଛି । ଏଭଳି ଘଟଣ
CRIME BRANCH
55m ago
ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଅର୍ଗସ ବ୍ୟୁରୋ: ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ହତ୍ୟା ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍
FIRE CRACKER
କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, ଆଡଭୋକେଟ କମିଟିର ପ୍ରସ୍ତାବ
ଅର୍ଗସ ବ୍ୟୁରୋ: କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା। କେବଳ ପରିବେଶ ଅନୁକୂଳ ବାଣ ବ୍ୟବହାର ପାଇଁ ଆଡଭୋକେଟ କମିଟିର ପ୍ରସ୍ତାବ। ରାବଣ ପୋଡ଼ି ପାଇଁ ବାଲିଯାତ୍ର