ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ
by Argus News
Wed, Oct 23 | 7:57 a.m.

ଅର୍ଗସ ବ୍ୟୁରୋ : ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ ହୋଇଛି। ସମିଟର ଆରମ୍ଭରେ ରୁଷ୍ ୟୁକ୍ରେନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ପୁଟିନଙ୍କୁ ପୁଣି ଥରେ ଶାନ୍ତିର ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଯୁଦ୍ଧ ସମାଧାନ ନୁହେଁ ଶାନ୍ତି ଦ୍ବାରା ହିଁ ସମାଧାନର ବାଟ ବାହାରି ପାରିବ ବୋଲି ପୂର୍ବରୁ ମଧ୍ୟ ପୁଟିନ୍ଙ୍କୁ କହିଥିଲେ। ୧୬ତମ ବ୍ରିକ୍ସ ସମିଟ୍ ରେ ଯୋଗ ଦେବାକୁ ରୁଷ୍ ର କାଜାନ୍ ଠାରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କାଜାନ୍ ରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏହା ସହିତ ରୁଷି କଳାକାରମାନେ ଭାରତୀୟ ନୃତ୍ୟ ପରିବେଷଣ କରି ମୋଦିଙ୍କ ସ୍ବାଗତ କରିଥିଲେ।

ଅଧିକ ପଢନ୍ତୁ : ଜନଜାତି ଗୌରବ ଦିବସ ଅବସରରେ ରାଉରକେଲା ଆସିବେ ମୋଦି

ବ୍ରିକ୍ସ ସମିଟ୍ ର  ସଦସ୍ୟ ଦେଶର ମୁଖ୍ୟମାନଙ୍କ ସହିତ ମୋଦି ଦ୍ବିପାକ୍ଷିକ ଆଲୋଚନା କରିବେ। ବ୍ରିକ୍ସ ସମିଟ୍ ରେ ଯୋଗ ଦେବା ପାଇଁ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ ମଧ୍ୟ ପହଂଚିଛନ୍ତି। ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଛି, ‘ଷ୍ଟ୍ରେନ୍‌ଦେନିଙ୍ଗ ମଲ୍ଟିଲାଟେରାଲିଜିମ ଫର୍‌ ଜଷ୍ଟ ଗ୍ଲୋବାଲ ଡେଭେଲପମେଣ୍ଟ୍‌ ଆଣ୍ଡ ସିକ୍ୟୁରିଟି’ ଅର୍ଥାତ୍‌ ବିଶ୍ବର ବିକାଶ ଏବଂ ସୁରକ୍ଷା ପାଇଁ ବହୁପକ୍ଷବାଦକୁ ସୁଦୃଢ଼ କରିବା। ଏହା ଦ୍ବାରା ବିଶ୍ବ ନେତାମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ପ୍ରସଙ୍ଗ ଉପରେ ଏହି ଗୁରୁତ୍ବପୂର୍ଣ୍ଣ ମଞ୍ଚରେ ଆଲୋଚନା କରିପାରିବେ।  ତେବେ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବାର ସମ୍ଭାବନା ରହିଛି।

ବାତ୍ୟା ଦାନା
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା
ଅର୍ଗସ ବ୍ୟୁରୋ : ସୃଷ୍ଟି ହେଲା ବାତ୍ୟା ।ବାତ୍ୟାର ରୂପ ନେଲା ଗଭୀର ଅବପାତ । ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା । ପାରାଦୀପ ରାଡାରରେ ବାତ୍ୟାର ଚିତ୍ର ଅନୁମାନ । ସାଟେଲାଇ
`ଦାନା’
ବୁଧବାର ରାତି, ଗୁରୁବାର ସକାଳ ମଧ୍ୟରେ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ `ଦାନା’
ଅର୍ଗସ ବ୍ୟୁରୋ : 24 ତାରିଖ ରାତି ନ ହେଲେ 25 ତାରିଖ ଭୋର ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଭୀଷଣ ବାତ୍ୟା ବାତ୍ୟା । ପୁରୀରୁ ସାଗର ଦୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଏହି ସିଭିୟ
ବ୍ରିକ୍ସ ସମିଟ୍
ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ
ଅର୍ଗସ ବ୍ୟୁରୋ : ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ ହୋଇଛି। ସମିଟର ଆରମ୍ଭରେ ରୁଷ୍ ୟୁକ୍ରେନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ପୁଟିନଙ୍କୁ ପୁଣି ଥରେ ଶାନ୍ତିର ସନ୍ଦେଶ ଦେଇଛନ୍ତ