ବିଏସକେୱାଇ ଖୋଲିଦେଇଛି ସରକାରୀ ଅର୍ଥ ଲୁଟର ରାସ୍ତା
by Argus News
Sun, Feb 25 | 7:34 p.m.

ଅର୍ଗସ ବ୍ୟୁରୋ:  ଏଥର ବିଏସକେୱାଇ ଟଙ୍କା ଲୁଟ୍ ପାଇଁ ମୋହରା ବନାଯାଇଛି ମାଲକାନଗିରି କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ଗାଁର ରାଜେଶ ମଲ୍ଲିକଙ୍କୁ। ଆମ ଓଡ଼ିଶା ନବୀନ ଓଡ଼ିଶା ବୁକଲେଟରେ ଛପାଯାଇଥିବା ଏହି ଫଟୋ ତାର ପ୍ରମାଣ। ସ୍ନାତକ ଛାତ୍ର ରାଜେଶଙ୍କୁ ଜଣେ ଚାଷୀ ଓ ରୋଗୀ ଦର୍ଶାଇ କରାଯାଇଛି ମିଛ ପ୍ରଚାର। ଲେଖାଯାଇଛି ବିଏସକେୱାଇ କାର୍ଡ ଯୋଗୁଁ ତାଙ୍କର କୋରାପୁଟ ସ୍ଥିତ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ହୋଇପାରିଲା। ଯାହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ରାଜେଶ।

ବିଜେଡି ସରକାର ବିଏସକେୱାଇ ଲୁଟର ଆଉ ଜଣେ ମୋହରା ହେଉଛନ୍ତି ବାଲେଶ୍ବର ବାହାନଗା ବ୍ଲକ ବିଷ୍ଣୁପୁର ଗାଁର ବବିତା ଦାସ। ବିଷ୍ଣୁପୁର ପଂଚାୟତ ପକ୍ଷରୁ ପ୍ରକାଶିତ ଆମ ପଞ୍ଚାୟତ ବିକାଶ ବହିରେ ଛପା ଯାଇଥିବା ଏହି ମିଛ କାହାଣୀ ତାର ବଡ଼ ପ୍ରମାଣ। ବିଏସକେୱାଇ କାର୍ଡରେ ସମ୍ ହସପିଟାଲରେ ବବିତାଙ୍କର ମାଗଣା ଷ୍ଟୋନ ଆପରେସନ କରାଯାଇଥିବା ନେଇ ପ୍ରଚାର କରାଯାଉଛି। ଏହି ମିଛକୁ ଧରିଛନ୍ତି ନିଜେ ବବିତା । ଏଭଳି ମିଛ ପ୍ରଚାର ତାଙ୍କର ସମ୍ମାନହାନୀ କରିଥିବା କହିଛନ୍ତି ବବିତା ଦାସ।

ବିଏସକେୱାଇ ନାଁରେ ଲୁଟର କାହାଣୀ ଏଇଠି ସରୁନି। ସରକାରୀ ଅର୍ଥ ଲୁଟିବା ପାଇଁ ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ ଚାଙ୍ଗୁଡ଼ିଆପଦର ନୂଆଗାଁର ସରସ୍ବତୀ ସେଠୀଙ୍କୁ ରୋଗୀ ସଜାଇ ଦେଲେ ରାଜ୍ୟ ସରକାର। ଆମ ପଞ୍ଚାୟତ ବିକାଶ ବୁକଲେଟରେ ଛପା ଯାଇଛି ବ୍ରହ୍ମପୁରର ଘରୋଇ ହସପିଟାଲରେ ସରସ୍ବତୀଙ୍କର ମାଗଣା ଅସ୍ତ୍ରୋପଚାର ହୋଇଛି। ଏ ମିଛ  ପ୍ରଚାରକୁ ନେଇ ଖପ୍ପା ସରସ୍ବତୀ। ବିଜେପି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଏନେଇ ଘେରିଛି ରାଜ୍ୟ ସରକାରଙ୍କୁ।

ପୂର୍ବରୁ ବି ବିଏସକେୱାଇ ନାଁ ମିଛ ପ୍ରଚାର ବହୁ ଉଦାହରଣ ଆପଣଙ୍କୁ ଦେଖାଇସାରିଛୁ।  ସରକାରୀ ଅର୍ଥ ଲୁଟର ବଢିଆ ତରିକା ପାଲଟିଛି ଏହି ବିଏସକେୱାଇ କାର୍ଡ। ହସପିଟାଲ ଓ ଦଦାଲଙ୍କ ମିଲିଭଗତରେ ସୁସ୍ଥ ଲୋକଙ୍କୁ ରୋଗୀ ଦର୍ଶାଇ ହେଉଛି ବିଏସକେୱାଇ ଅର୍ଥ ହଡପ୍ । ଏଥିରେ ନେତା ଓ ଅଫିସରଙ୍କ ପକେଟ ହେଉଛି ଗରମ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ