ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର, ମିଳୁନି ମୃତକଙ୍କ ପରିଚୟ
by Argus News
Thu, Nov 30 | 2:37 p.m.

ଅର୍ଗସ ବ୍ୟୁରୋ : ଯୁବକଙ୍କୁ ଗଳାକାଟି ପିଙ୍ଗିଦେଲେ ଦୁର୍ବୃତ୍ତ । ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର । ମିଳୁନି ମୃତକଙ୍କ ପରିଚୟ । ସୂଚନା ଅନୁସାରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଆମ୍ବଝରି ପଞ୍ଚାୟତର ଡିଡ଼ିଙ୍ଗାପଦର ଗ୍ରାମ ଜଙ୍ଗଲ ନିକଟରୁ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଯୁବକଙ୍କୁ ଉଲଗ୍ନ କରି ଗଳାକାଟି ହତ୍ୟା କରାଯାଇଥିବା ଜଣାପଡିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଖବର ଜଣାପଡ଼ିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଶବ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରକାଶ ଥାଉକି ଗତକାଲି ରାତିରେ ଏକ ଗାଡ଼ିରେ କିଛି ଯୁବକ ଆସିଥିବା ବେଳେ ପାଖରେ ୪ ଚକିଆ ଯାନର ଚକାଚିହ୍ନରୁ ସ୍ପଷ୍ଟ ହୋଇଛି । ତେବେ ପାଖରେ କୌଣସି ମାରଣାସ୍ତ୍ର ପଡିନଥିବା ଦେଖିବାକୁ ମିଳିଛି । ଏନେଇ  ପୋଲିସ ତଦନ୍ତ ଜାରି ରଖିଛି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ