ବ୍ରହ୍ମପୁର: ବ୍ରହ୍ମପୁର ନିକଟ ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘରକୁ ବୋମା ମାଡ଼ । ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ବୋମା ମାଡ କରି ଫେରାର ହୋଇଯାଇଥିବା ବେଳେ ଗ୍ରାମରେ ଆତଙ୍କ ଖେଳିଯାଇଛି । ଏଥିରେ କେହି ମୃତହାତ ନଥିବା ପୁଲିସ ସୂତ୍ରରୁ ପ୍ରକାଶ ।
ରାଜନୈତିକ ଶତ୍ରୁତା ନା ବୋମା ମାଡ଼ ପଛରେ ଆଉ କିଛି କାରଣ ରହିଛି ସ୍ପଷ୍ଟ ହୋଇପାରିନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗ୍ରାମରେ ଅଶାନ୍ତ ବାତାବରଣ ଥିବାରୁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ପାର୍ବଣ ସମୟରେ ଏଭଳି ଘଟଣା ଆତଙ୍କ ଖେଳାଇଦେଇଛି । ଗ୍ରାମରେ କିଛିଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା । ଆଜି ରାତିରେ ଏଭଳି ଘଟଣା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ବଢ଼ିଛି ।