ବିଜେଡିରେ ଫୁଟିକି ବାହାରୁଛି ଦଳୀୟ ଅସନ୍ତୋଷ  
by Argus News
Wed, Feb 28 | 2:01 p.m.

ପୁରୀ : ବିଜେଡିରେ ଉମା VS ସଂଜୟ କଳି। ବିଜେଡିରେ ଫୁଟିକି ବାହାରୁଛି ଦଳୀୟ ଅସନ୍ତୋଷ। ସତ୍ୟବାଦୀରୁ ଲଢ଼ିବା ନେଇ ସଂଜୟଙ୍କ କସରତ ପରେ ଉଭୟ ନେତା ମୁହାଁମୁହିଁ। ଉଭୟଙ୍କୁ ବୁଝାଇବାକୁ ଶଙ୍ଖ ଭବନରେ ବବି ଓ ମାନସ ପ୍ରୟାସ କରୁଥିବା ଖବର ସାମ୍ନାକୁ ଆସିଛି। ଗତକାଲି ସତ୍ୟବାଦୀର ବିଜେଡ଼ି ସମର୍ଥକଙ୍କୁ ନେଇ ଧଉଳିରେ ଗୋପନୀୟ ବୈଠକ କରିଥିଲେ ସଂଜୟ ଦାସ ବର୍ମା। ଏହି ବୈଠକର ଏକ ଭିଡିଓ ଭାଇରାଲ ହେବା ସହ ଏଥିରେ ଉମାଙ୍କୁ ସଞ୍ଜୟ ସିଧାସଳଖ ଟାର୍ଗେଟ୍ କରିଥିଲେ।

ବୈଠକରେ ସଞ୍ଜୟ କହିଥିଲେ, ଅଳ୍ପ ଦିନ ଭିତରେ ଶଙ୍ଖ ଭବନରେ ତାଙ୍କ ସହ ପ୍ରଣବ ପ୍ରକାଶ ଦାସ ଓ ଉମା ସାମନ୍ତରାୟ ଏକ ବୈଠକ ହେବ। ସେଠି ଉମାଙ୍କୁ କୁହାଯିବ ବ୍ରହ୍ମଗିରି ଯିବାକୁ। ରାଜି ନହେଲେ ଦଳରୁ ବିଦା ହେବେ ଉମା। ଯାହାକୁ ନେଇ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ। କହିଲେ, ସୁପ୍ରିମୋ ଯାହାକୁ ଚାହିଁବେ ସେ ନିର୍ବାଚନ ଲଢ଼ିବ। ଏ ପର୍ଯ୍ୟନ୍ତ କାହାକୁ ଟିକେଟ୍ ଘୋଷଣା ହୋଇନି। କିଏ ନିଜକୁ ନିଜେ ଟିକେଟ ଘୋଷଣା କଲା ମୋର ସେଥିରେ କିଛି ଯାଏ ଆସେ ନାହିଁ।

ଅଧିକ ପଢନ୍ତୁ ଓଡ଼ିଶା ଖବର

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021